ଆରପାରିରେ ଆଉ ଜଣେ କରୋନା ଯୋଦ୍ଧା, ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ
ଯୁବ ସମ୍ବାଦିକ ପ୍ରବାର ପ୍ରଧାନଙ୍କ ପରଲୋକ | ସେ କରୋନା ସଂକ୍ରମିତ ହୋଇ ଏକ ଘରୋଇ ଡାକ୍ରଖାନାରେ ଚିକିତ୍ସିତ ହେଉଥିଲେ |
ଭୁବନେଶ୍ୱର : ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କ ପରଲୋକ ହୋଇଛି | ସେ କରୋନା ସଂକ୍ରମିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ | ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା | ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି |

ସେ ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମରେ କ୍ରାଇମ୍ ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ | ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନରୁ ନିଜର ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିଥିବା ପ୍ରବୀର ଜଣେ କର୍ତ୍ତବ୍ୟନିଷ୍ଠ ଏବଂ ଦାଯିତ୍ୱବାନ ସାମ୍ବାଦିକ ଭାବେ ଓଡ଼ିଶାରେ ବେଶ୍ ପରିଚିତ ଥିଲେ | ଭାରତୀୟ ଜନ ସଂଚାର ସଂସ୍ଥାନ ତରଫରୁ ଦୁଇ ଥର ଶ୍ରେଷ୍ଠ କ୍ରାଇମ୍ ରିପୋର୍ଟର ଭାବେ ସମ୍ବର୍ଦ୍ଧିତ ହୋଇଥିଲେ |
ତାଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି | ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ଡିଜିପି (ଓଡ଼ିଶା ପୋଲିସ୍), ବିଜୁ ଜନତା ଜଳର ପ୍ରବକ୍ତା ଡ଼ଃ ସସ୍ମିତ ପାତ୍ର ଆଦି ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ଶାନ୍ତି କାମନା କରିଛନ୍ତି |












Click it and Unblock the Notifications