Get Updates
Get notified of breaking news, exclusive insights, and must-see stories!

ବ୍ୟାଙ୍କ ନ ଯାଇ ଘରେ ବସି ଜମା କରି ପାରିବେ 2000 ଟଙ୍କା ନୋଟ୍, ଜାଣନ୍ତୁ କଣ ରହିଛି ଏହାର ପ୍ରକ୍ରିୟା

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା 2000 ଟଙ୍କା ନୋଟ୍ ପ୍ରତ୍ୟାହାର କରି ନେଉଛି । ବ୍ୟାଙ୍କ ଯାଇ 2000 ନୋଟ୍ ପରିବର୍ତ୍ତନ ଏବଂ ଜମା କରିବାକୁ 30 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ଆରବିଆଇ ସମୟ ଦେଇଛି । କିନ୍ତୁ ଆପଣ ବ୍ୟାଙ୍କ ନ ଯାଇ ଘରେ ବସି 2000 ନୋଟ୍ ବଦଳାଇ ପାରିବେ ।

2000 rupees

ଆଜ୍ଞା ହଁ ! ବର୍ତ୍ତମାନ ଆପଣଙ୍କୁ 2000 ଟଙ୍କା ନୋଟ୍ ଜମା କରିବାକୁ ତଥା ବଦଳାବା ପାଇଁ ଆପଣଙ୍କୁ ବ୍ୟାଙ୍କରେ ଧାଡ଼ି ବାନ୍ଧି ଠିଆ ହେବାକୁ ପଡ଼ିବନି । ଆପଣ ଘରେ ଆରାମରେ ବସି 2000 ନୋଟ୍ ବଦଳାଇ ପାରିବେ । ଆପଣ ନିଜ ଆକାଉଣ୍ଟରେ 2000 ଟଙ୍କା ନୋଟ୍ ରଖିପାରିବେ ଏବଂ ଆମାଜନ ର ଲୋକମାନେ ଆସି ଆପଣଙ୍କଠାରୁ ନୋଟ୍ ନେଇଯିବେ ।

ଇ-କମର୍ସ କମ୍ପାନୀ ଆମାଜନ ଏହାର 'ଆମାଜନ ପେ'(Amazon Pay) ରେ କ୍ୟାସ୍ ଲୋଡ୍ ସୁବିଧା ପ୍ରଦାନ କରୁଛି । ଜୁନ୍ 21 ରେ ଆମାଜନ ଇଙ୍କ୍ ଏହାର ବିବୃତ୍ତିରେ କହିଛି ଯେ ଭାରତର ଗ୍ରାହକମାନେ ସେମାନଙ୍କର 2000 ଟଙ୍କିଆ ନୋଟ୍ ବ୍ୟବହାର କରିପାରିବେ ଏବଂ ଏହାକୁ ଆମାଜନ ପେ ବାଲାନ୍ସରେ ଜମା କରିପାରିବେ ।

ଆମାଜନ କହିଛି ଯେ ଯେଉଁମାନଙ୍କ ନିକଟରେ ଅଳ୍ପ ମାତ୍ରାରେ 2,000 ଟଙ୍କା ନୋଟ୍ ଅଛି ଏବଂ ଏହାକୁ ବଦଳାଇବା ପାଇଁ ସଂଘର୍ଷ କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ଏହି ପଦକ୍ଷେପ ନିଆଯାଇଛି ।

କେମିତି କରିବେ 2000 ଟଙ୍କା ଜମା

ଆମାଜନ ଉପଭୋକ୍ତାମାନେ ସେମାନଙ୍କ ଆମାଜନ ପେ ବାଲାନ୍ସରେ ପ୍ରତି ମାସରେ 50,000 ଟଙ୍କା ପର୍ଯ୍ୟନ୍ତ ନୋଟ୍ ଜମା କରିପାରିବେ । ଯଦି ଆପଣ ନଗଦ ଜମା ବିକଳ୍ପ ବାଛନ୍ତି, ତେବେ ଆମାଜନ ଲୋକମାନେ ଆପଣଙ୍କ ଘରକୁ ଆସି ନଗଦ ଟଙ୍କା ନେଇଯିବେ । ସେହି ଟଙ୍କା ଆପଣଙ୍କ ଆମାଜନ ପେ ବାଲାନ୍ସରେ ଜମା ହେବ । ବର୍ତ୍ତମାନ ଏହି ଯୋଜନା 2000 ଟଙ୍କିଆ ନୋଟ ପାଇଁ ପ୍ରଜୁଯ୍ୟ ।

ଆମାଜନ ଇଙ୍କ କହିଛି ଯେ ଏହାର 'cash load at doorstep' ସେବା ସହିତ ଏହାର ଲାଭ ଉଠାଇପାରିବେ । KYC ଗ୍ରାହକମାନେ କ୍ୟାସ୍ - ଅନ୍-ଡେଲିଭରି ଅର୍ଡର ସମୟରେ ସେମାନଙ୍କ ଆମାଜନ ପେ ବାଲାନ୍ସରେ ଲୋଡ୍ କରିବାକୁ ଡେଲିଭରୀ ଏଜେଣ୍ଟକୁ କ୍ୟାସ ଦେଇପାରିବେ ।

ଆମାଜନ ଇଙ୍କ କହିଛି ଯେ 2000 ଟଙ୍କା ନୋଟ୍ ମାସରେ 50000 ଟଙ୍କା ପର୍ଯ୍ୟନ୍ତ ଆମାଜନ ପେ ଆକାଉଣ୍ଟରେ ଜମା ହୋଇପାରିବ । ଥରେ KYC ପ୍ରକ୍ରିୟା ସମାପ୍ତ ହୋଇଗଲେ, ଗ୍ରାହକମାନେ କ୍ୟାସ-ଅନ୍-ଡେଲିଭରି ଅର୍ଡର ରଖିବା ପରେ ଡେଲିଭରୀ ଏଜେଣ୍ଟକୁ କ୍ୟାସ୍ ଦେଇପାରିବେ । ଅପଡେଟ୍ ହୋଇଥିବା ବାଲାନ୍ସ ଖୁବ୍ ଶୀଘ୍ର ଗ୍ରାହକଙ୍କ ଆମାଜନ ପେ ବାଲାନ୍ସରେ ଦେଖାଯିବ ।

ଏଥିପାଇଁ, ସର୍ବପ୍ରଥମେ, ଆମାଜନରେ କ୍ୟାସ୍-ଅନ୍-ଡେଲିଭରୀ ବିକଳ୍ପ ଚୟନ କରି ଆପଣଙ୍କୁ କୌଣସି ଏକ ଜିନିଷ ଅର୍ଡର କରିବାକୁ ପଡିବ । ସେଠାରେ ଆପଣଙ୍କୁ ମଧ୍ୟ ଯାଞ୍ଚ କରିବାକୁ ପଡିବ ଯେ ସେହି ଅର୍ଡର କ୍ୟାସ୍ ଲୋଡ୍ ପାଇଁ ଯୋଗ୍ୟ କି ନୁହେଁ ..? ଯଦି ଏହା କ୍ୟାସ୍ ଲୋଡ୍ ପାଇଁ ପ୍ରଜୁଯ୍ୟ ଥିବ ତେବେ ଏହି ଫିଚର ଆମାଜନ ପେ ବାଲାନ୍ସରେ ନଗଦ ଜମା କରିବାର ସେବା ମଧ୍ୟ ପ୍ରଦାନ କରିଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+