Get Updates
Get notified of breaking news, exclusive insights, and must-see stories!

Year Ender 2023: ଓଡ଼ିଶା ଟ୍ରେନ୍ ଦୁର୍ଘଟଣା, ଚନ୍ଦ୍ରଯାନ 3 ରୁ ଇସ୍ରାଏଲ୍-ହାମାସ୍ ଯୁଦ୍ଧ... ନଜର ପକାନ୍ତୁ, ବଡ ଘଟଣା ଉପରେ

Year Ender 2023: ଚଳିତ ବର୍ଷ 2023 ଆଉ କିଛି ଦିନ ପରେ ବିଦାୟ ନେବ । କିନ୍ତୁ 2023 ବର୍ଷ ଅନେକ ଘଟଣାବଳୀର ମୁକସାକ୍ଷୀ ହୋଇ ରହିଛି । ଅନେକ ଘଟଣା ଦୁର୍ଘଟଣା ଠାରୁ ଆରମ୍ଭ କରି ଦେଶ ଦୁନିଆର ଖବରରେ ଭରି ରହିଥିଲା ବର୍ଷ 2023 । ହେଲେ ଭାରତ ନାମରେ ରେକର୍ଡ ହୋଇଥିବା ସବୁଠାରୁ ବଡ ସଫଳତା ହେଉଛି ଚନ୍ଦ୍ରାୟନ 3 ର ସଫଳତା । ଯେତେବେଳେ ଚନ୍ଦ୍ରାୟନ 3 ଚନ୍ଦ୍ରରେ ଅବତରଣ କରିଥିଲା, ସେତେବେଳେ ଦେଶବାସୀଙ୍କ ହୃଦୟ ଗର୍ବରେ ଫୁଲି ଉଠିଥିଲା । କେବଳ ଭାରତ ନୁହଁ ସାରା ବିଶ୍ୱର ନଜର ଥିଲା ଏହି ଚନ୍ଦ୍ରଯାନ ସଫଳତା ଉପରେ । ଅବଶ୍ୟ, ଏହି ବଡ ଘଟଣା ବ୍ୟତୀତ, 2023 ବର୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ଘଟଣା ପାଇଁ ସ୍ମରଣୀୟ ହୋଇ ରହିବ । ଏଥିରେ ଅନେକ ଭଲ ଘଟଣା ଏବଂ ଅନେକ ଖରାପ ସ୍ମୃତି ଅଛି ।

year ender 2023

ତେବେ ଆସନ୍ତୁ ଏହି ସବୁ ଘଟଣା ବିଷୟରେ ଆଲୋଚନା କରିବା ...

'ଚନ୍ଦ୍ରଯାନ 3'

2023 ବର୍ଷରେ ଭାରତର ବଡ଼ ସଫଳତା ଥିଲା ଚନ୍ଦ୍ରଯାନ -3 ର ସଫଳ ଉଦକ୍ଷେପଣ ଓ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ । ଜୁଲାଇ 14 ଅପରାହ୍ନ 2.35 ମିନିଟରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହୋଇଥିଲା ଚନ୍ଦ୍ରଯାନ-3 । ସାରା ବିଶ୍ୱର ନଜର ଥିଲା ଭାରତର ଐତିହାସିକ ପଦକ୍ଷେପ ଭାରତ ଉପରେ । ଏହା ପରେ ଅଗଷ୍ଟ 23 ରେ (ବୁଧବାର) ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-3 କୁ ଅବତରଣ କରାଇବାରେ ସଫଳ ହୋଇଥିଲା ଇସ୍ରୋ । ସନ୍ଧ୍ୟା 6 ଟା 4 ମିନିଟରେ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଟରେ ଲ୍ୟାଣ୍ତ କରିଥିଲା । ଅପରାହ୍ନ 5.44 ରୁ ଚନ୍ଦ୍ରୟାନ -3ର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ଏବଂ 6ଟା 4ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଥିଲା ଚନ୍ଦ୍ରଯାନ-3 ।

ଏହା ଭାରତ ତଥା ଇସ୍ରୋ ପାଇଁ ଏକ ବଡ଼ ସଫଳତା ଥିବା ସହ ଭାରତର ବୈଜ୍ଞାନିକଙ୍କୁ ଚାରିଆଡ଼ୁ ଛୁଟିଥିଲା ଶୁଭେଛାର ସୁଅ ।

ଇସ୍ରାଏଲ-ହମାସ୍ ଯୁଦ୍ଧ

ଚଳିତ ବର୍ଷ 2023 ରେ ସାରା ବିଶ୍ୱର ଚିନ୍ତାର କାରଣ ପାଲଟିଥିଲା ଇସ୍ରାଏଲ-ହମାସ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଉଭୟ ପକ୍ଷର ହଜାର ହଜାର ଲୋକଙ୍କ ପ୍ରାଣହାନି ହୋଇଥିଲା । ଏପରିକି ଏହି ଆକ୍ରୋଷରୁ ରକ୍ଷା ପାଇନଥିଲେ ଶିଶୁ ଓ ମହିଳା । ଏପରିକି ଏହୁ ଯୁଦ୍ଧ ସାରା ବିଶ୍ୱକୁ ଦୁଇ ଭାଗ କରିଦେଇଥିଲା । ହଜାର ହଜାର କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲ ଉପରେ ଆକ୍ରମଣ ହେବା ପରେ, ସାରା ବିଶ୍ୱର ହୃଦସ୍ପନ୍ଦନ ବୃଦ୍ଧି ପାଇଲା । କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧର ସାକ୍ଷୀ ହେଲେ ।

ଏହି ସମୟରେ ଇସ୍ରାୱଋଏଲରେ ଫସି ରହିଥିଲେ ଅନେକ ଭାରତୀୟ । ଏପରିକି 50 ଜଣ ଓଡ଼ିଆ ଛାତ୍ରଛାତ୍ରୀ ମଧ୍ୟ ଫସି ରହିଥିଲେ । ଭାରତ ସରକାର ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି ଅପରେସନ୍ ଅଜୟ ମାଧ୍ୟମରେ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଥିଲା ।

ଜେରୁଜେଲମର ଅଲ-ଆକସା ମସଜିଦରେ ପାଲେଷ୍ଟାଇନ ଏବଂ ଇସ୍ରାଏଲର ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ହୋଇଥିଲା । ବାସ୍ତବରେ, ଇସ୍ରାଏଲର ଇହୁଦୀ ନ୍ୟାସନାଲିଷ୍ଟ ମାନେ 1967 ରେ ଏକ ବିଜୟ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହେଉଥିଲେ ଏବଂ ସେମାନେ ଏକ ପଦଯାତ୍ରା କରିଥିଲେ ।1967 ମସିହାରେ ଇସ୍ରାଏଲ ଜେରୁଜେଲମର ଅନେକ ଅଂଶ ଦଖଲ କରିଥିଲା । ଏହି ପଦଯାତ୍ରା ମାଧ୍ୟମରେ ସେ ନିଜ ଖୁସିର ଉତ୍ସବ ପାଳନ କରୁଥିଲେ, କିନ୍ତୁ ପାଲେଷ୍ଟାଇନ ଉଗ୍ରବାଦୀମାନେ ଏହାକୁ ପସନ୍ଦ କରିନଥିଲେ ଏବଂ ଏହି ପଦଯାତ୍ରା ଉପରେ ଆକ୍ରମଣ କରିଥିଲେ । ଯାହା ପରେ ସେଠାରେ ହିଂସା ସୃଷ୍ଟି ହୋଇଥିଲା । ରିପୋର୍ଟ ଅନୁଯାୟୀ, ପାଲେଷ୍ଟାଇନ ଉଗ୍ରବାଦୀଙ୍କ ପ୍ରତିକ୍ରିୟାରେ ଇସ୍ରାଏଲ୍ ରବର ବୁଲେଟ୍ ବ୍ୟବହାର କରି ଅନେକ ଉଗ୍ରବାଦୀଙ୍କୁ ଆଘାତ ଦେଇଥିଲା ଏବଂ ଯାହା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଥିଲା ।

ଓଡ଼ିଶା ଟ୍ରେନ୍ ଦୁର୍ଘଟଣା

ଓଡିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ସନ୍ଧ୍ୟା ସମୟରେ ଘଟିଥିବା ଚ୍ରେନ୍ ଦୁର୍ଘଟଣା ସାରା ଦେଶର ନିଜ ହଜାଇ ଦେଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ 294 ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ହଜାର ହଜାର ଯାତ୍ରୀ ଆହତ ହୋଇଥିଲେ । ଟ୍ରେନ୍ ଲାଇନ୍ ଉପରେ ପଡ଼ିରହିଥିବା ଶହ ଶହ ମୃତଦେହ ଏହି ଦୁର୍ଘଟଣାର ଭୟବହତାକୁ ସ୍ପଷ୍ଟ କରୁଥିଲା

ସ୍ଥାନୀୟ ଲୋକ ଓ ପ୍ରଶାସନର ସହାୟତାରେ ଆହତଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇ ଚିକିତ୍ସିତ କରାଯାଇଥିଲା । ସାରା ରାଜ୍ୟରୁ ଆହତଙ୍କ ଉଦ୍ଧାର ଓ ଚିକିତ୍ସା ପାଇଁ ଆସିଥିଲା ସହାୟତାର ହାତ । କେଉଁଠି ବ୍ଲଡ୍ ବ୍ୟାଙ୍କ କରି ଆହତଙ୍କ ପାଇଁ ରକ୍ତ ସଂଗ୍ରହ କରାଯାଉଥିଲା ତ ଆଉ କେଉଁଠି ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଲୋକମାନେ ସ୍ୱେଛାକୃତ ଭାବେ ଚାଲିଆସୁଥାନ୍ତି ।

ମଣିପୁର ହିଂସା:

କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଲାଗିଥିବା ହିଂସାରେ ଜଳିଥିଲା ମଣିପୁର । ଏଥିରେ ଅନେକ ଲୋକଙ୍କ ପ୍ରାଣହାନି ହେବା ସହ ଅଶାନ୍ତ ହୋଇ ଉଠିଥିଲା ଉତ୍ତର-ପୂର୍ବ ରାଜ୍ୟ । ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ଅନ୍ତର୍ଭୁକ୍ତ କରିବା ଦାବିରେ ମଣିପୁରରେ ହିଂସା ପରିସ୍ଥିତି ଉପୁଜିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ଏବଂ ଆସାମ ରାଇଫଲ ସବୁଆଡେ ମୁତୟନ କରାଯାଇଥିଲା ।

ଅଲ୍ ଟ୍ରାଇବାଲ୍ ଷ୍ଟୁଜେଣ୍ଟ ୟୁନିଅନ୍ ମଣିପୁର ଦ୍ୱାରା ଡକାଯାଇଥିବା ଏକ 'ଆଦିବାସୀ ଏକଜୁଟତା ମାର୍ଚ୍ଚ' ସମୟରେ ଏହି ହିଂସା ଆରମ୍ଭ ହୋଇଥିଲା । ସେମାନଙ୍କର ଉଦ୍ଦେଶ୍ୟ ଥିଲା ଇମ୍ଫାଲ୍ ଉପତ୍ୟକା ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଅଣ-ଆଦିବାସୀ ମୈତଇଙ୍କୁ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ପ୍ରଦାନ କରିବା । ଏହି ଆନ୍ଦୋଳନରେ ହଜାର ହଜାର ଆନ୍ଦୋଳନକାରୀ ଅଂଶଗ୍ରହଣ କରିଥିଲେ । ATSUM କହିଥିଲା ଯେ, ଏସଟି ବର୍ଗରେ ଅନ୍ତର୍ଭୁକ୍ତ ହେବା ପାଇଁ ମୈତେଇ ସମ୍ପ୍ରଦାୟର କ୍ରମାଗତ ଦାବି ଉପରେ ଅସନ୍ତୋଷ ବ୍ୟକ୍ତ କରିବା ପାଇଁ ଏହି ରାଲିର ଆୟୋଜନ କରାଯାଇଥିଲା । ରାଲି ସମୟରେ ମଣିପୁରରେ ଅନେକ ହିଂସା ଘଟଣାର ଖବର ମିଳିଥିଲା । ପରେ ଏହି ହିଂସା ସାରା ରାଜ୍ୟକୁ ବ୍ୟାପିଥିଲା ।

ତୁର୍କୀ ଭୂକମ୍ପ:

ତୁର୍କୀରେ ହୋଇଥିଲା ଭୟଙ୍କର ଭୂକମ୍ପ । ଏଥିରେ 45 ହଜାରରୁ ଅଧିକ ଲୋକପ୍ରାଣ ହରାଇଥିଲେ । 7.8 ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପରେ ସାରା ସହର ଭୁଶୁଡ଼ି ପଡ଼ିବା ସହ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

କର୍ଣ୍ଣାଟକ ନିର୍ବାଚନ ଫଳାଫଳ:

ବର୍ଷ 2023 ରେ ଦେଶରେ ହୋଇଥିବା ନିର୍ବାଚନ ମଧ୍ୟରୁ ବେଶ୍ ଚର୍ଚ୍ଚାରେ ରହିଥିଲା କର୍ଣ୍ଣାଟକ ନିର୍ବାଚନ । ଫଳାଫଳ ବାହାରିବା ପରେ ବହୁମତ ହାସଲ କରି ବିଜେପି ହାତରୁ ଶାସନ ଭାର ଛଡାଇ ନେଇଥିଲା କଂଗ୍ରେସ । 224 ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ କଂଗ୍ରେସ 135 ଆସନ ହାସଲ କରି ଏକାକୀ ବୃହତ ଦଳ ଭାବେ ଉଭା ହୋଇଥିଲା ଏବଂ ସରକାର ଗଠନ କରିଥିଲା । ସେହିପରି ବିଜେପି ମାତ୍ର 66 ଆସନରେ ସନ୍ତୁଷ୍ଟ ହୋଇଥିଲା ।

ଏହାପରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ କଂଗ୍ରସରେ ଦେଖିବାକୁ ମିଳିଥିଲା ନାଟ । ଡି କେ ଶିବକୁମାର ଓ ସିଦ୍ଦରମୈୟାଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଲାଗିରହିଥିଲା ଚର୍ଚ୍ଚା । ଶେଷରେ ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+