Year Ender 2023: ଗୁଗୁଲରେ ଅଧିକ ସର୍ଚ୍ଚ ହୋଇଛି ଓଡ଼ିଶାର ଏହି ଘଟଣା
Year Ender 2023: ଆଉ କିଛି ଦିନ ପରେ ସରିଯିବ ବର୍ଷ 2023 । ବିଦାୟୀ 2023 ଥିଲା ଅନେକ ଘଟଣା । ବର୍ଷସାରା ଦେଶ ଦୁନିଆରେ ଅନେକ ଘଟଣା-ଦୁର୍ଘଟଣାର ଖବରର ଶିରୋନାମା ପାଲଟିଥିଲା । ଦେଶ ଦୁନିଆର ଖବର ହେଉ କିମ୍ବା ବିଶ୍ୱକପ୍ ଇଭେଣ୍ଟ କିମ୍ବା ଚନ୍ଦ୍ରଯାନ - 3 ମିଶନ ହେଉ ଅବା ମଣିପୁର ହିଂସା ଖବର । ଏହା ଉପରେ ଥିଲା ସାରା ବିଶ୍ୱର ନଜର । ଏହା ଉପରେ ଅଧିକ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଛନ୍ତି ୟୁଜର୍ସ । କେବଳ ସେତେକି ନୁହଁ ଇସ୍ରାଏଲ ଯୁଦ୍ଧ, ତୁର୍କୀ ଭୂ କମ୍ପ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲା ।

ତେବେ ଆସନ୍ତୁ ଚଳିତ ବର୍ଷର ସେହି ସବୁ ଘଟଣାବଳୀ ଉପରେ ନଜର ପକାଇବା ଯାହା ଉପରେ ଗୁଗୁଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିଲା ।
ଚଳିତ ବର୍ଷ ଚର୍ଚ୍ଚାରେ ରହିଥିବା ତଥା ଗୁଗୁଲରେ ଲୋକ ସର୍ଚ୍ଚ କରିଥିବା ଖବର ମଧ୍ୟରେ ରହିଛି ଓଡ଼ିଶା । ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ସମ୍ପର୍କିତ ଖବର ଜାଣିବା ପାଇଁ ସାରା ଦେଶ ତଥା ବିଶ୍ୱର ଲୋକ ଏହା ଉପରେ ସର୍ଚ୍ଚ କରିଥିଲେ । ସେହିପରି ଭାରତର ସଫଳତା ଚନ୍ଦ୍ରଯାନ-3 ମିଶନ ମଧ୍ୟ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଖବରର ଶିରୋନାମା ପାଲଟୁଥିବା ଭାରତର ରାଜନୀତି ସମ୍ପର୍କିତ ଖବର ମଧ୍ୟ ଗୁଗୁଲରେ ବେଶ୍ ସର୍ଚ୍ଚ ହୋଇଛି । ବିଶେଷ କରି କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଉପରେ ରହିଥିଲା ଗୁଗୁଲ ୟୁଜର୍ସଙ୍କ ନଜର । ଏହା ବାଦ୍ ମଣିପୁର ହିଂସା କୁ ମଧ୍ୟ ଗୁଗଲରେ ବହୁବାର ସର୍ଚ୍ଚ କରିଛନ୍ତି ଲୋକ ।
ଚଳିତ ବର୍ଷର ଚର୍ଚ୍ଚିତ ଖବର
- ଚନ୍ଦ୍ରଯାନ-୩
- ଇସ୍ରାଏଲ ଖବର
- ସତୀଶ କୌଶିକ
- ବଜେଟ୍ ୨୦୨୩
- ତୁର୍କୀ ଭୂମିକମ୍ପ
- ଅତିକ୍ ଅହମଦ
- ମାଥ୍ୟୁ ପେରି
- ମଣିପୁର ଖବର
- ଓଡ଼ିଶା ଟ୍ରେନ୍ ଦୁର୍ଘଟଣା
- କର୍ଣ୍ଣାଟକ ନିର୍ବାଚନ ଫଳାଫଳ
ରାଜନୀତି, ଘଟଣା ଦୁର୍ଘଟଣା ବ୍ୟତୀତ ମନୋରଞ୍ଜନ ଓ ଖେଳ ଉପରେ ବେଶ୍ ଖବର ରଖିଛନ୍ତି ୟୁଜର୍ସ । ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥିବା ଲୋକଙ୍କ ବିଷୟରେ ଜାଣିବା ପାଇଁ ଏହା ଉପରେ ଗୁଗୁଲରେ ତଥ୍ୟ ଖୋଜିଛନ୍ତି ଲୋକ । ତେବେ ଚର୍ଚ୍ଚିତ ଚେହେରା ମଧ୍ୟରେ ରହିଛନ୍ତି ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀ । ଏହା ସହ ବିଶ୍ୱକପ୍ 2023 ସମୟରେ ନିଜର ଦମଦାର ପ୍ରଦର୍ଶନ ହେଉ ଅବା ସାରା ତେନ୍ଦୁଲକରଙ୍କ ସହ ପ୍ରେମ ସମ୍ପର୍କ ହେଉ ଏହାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଥିଲେ ଶୁବମନ ଗିଲ୍ । ତାଙ୍କୁ ମଧ୍ୟ ଲୋକ ଗୁଗୁଲରେ ବେଶ୍ ସର୍ଚ୍ଚ କରିଛନ୍ତି । ତାଙ୍କ ବାଦ୍ ବିଶ୍ୱକପ୍ ରେ ଚମତ୍କାର ପ୍ରଦର୍ଶନ କରି ବିପକ୍ଷର ୱିକେଟ୍ ନେଇ ଭାରତୀୟ ଟିମ୍ କୁ ସହଜ ବିଜୟ ଦେଇଥିବା ମହମ୍ମଦ ସାମୀଙ୍କ ନାଁ ମଧ୍ୟ ଗୁଗୁଲରେ ବହୁବାର ସର୍ଚ୍ଚ କରାଯାଇଛି ।
ଚର୍ଚ୍ଚିତ ବ୍ୟକ୍ତି ବିଶେଷ
• କିଆରା ଆଡଭାନୀ
• ଶୁଭମନ ଗିଲ
• ରଚିନ ରବିନ୍ଦ୍ରନ
• ମହମ୍ମଦ ସାମ୍ମୀ
• ଏଲଭିଶ ଯାଦବ
• ସିଦ୍ଧାର୍ଥ ମଲହୋତ୍ରା
• ଗ୍ଲେନ୍ ମ୍ୟାକ୍ସଓ୍ବେଲ
• ଡେଭିଡି ବେକହାମ
• ସୂର୍ଯ୍ୟକୁମାର ଯାଦବ
• ଟ୍ରାଭିସ ହେଡ












Click it and Unblock the Notifications