ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ 2023: କଣ ରହିଛି ଏହାର ଇତିହାସ, ଚଳିତ ବର୍ଷର ଥିମ୍

World Press Freedom Day

ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ 2023 : ସାରା ବିଶ୍ୱରେ ଗଣମାଧ୍ୟମର ଭୂମିକା ଅବର୍ଣ୍ଣନୀୟ । ଗଣମାଧ୍ୟମ ପ୍ରତିନିଧି ମାନେ ଅନବରତ କାମ କରି ସାଧାରଣ ଲୋକଙ୍କ ପାଖର ଖବର ପହଞ୍ଚାଇଥାନ୍ତି । ଏପରିକି ଏହି ସମୟରେ ସେମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଦେଖାଦେଇଥାଏ । ତଥାପି ଏହାକୁ ଖାତିର ନ କରି ସାମ୍ବାଦିକ ନିଜ କର୍ତ୍ତବ୍ୟ କରିଥାଏ । ତେଣୁ ଏଭଳି ପରିସ୍ଥିତିରେ ଗଣମଧ୍ୟମର ସ୍ୱାଧୀନତା ନିତାନ୍ତ ଜରୁରୀ ।

ସେଥିଲାଗି ପ୍ରତିବର୍ଷ ମେ 3 ରେ, ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ପାଳନ କରାଯାଏ ଯାହା ସାମ୍ବାଦିକମାନଙ୍କର ସ୍ୱାଧୀନତା ଏବଂ ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥାଏ । ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମ୍ମାନ ଦେବା ଏବଂ ସରକାରଙ୍କୁ ସେମାନଙ୍କର କର୍ତ୍ତବ୍ୟ ବିଷୟରେ ମନେ ପକାଇବା ପାଇଁ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଜି ସାରା ବିଶ୍ୱରେ ପ୍ରେସ ଦିବସ ପାଳନ କରାଯାଉଛି । ଏଭଳି ପରିସ୍ଥିତିରେ ଆମେ ଏହି ଦିନର ଇତିହାସ, ଗୁରୁତ୍ୱ ଏବଂ ଥିମ୍ ବିଷୟରେ ଆଲୋଚନା କରିବା ।

କଣ ରହିଛି ଏହାର ଇତିହାସ ?

ୟୁନେସ୍କୋ ସାଧାରଣ ସମ୍ମିଳନୀର ସୁପାରିଶ ପରେ 1993 ମସିହାରେ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପ୍ରଥମେ ପାଳନ କରାଯାଇଥିଲା । ୱିଣ୍ଡହୋକ୍ ଘୋଷଣାନାମାକୁ ସ୍ମରଣ କରିବା ପାଇଁ 3 ମେ' ରେ ତାରିଖକୁ ଚୟନ କରାଯାଇଥିଲା । 1991 ରେ ନାମିବିଆର ୱିଣ୍ଡହୋକରେ ଆଫ୍ରିକୀୟ ସାମ୍ବାଦିକମାନଙ୍କ ଦ୍ୱାରା ଷ୍ଟେଟମେଣ୍ଟ ଅଫ୍ ପ୍ରେସ ପ୍ରିନ୍ସିପାଲ୍ କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ 3 ମେ ରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଏ ।

ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଲୋକଙ୍କୁ ମନେ ପକାଇଥାଏ । ସାମ୍ବାଦିକ ତଥା ସେମାନଙ୍କ ଉତ୍ସକୁ ସେନ୍ସର, ଭୟ ଏବଂ ହିଂସା ଠାରୁ ରକ୍ଷା କରିବାର ଆବଶ୍ୟକତା ଏଥିରେ ଦର୍ଶାଯାଇଛି ।

ଚଳିତ ବର୍ଷର ବିଷୟବସ୍ତୁ

ୟୁନେସ୍କୋ ଦ୍ୱାରା ନିର୍ମିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ 2023 ର ବିଷୟବସ୍ତୁ ହେଉଛି 'ଅଧିକାରର ଭବିଷ୍ୟତ ଗଠନ: ଅଭିବ୍ୟକ୍ତିର ସ୍ୱାଧୀନତା ଅନ୍ୟ ସମସ୍ତ ମାନବିକ ଅଧିକାରର ତାଳକ ଭଳି' । ମାନବିକ ଅଧିକାରକୁ ସମର୍ଥନ କରିବାରେ ଗଣମାଧ୍ୟମର ସ୍ୱାଧୀନତା, ନିରପେକ୍ଷତା ଏବଂ ଅଭିବ୍ୟକ୍ତି ଉପରେ ଗୁରୁତ୍ୱ ଦେଇଥାଏ । ଆଜି ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସର 30 ତମ ବାର୍ଷିକୀ ପାଳନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+