Get Updates
Get notified of breaking news, exclusive insights, and must-see stories!

World Environment Day 2023: କଣ ରହିଛି ଏହାର ଇତିହାସ, ଜାଣନ୍ତୁ ଚଳିତ ବର୍ଷର ବିଷୟବସ୍ତୁ

world environment day

ଆଜି ବିଶ୍ୱ ପରିବେଶ ଦିବସ । ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ନେତୃତ୍ୱରେ ବିଶ୍ୱ ପରିବେଶ ଦିବସ ପ୍ରତିବର୍ଷ ଜୁନ୍ 5 ରେ ପାଳନ କରାଯାଏ । ଯାହାର ଉଦ୍ଦେଶ୍ୟ ବିଶ୍ୱସ୍ତରରେ ଲୋକଙ୍କୁ ପରିବେଶ ଉପରେ ଏକ ସକରାତ୍ମକ ଭାବନା ସୃଷ୍ଟି କରାଇବ ।

ଜଳବାୟୁ ପରିବର୍ତ୍ତନ ଏବଂ ସାମୁଦ୍ରିକ ପ୍ରଦୂଷଣଠାରୁ ଆରମ୍ଭ କରି ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଅବକ୍ଷୟ ଆଦିର ସାମନା କରିବା ପାଇଁ ପଡୁଥିଲା । ସମୟ ସହ ପ୍ରାକୃତିକ ସମ୍ପଦର ମଧ୍ୟ ବ୍ୟାପକ କ୍ଷତି ହେଉଛି । ମଣିଷକୁ ସୁସ୍ଥ ରହିବା ପାଇଁ ନିଜ ଚାରିପାଖର ପରିବେଶ ଭଲ ହୋଇଥିବା ନିହାତି ଆବଶ୍ୟକ । ତେଣୁ ନିଜ ସହ ପରିବେଶର ମଧ୍ୟ ଯତ୍ନ ନେବା ଉଚିତ ।

1972 ରେ ଆୟୋଜିତ ଷ୍ଟକହୋମ ସମ୍ମିଳନୀ ଉପରେ ମିଳିତ ଜାତିସଂଘ ଦ୍ବାରା ଏହି ଦିନଟିକୁ ପରିବେଶ ପାଇଁ ଉତ୍ସର୍ଗୀକୃତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସୁସ୍ଥ ପରିବେଶରେ ରହିବାର ଅଧିକାରକୁ ଏକ ମୌଳିକ ମାନବ ଅଧିକାର ଭାବରେ ଘୋଷଣା କରାଯାଇଥିଲା ।

ପରିବେଶ ସୁରକ୍ଷା ବିଷୟରେ ସଚେତନତା କରିବା ପାଇଁ ବିଭିନ୍ନ ଅଭିଯାନର ଆୟୋଜନ କରାଯାଏ । ଏଛିରେ ଅଂଶଗ୍ରହଣ କରିବା ପାଇଁ ଜୀବନର ସମସ୍ତ ବର୍ଗର ଲୋକଙ୍କୁ ବାର୍ତ୍ତା ଦିଆଯାଏ । ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ପାଳନ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଏବଂ ସ୍ଲୋଗାନ ନେଇ ପାଳନ କରାଯାଏ । ଚଳିତ ବର୍ଷର ବିଷୟବସ୍ତୁ, ରହିଛି "ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ୍" । ସୋଶାଲ ମିଡିଆରେ #BeatPlasitcPollution ଟ୍ରେଣ୍ଡ କରୁଛି ।

ଲକ୍ଷ ଲକ୍ଷ ଉଦ୍ୟମ ସତ୍ତ୍ୱେ ଦେଶରେ ପ୍ଲାଷ୍ଟିକ୍ ପ୍ରଦୂଷଣ ବୃଦ୍ଧି ପାଉଛି । ଇକୋ-ଫ୍ରେଣ୍ଡଲି ସାମଗ୍ରୀକୁ ଅନ୍ତର୍ଭୁକ୍ତ କରିବା ଏବଂ ବଦଳାଇବା ପାଇଁ ଜରୁରୀ କାର୍ଯ୍ୟ ଆବଶ୍ୟକ । ଏଥର ବିଶ୍ୱ ପରିବେଶ ଦିବସ 2023 ରିପବ୍ଲିକ୍ ଅଫ୍ କୋଟ୍ ଡି ଆଇଭୋର୍ ଦ୍ୱାରା ଆୟୋଜିତ ହେଉଛି, ଯାହା ପଶ୍ଚିମ ଆଫ୍ରିକାର ଆଇଭୋରୀ କୋଷ୍ଟ ଭାବରେ ମଧ୍ୟ ଜଣାଶୁଣା । ନେଦରଲ୍ୟାଣ୍ଡ ଚଳିତ ବର୍ଷ ଏଥିରେ ସାମିଲ ହେବ । କୋଟ ଡି ଆଇଭୋରେ ପ୍ଲାଷ୍ଟିକ ବ୍ୟାଗ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+