Get Updates
Get notified of breaking news, exclusive insights, and must-see stories!

କାହିଁକି ଫାଟିଥାଏ ମୋବାଇଲ୍, କିପରି ନେବେ ନିଜ ମୋବାଇଲ ଯତ୍ନ ? ଜାଣନ୍ତୁ ଏହା ପଛର ଏହି 7 କାରଣ

ଆପଣ ନିଶ୍ଚିତ ଭାବରେ ସ୍ମାର୍ଟଫୋନ୍ ଫାଟିଯିବା ଏବଂ ଏହା ଫଳରେ ଲୋକଙ୍କ ମୃତ୍ୟୁ ହେବ ଖବର ଶୁଣିଥିବେ । ନିକଟରେ ଉଦୟପୁରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ 470 ଉଡ଼ାଣ ସମୟରେ ଜଣେ ଯାତ୍ରୀଙ୍କ ମୋବାଇଲ ଫାଟିଯିବା ଖବର ମଧ୍ୟ ଆସିଥିଲା । ଏହା ପୂର୍ବରୁ ଅନେକ ସ୍ଥାନରେ ମୋବାଇଲ୍ ଫାଟିବା କାରଣରୁ କେଉଁଠି ଜୀବନ ଚାଲିଯାଇଥିବା ନଚେତ୍ ଆହତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ନିକଟରେ ବିମାନଟି ଉଡ଼ାଣ ଭରିବା ମାତ୍ରେ ଜଣେ ଯାତ୍ରୀଙ୍କ ମୋବାଇଲ୍ ବିସ୍ଫୋରଣ ହୋଇଥିଲା । ତରବରିଆ ଭାବେ ଉଦୟପୁରର ଡାବୋକରେ ଅବସ୍ଥିତ ମହାରଣା ପ୍ରତାପ ବିମାନବନ୍ଦରରେ ବିମାନଟି ଜରୁରୀକାଳୀନ ଅବତରଣ କରିବାକୁ ପଡିଲା । ବିମାନରେ 140 ଜଣ ଯାତ୍ରୀ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା ।

mobile blast

ତେବେ ଆସନ୍ତୁ ଜାଣିବା ଫୋନ୍ / ଚାର୍ଜର ଫାଟିବା ଏବଂ ନିଆଁ ଲାଗିବା ପଛର ମୁଖ୍ୟ 7 ଟି କାରଣ ...

  • ଥାର୍ଡ ପାର୍ଟି କେବୁଲ ଏବଂ ଆଡାପ୍ଟର ବ୍ୟବହାର: ସବୁବେଳେ ମୋବାଇଲ କମ୍ପାନୀ ସହ ଦେଇଥିବା ଅରିଜିନାଲ ଚାର୍ଜର ଏବଂ କେବୁଲ ବ୍ୟବହାର କରନ୍ତୁ । ଅନ୍ୟ ଚାର୍ଜର ଏବଂ କେବୁଲ ବ୍ୟବହାର ଫଳରେ ମୋବାଇଲ ଉପରେ ଚାପ ପଡ଼ିଥାଏ । ଏହା ଆପଣଙ୍କ ମୋବାଇଲ କ୍ଷମତା ଠାରୁ କମ୍ କିମ୍ବା ଅଦିକ ହେଲେ ଏପରି ଦୁର୍ଘଟଣା ହୋଇଥାଏ । ତେଣୁ ଏଥି ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ ।
  • ଥାର୍ଡ ପାର୍ଟି ବ୍ୟାଟେରୀ ବ୍ୟବହାର: ମୋବାଇଲ କମ୍ପାନୀ ଏହାର କ୍ଷମତା ଅନୁସାରେ ବ୍ୟାଟେରୀ ଯୋଗାଇଥାଏ । କିନ୍ତି କିଛି ଦିନ ପରେ ବ୍ୟାଟେରୀ ନଷ୍ଟ ହୋଇଯାଏ । ଏପରି ପରିସ୍ଥିତିରେ, ସେହି ପୁରୁଣା ବ୍ୟାଟେରୀକୁ ବ୍ୟବହାର କରିବା ପରିବର୍ତ୍ତେ ନୂଆ ବ୍ୟାଟେରୀ ଆଣନ୍ତୁ । ନୂଆ ବ୍ୟାଟେରୀ ଆଣିବା ସମୟରେ ଧ୍ୟାନ ରଖନ୍ତୁ ଯେପରି ମୋବାଇଲର କ୍ଷମତା ଅନୁଯାୟୀ ଏହାର ଉପଯୁକ୍ତ ବ୍ୟାଟେରୀ ଆଣନ୍ତୁ । ନଚେତ୍ ଏହା ଉପରେ ଅଧିକ ପ୍ରେସର ଆସିଲେ ଏହା ବିସ୍ପୋରଣ ହେବାର ଆଶଙ୍କା ରହିଥାଏ, ଯାହାକି ଜୀବନ ନେଇପାରେ ।
  • ସ୍ମାର୍ଟଫୋନ୍ ଖରା ହୋଇଯିବା କିମ୍ବା ବ୍ୟାଟେରୀ ଫୁଲିବା: ଫୋନର ଅତ୍ୟଧିକ ବ୍ୟବହାର କେବଳ ଏହା ଉପରେ ନୁହେଁ ବରଂ ବ୍ୟାଟେରୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯଦି ବ୍ୟାଟେରୀ ଫୁଲିଯାଏ, ତେବେ ସର୍ଟ ସର୍କିଟ ହୁଏ, ଫଳରେ ଏହା ଅତ୍ୟଧିକ ଗରମ ହେବା ସହ ଏହା ବିସ୍ପୋରଣ ହେବାର ସମ୍ଭାବନା ଥାଏ ।
  • ବିଛଣା କିମ୍ବା ତକିଆ ତଳେ ଫୋନ୍ ଚାର୍ଜ କରିବା: ଏହା ଏକ ଅତି ସାଧାରଣ କଥା ପରି ମନେ ହେଉଥାଇପାରେ । କିନ୍ତୁ କିଛି ଲୋକ ମୋବାଇଲ କୁ ଚାର୍ଜର ସହିତ ସଂଯୋଗ କରି ଏହାକୁ ଶେଯ କିମ୍ବା ତକିଆ ତଳେ ରଖିଦିଅନ୍ତି । ଏହା ଫୋନକୁ ଅଧିକ ଗରମ କରିପାରେ ଏବଂ ସର୍ଟ ସର୍କିଟ ସୃଷ୍ଟି କରିପାରେ ।
  • ଅତ୍ୟଧିକ ତାପମାତ୍ରାର ସଂସ୍ପର୍ଶରେ ଆସିବା: ସ୍ମାର୍ଟଫୋନକୁ ଅଧିକ ସମୟ ପର୍ଯ୍ୟନ୍ତ ଅତ୍ୟଧିକ ତାପମାତ୍ରାରେ ପ୍ରକାଶ କରିବା ଦ୍ୱାରା ଏହା ବିସ୍ଫୋରଣ ହୋଇପାରେ । ତେଣୁ ଯଥାସମ୍ଭବ ଏହାକୁ ସାଧାରଣ ତାପମାତ୍ରାରେ ବ୍ୟବହାର କରନ୍ତୁ । ଯଦି ଆପଣଙ୍କ ଫୋନ୍ ବେଶୀ ଗରମ ହେଉଛି ତେବେ ଏହାକୁ କିଛି ସମୟ ପାଇଁ ସ୍ୱିଚ୍ ଅଫ୍ କରି ରଖନ୍ତୁ ।
  • ଚାର୍ଜ କରିବା ସମୟରେ ଫୋନ୍ ବ୍ୟବହାର କରିବା : ସ୍ମାର୍ଟଫୋନର ବିପଦ ପଛରେ ଆଉ ଏକ କାରଣ ହେଉଛି 'ଚାର୍ଜ କରିବା ସମୟରେ ଫୋନ୍ ବ୍ୟବହାର କରିବା' । ଏହାର କାରଣ ହେଉଛି ଅଧିକାଂଶ ଫୋନ୍ ଚାର୍ଜ କରିବା ସମୟରେ ଟିକେ ଗରମ ହୋଇଯାଏ ଏବଂ ସେହି ସମୟରେ ବ୍ୟବହାର କରିବା ଦ୍ୱାରା ଅଧିକ ଉତ୍ତାପ ସୃଷ୍ଟି ହୁଏ । ଫଳରେ ଏହା ବିସ୍ପୋରଣ ହୋଇଥାଏ ।
  • ପ୍ରୋସେସର୍ ଉପରେ ଅତ୍ୟଧିକ ଚାପ ପକାଇବା: ଫୋନର ଚିପ୍ ଓଭରଲୋଡ୍ ହୋଇଗଲେ ଫୋନ୍ ଗରମ ହୁଏ । ତାପମାତ୍ରା ବଢିବାକୁ ଲାଗେ । ଫଲରେ ବ୍ୟବହାର କରିବା ସମୟରେ ଏହା ବିସ୍ଫୋରଣ ହୋଇପାରେ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+