2024 ରେ ନରେନ୍ଦ୍ର ମୋଦୀଙ୍କୁ ପରାସ୍ତ କରିପାରିବେ ଏହି ନେତା !

କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବମ୍ପର ବିଜୟ ପରେ ବର୍ତ୍ତମାନ ଦଳର ନେତୃତ୍ୱ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ବିଚାର କରିବାରେ ବ୍ୟସ୍ତ ଅଛନ୍ତି । ସିଏମ୍ ରେସରେ ରହିଛନ୍ତି ଡି.କେ ଶିବକୁମାର ଏବଂ ସିଦ୍ଧରମୈୟା । ଏହା ସହିତ ରାଜ୍ୟରେ କଂଗ୍ରେସର ବିଜୟ ପରେ ଦଳ 2024 ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଉପରେ ଫୋକସ କରିବା ଆରମ୍ଭ କରିଦେଇଛି । ସମସ୍ତ ବିରୋଧୀ ଏକଜୁଟ୍ ହୋଇ ବିଜେପିକୁ ମାତ୍ ଦେବା ନେଇ ଚର୍ଚ୍ଚା ଜୋର୍ ଧରିଛି ।
ଏହି କଳ୍ପନାଜଳ୍ପନା ମଧ୍ୟରେ କଂଗ୍ରେସ ନେତା ତଥା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ଲୋକସଭା ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ସମ୍ପର୍କରେ ଏକ ବଡ ଦାବି କରିଛନ୍ତି ।
ବୁଧବାର ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ କହିଛନ୍ତି, 'ଯଦି ବିରୋଧୀ ଦଳ 2024 ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାସ୍ତ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ତାଙ୍କ ସମ୍ମୁଖରେ ଏକ ବଡ଼ ଚେହେରା ଆଣିବାକୁ ପଡ଼ିବ । ଏକ ଚେହେରା ଯିଏକି ଲୋକପ୍ରିୟ, ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଥିବେ ଏବଂ ସମସ୍ତେ ତାଙ୍କୁ ଦ୍ୱାରା ଗ୍ରହଣ କରୁଥିବେ ।
ସେ କହିଛନ୍ତି, ମୋର ବିଶ୍ୱାସ ଯେ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକପ୍ରିୟ, ଗ୍ରହଣୀୟ ଏବଂ ବିଶ୍ୱସନୀୟ ଚେହେରା ନାହାଁନ୍ତି । ମୁଁ ବିରୋଧୀ ଦଳମାନଙ୍କୁ ନିବେଦନ କରୁଛି ଯେ ସମସ୍ତେ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ବୋଲି ଘୋଷଣା କରନ୍ତୁ ।












Click it and Unblock the Notifications