ଦୁନିଆର ଅନେକ ଦେଶରେ ଲାଗୁ ହୋଇଛି 'ଅଗ୍ନିପଥ' ଯୋଜନା, ଜାଣନ୍ତୁ କେଉଁ ଦେଶରେ ରହିଛି କ'ଣ ନିୟମ
'ଅଗ୍ନିପଥ ଯୋଜନା'କୁ 'ଟୁର୍ ଅଫ୍ ଡ୍ୟୁଟି' ସହିତ ସହିତ ତୁଳନା କରାଯାଉଛି । ଦୁନିଆରେ ଅନେକ ଦେଶ ଅଛି, ଯେଉଁଠାରେ ଲୋକମାନେ ସୈନ୍ୟବାହିନୀ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କାମ କରନ୍ତି ।
ଦଶନ୍ଧି ପୁରୁଣା ପ୍ରତିରକ୍ଷା ନିଯୁକ୍ତି ପ୍ରକ୍ରିୟାର ନବୀକରଣ କରି ସରକାର ସ୍ଥଳ ସେନା, ନୌସେନା ଏବଂ ବାୟୁସେନାରେ ସୈନିକ ନିଯୁକ୍ତି ପାଇଁ 'ଅଗ୍ନିପଥ' ଯୋଜନା ଘୋଷଣା କରିଛନ୍ତି । ଏହା ଅଧୀନରେ ଚାରି ବର୍ଷର ସ୍ୱଳ୍ପ ସମୟ ପାଇଁ ଚୁକ୍ତିନାମା ଆଧାରରେ ସୈନିକ ନିଯୁକ୍ତି କରାଯିବ । ଏହି ଯୋଜନା ଅନୁଯାୟୀ ଚଳିତ ବର୍ଷ ତିନୋଟି ସେନା ବାହିନୀରେ ପ୍ରାୟ 46,000 ସୈନିକ ନିଯୁକ୍ତ ହେବେ । ଚୟନ ପାଇଁ ଯୋଗ୍ୟତା ବୟସ 17 ବର୍ଷରୁ ସାଢେ 21 ବର୍ଷ ମଧ୍ୟରେ ହେବା ଉଚିତ୍ । ଏହି ଯୋଜନାରେ ନିଯୁକ୍ତି ପାଇବା ଯବାନମାନଙ୍କୁ 'ଅଗ୍ନିବୀର' ଭାବେ ନାମିତ କରାଯିବ ।

'ଟୁର୍ ଅଫ୍ ଡ୍ୟୁଟି' ସହ କରାଯାଇଛି ତୁଳନା
ଏଭଳି ପରିସ୍ଥିତିରେ 'ଅଗ୍ନିପଥ ଯୋଜନା'କୁ 'ଟୁର୍ ଅଫ୍ ଡ୍ୟୁଟି' ସହିତ ସହିତ ତୁଳନା କରାଯାଉଛି । ଦୁନିଆରେ ଅନେକ ଦେଶ ଅଛି, ଯେଉଁଠାରେ ଲୋକମାନେ ସୈନ୍ୟବାହିନୀ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କାମ କରନ୍ତି । ଏବେ ଆମେ ଜାଣିବା 'ଟୁର୍ ଅଫ୍ ଡ୍ୟୁଟି' କ'ଣ ? କେଉଁ ଦେଶରେ ଯୁବକମାନଙ୍କୁ ସାମରିକ ସେବା ଦେବା ବାଧ୍ୟତାମୂଳକ ।
ଟୁର୍ ଅଫ୍ ଡ୍ୟୁଟି କ'ଣ ?
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନରେ ପାଇଲଟ୍ ଅଭାବ ଥିବାରୁ ଟୁର୍ ଅଫ୍ ଡ୍ୟୁଟି ଆରମ୍ଭ ହୋଇଥିଲା । ଏହା ପରେ ବ୍ରିଟିଶ ସରକାର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ବାୟୁସେନାରେ ଯୁବକ ନିଯୁକ୍ତି ଆରମ୍ଭ କରିଥିଲେ । ସେହି ସମୟରେ ଚାକିରି ପାଇଁ ଏକ ସର୍ତ୍ତ ରଖାଯାଇଥିଲା ଯେ ପ୍ରତ୍ୟେକ ପାଇଲଟଙ୍କୁ ଦୁଇ ବର୍ଷରେ ଅତି କମରେ 200 ଘଣ୍ଟା ବିମାନ ଉଡ଼ାଣ କରିବାକୁ ହେବ । ଏହି ଯୋଜନା ବହୁତ ସଫଳ ହୋଇଥିଲା । ଏହାର ସଫଳତା ଦେଖି ଅନ୍ୟାନ୍ୟ ଦେଶ ମଧ୍ୟ ଟୁର୍ ଅଫ୍ ଡ୍ୟୁଟି କୁ ଆପଣାଇଥିଲେ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସର୍ବାଧିକ ସଂଖ୍ୟକ ଯୁବକଙ୍କୁ ସେନା ତାଲିମ ଦେବା ଯାହା ଦ୍ୱାରା ସେମାନେ ଆବଶ୍ୟକ ସମୟରେ ଦେଶ ସେବା କରିପାରିବେ ।
30 ରୁ ଅଧିକ ଦେଶରେ ଲାଗୁ ଏହି ଯୋଜନା
ଟୁର୍ ଅଫ୍ ଡ୍ୟୁଟି ଦୁନିଆର 30 ରୁ ଅଧିକ ଦେଶରେ କୌଣସି ନା କୌଣସି ରୂପରେ ଲାଗୁ ହୋଇଛି । ଏହାର ଅବଧି କିଛି ମାସରୁ କିଛି ବର୍ଷ ପର୍ଯ୍ୟନ୍ତ ହୋଇପାରେ । ଏଥି ସହିତ, ଅତି କମରେ 10 ଟି ଦେଶ ଅଛି ଯେଉଁଠାରେ ଉଭୟ ପୁରୁଷ ଏବଂ ମହିଳାଙ୍କୁ ବାଧ୍ୟତାମୂଳକ ଭାବେ ସେନାରେ ସେବା କରିବାକୁ ପଡିଥାଏ । ଏହି ଦେଶଗୁଡିକରେ ଚୀନ୍, ଇସ୍ରାଏଲ୍, ୟୁକ୍ରେନ, ନରୱେ, ସ୍ୱିଡେନ, ମୋରୋକୋ, ଉତ୍ତର କୋରିଆ, କେପ ବର୍ଦେ, ଜାଡ, ଇରିତ୍ରିଆ ଭଳି ଦେଶ ଅନ୍ତର୍ଭୁକ୍ତ ।
ଇସ୍ରାଏଲ
ଇସ୍ରାଏଲର ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ସାମରିକ ସେବା ବାଧ୍ୟତାମୂଳକ ଅଟେ । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀରେ ପୁରୁଷମାନେ 3 ବର୍ଷ ପାଇଁ ଏବଂ ମହିଳାମାନେ ପ୍ରାୟ 2 ବର୍ଷ କାର୍ଯ୍ୟ କରନ୍ତି । କେତେକ ସୈନିକଙ୍କୁ ବିଭିନ୍ନ ଦାୟିତ୍ୱରେ ଅତିରିକ୍ତ ମାସ ସେବା କରିବାକୁ ପଡିଥାଏ । ଏହା ଦେଶ ତଥା ବିଦେଶରେ ରହୁଥିବା ଇସ୍ରାଏଲର ସମସ୍ତ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ । କେବଳ ଶାରିରୀକ ସମସ୍ୟା ଆଧାରରେ ସେମାନଙ୍କୁ ସେନା ଛାଡିବାକୁ ଅନୁମତି ଦିଆଯାଇପାରେ ।
ବ୍ରାଜିଲ
ବ୍ରାଜିଲରେ 18 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସାମରିକ ସେବା ବାଧ୍ୟତାମୂଳକ । ଏହା 1 ବର୍ଷ ପାଇଁ ହୋଇଥାଏ । 18 ବର୍ଷ ବୟସ ହେବା ପ୍ରତ୍ୟେକ ପୁରୁଷ ନାଗରିକଙ୍କ ପାଇଁ ଏହା ପ୍ରଯୁଜ୍ୟ । ଲୋକମାନେ କେବଳ ସ୍ୱାସ୍ଥ୍ୟଗତ କାରଣରୁ ଏଥିରୁ ବାଦ୍ ପଡ଼ିପାରିବେ । ଏପରିକି ଯଦି ଆପଣ ବିଶ୍ୱବିଦ୍ୟାଳୟରେ ପଢୁଛନ୍ତି, ତେବେ ସେବା ସ୍ଥଗିତ ହୋଇପାରେ କିନ୍ତୁ ଏହାକୁ ବାତିଲ କରାଯାଇପାରିବ ନାହିଁ ।

ରୁଷ
18 ରୁ 27 ବର୍ଷ ବୟସର ଯୁବକମାନଙ୍କ ପାଇଁ ରୁଷରେ ସାମରିକ ସେବା ବାଧ୍ୟତାମୂଳକ । ଏହାପୂର୍ବରୁ, ଯୁବକମାନଙ୍କୁ ଏଠାରେ ବାଧ୍ୟତାମୂଳକ ସାମରିକ ସେବା ପାଇଁ 2 ବର୍ଷ ଦେବାକୁ ପଡୁଥିଲା, କିନ୍ତୁ 2008 ରୁ ଏହାକୁ ମାତ୍ର 12 ମାସକୁ ହ୍ରାସ କରାଯାଇଛି । ଡାକ୍ତର, ଶିକ୍ଷକ ପରି ପଦବୀରେ ନିଯୁକ୍ତ ଲୋକମାନଙ୍କୁ ଏଥିରୁ ବାଦ୍ ଦିଆଯାଏ । ଏଥି ସହିତ, ଯେଉଁମାନଙ୍କର 3 ବର୍ଷ କିମ୍ବା ତା'ଠାରୁ କମ୍ ବୟସର ପିଲା ଅଛନ୍ତି, ସେମାନେ ମଧ୍ୟ ଏଥିରୁ ମୁକ୍ତ ଅଟନ୍ତି ।
ବରମୁଣ୍ଡା
ବରମୁଣ୍ଡାଠାରେ ପୁରୁଷମାନଙ୍କୁ ସୈନ୍ୟବାହିନୀରେ ନିଯୁକ୍ତି ଦେବା ପାଇଁ ସରକାର ଏକ ଲଟେରୀ ଚଳାନ୍ତି । ଏଥିରେ 18 ରୁ 32 ପର୍ଯ୍ୟନ୍ତ ପୁରୁଷମାନଙ୍କୁ ନିଯୁକ୍ତି ଦିଆଯାଏ । ଯେଉଁମାନଙ୍କ ନାମ ଏହି ଲଟେରୀରେ ଆସେ, ସେମାନଙ୍କୁ ବରମୁଣ୍ଡା ରେଜିମେଣ୍ଟରେ ବାଧ୍ୟତାମୂଳକ ଭାବେ 38 ମାସ ସେବା କରିବାକୁ ପଡିଥାଏ ।
ଦକ୍ଷିଣ କୋରିଆ
ଦକ୍ଷିଣ କୋରିଆରେ ସମସ୍ତ ଦକ୍ଷ ପୁରୁଷଙ୍କୁ ସ୍ଥଳ ସେନାରେ 21 ମାସ, ନୌସେନାରେ 23 ମାସ ଏବଂ ବାୟୁସେନାରେ 24 ମାସ ସେବା କରିବାକୁ ପଡିଥାଏ । ପୋଲିସ୍ ଫୋର୍ସ, କୋଷ୍ଟଗାର୍ଡ, ଅଗ୍ନିଶମ ସେବା ସମେତ ଅନେକ ସରକାରୀ ବିଭାଗରେ କାର୍ଯ୍ୟ କରିବାର ବିକଳ୍ପ ମଧ୍ୟ ଅଛି । ଦକ୍ଷିଣ କୋରିଆର ସର୍ବାଧିକ ସମୟ ଧରି ବାଧ୍ୟତାମୂଳକ ସାମରିକ ସେବାର ନିୟମ ରହିଛି । ପୁରୁଷମାନଙ୍କ ପାଇଁ ପ୍ରାୟ 11 ବର୍ଷ ଏବଂ ମହିଳାମାନଙ୍କ ପାଇଁ ପ୍ରାୟ 7 ବର୍ଷ ସେବା କରିବାର ଏକ ନିୟମ ଅଛି ।

ସିରିଆ
ସିରିଆର ସମସ୍ତ ପୁରୁଷଙ୍କ ପାଇଁ ସାମରିକ ସେବା ବାଧ୍ୟତାମୂଳକ । ମାର୍ଚ୍ଚ 2011 ରେ, ବାଧ୍ୟତାମୂଳକ ସାମରିକ ସେବା 21 ମାସରୁ 18 ମାସକୁ ହ୍ରାସ କରାଯାଇଥିଲା । ଏଠାରେ ନିୟମ ଏତେ କଠୋର ଯେ ଯେଉଁମାନେ ସାମରିକ ସେବାକୁ ମନା କରନ୍ତି ସେମାନେ ଚାକିରୀ ହରାଇ ପାରନ୍ତି । ଯେଉଁମାନେ ସେନା ସେବାରେ ହେଳା କରନ୍ତି ସେମାନଙ୍କୁ ଜେଲ୍ ଦଣ୍ଡ ହୋଇପାରେ । କିନ୍ତୁ ମହିଳାମାନଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ, ସେମାନେ ସ୍ୱେଚ୍ଛାକୃତ ଭାବେ ସେବାରେ ଯୋଗ ଦେଇପାରିବେ ।
ସ୍ୱିଜରଲ୍ୟାଣ୍ଡ
ବାଧ୍ୟତାମୂଳକ ସାମରିକ ସେବା ସ୍ୱିଜରଲ୍ୟାଣ୍ଡରେ ମଧ୍ୟ କାର୍ଯ୍ୟକାରୀ ହେଉଛି । ଏଠାରେ ସମସ୍ତ ସୁସ୍ଥ ପୁରୁଷମାନେ ପ୍ରାପ୍ତ ବୟସ୍କ ହେବା ମାତ୍ରେ ସେନାରେ ଯୋଗଦେବାକୁ ପଡିବ । ମହିଳାମାନେ ନିଜେ ଚାହିଁଲେ ସେନାରେ ଯୋଗ ଦେଇ ପାରିବେ, ନଚେତ୍ ଏହା ସେମାନଙ୍କ ପାଇଁ ଅନିବାର୍ଯ୍ୟ ନୁହେଁ । ଏହି ସେବା ପ୍ରାୟ 21 ସପ୍ତାହ ପାଇଁ ହୋଇଥାଏ । ଏହା ପରେ ଆବଶ୍ୟକ ତାଲିମ ଅନୁଯାୟୀ ଏହାକୁ ବୃଦ୍ଧି କରାଯାଇପାରିବ । ସାଧାରଣତଃ ଏଥିରେ 6 ଟି ତାଲିମ ପିରିଅଡ୍ ରହିଥାଏ । ପ୍ରତ୍ୟେକ ତାଲିମ 19 ଦିନର ହୋଇଥାଏ ।
ସିଙ୍ଗାପୁର
ସିଙ୍ଗାପୁରରେ ମଧ୍ୟ ସାମରିକ ସେବା ବାଧ୍ୟତାମୂଳକ ରହିଛି । ପ୍ରତ୍ୟେକ ବ୍ୟକ୍ତି 18 ବର୍ଷ ବୟସ ହେବା ପରେ ସିଙ୍ଗାପୁର ସଶସ୍ତ୍ର ବାହିନୀରେ ଯୋଗଦେବା ବାଧ୍ୟତାମୂଳକ । ଏହା ବ୍ୟତୀତ ସେ ସିଙ୍ଗାପୁର ସିଭିଲ୍ ଡିଫେନ୍ସ ଫୋର୍ସ କିମ୍ବା ସିଙ୍ଗାପୁର ପୋଲିସ୍ ଫୋର୍ସରେ ଯୋଗ ଦେଇ ପାରିବେ । ଏହି ନିୟମର ଉଲ୍ଲଂଘନକାରୀଙ୍କୁ 10 ହଜାର ସିଙ୍ଗାପୁର ଡଲାର, ତିନି ବର୍ଷ ଜେଲ କିମ୍ବା ଉଭୟ ଦଣ୍ଡ ମିଳିପାରେ ।
ଚୀନ୍
ଚାଇନାରେ ସାଧାରଣ ନାଗରିକଙ୍କ ପାଇଁ ସାମରିକ ସେବା କରିବା ବାଧ୍ୟତାମୂଳକ ଥିଲା । କିନ୍ତୁ 1949 ପରଠାରୁ ଦେଶରେ ବାଧ୍ୟତାମୂଳକ ସାମରିକ ସେବା କାର୍ଯ୍ୟକାରୀ କରାଯାଇ ନାହିଁ । କାରଣ ସେଠାକାର ସେନା ଭାବନ୍ତି ଯେ ଲୋକମାନେ ସ୍ବେଚ୍ଛାକୃତ ଭାବରେ ସେନାରେ ଯୋଗ ଦେବାକୁ ଆସନ୍ତି ।

ଥାଇଲ୍ୟାଣ୍ଡ
ଥାଇଲ୍ୟାଣ୍ଡରେ ବାଧ୍ୟତାମୂଳକ ସାମରିକ ସେବା 1905 ପରଠାରୁ ଲାଗୁ ହୋଇଛି । ସମସ୍ତ ପୁରୁଷ 21 ବର୍ଷ ହେବା ପରେ ସେନାରେ ସାମିଲ ହେବା ଅନିର୍ବାଯ୍ୟ ।
ତୁର୍କୀ
ତୁର୍କୀରେ ମଧ୍ୟ ସେନାରେ ଯୋଗ ଦେବା ବାଧ୍ୟତାମୂଳକ । 20 ରୁ 41 ବର୍ଷ ବୟସର ସମସ୍ତ ପୁରୁଷଙ୍କୁ ତୁର୍କୀ ସେନାରେ ଯୋଗଦେବାକୁ ପଡିଥାଏ । ଯେଉଁମାନେ ଉଚ୍ଚଶିକ୍ଷା କିମ୍ବା ଧନ୍ଦାମୂଳକ ତାଲିମ ନେଉଛନ୍ତି ସୋମାନେ କିଛି ସମୟ ପାଇଁ ଏହାକୁ ସ୍ଥଗିତ ରଖିପାରନ୍ତି ।
ନରୱେ
ଏହି ଦେଶରେ 19 ବର୍ଷରୁ 44 ବର୍ଷ ପର୍ଯ୍ୟନ୍ତ ନାଗରିକଙ୍କୁ ଅନିର୍ବାଯ୍ୟ ଭାବେ ସେନାରେ ଯୋଗ ଦେଇ ଦେଶ ସେବା କରିବାକୁ ପଡ଼ିଥାଏ ।












Click it and Unblock the Notifications