ମୃତ୍ୟୁ ପରେ ବି ଜିତିଲେ ନିର୍ବାଚନ, ଅଧା ରହିଗଲା ଜନସେବା ସ୍ୱପ୍ନ

asiya

ଲକ୍ଷ୍ନୌ : ରାଜନୀତିରେ ସରଳ ମନୋଭାବର ମହତ୍ତ୍ୱ କେତେ ତାହା ପ୍ରମାଣ କରିଛନ୍ତି ଜଣେ ମହିଳା ପ୍ରାର୍ଥୀ । ନିର୍ବାଚନରେ ନାମାଙ୍କନ ଭରି ପ୍ରଚାର ମଧ୍ୟ କରିଥିଲେ । ନିର୍ବାଚନରେ ଜିତିଲେ ଲୋକଙ୍କ ସେବା କରିବାକୁ ସରଳ ମନରେ ଥିଲା ଅନେକ ଆଶା । ହେଲେ ସେ ଆଶା ଏବେ ଆଶାରେ ରହିଯାଇଛି । ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିଲେ ବି ତାଙ୍କୁ ଭୋଟ୍ ଦେଇ ଜିତାଇଛନ୍ତି ଭୋଟର ।

ଉତ୍ତର ପ୍ରଦେଶ ନଗର ପାଳିକା ନିର୍ବାଚନରେ ଦେଖିବାକୁ ମିଳିଛି ଏପରି ଏକ ସରଳ ରାଜନୀତିର ଚିତ୍ର । ହସନପୁର ମ୍ୟୁନିସିପାଲଟିର ୱାର୍ଡ ମେମ୍ବର ଆସନ ପାଇଁ 25 ବର୍ଷୀୟା ଆସିୟା ବିବି ଅପ୍ରେଲ 16 ରେ ନାମାଙ୍କନ ଭରିଥିଲେ । ଏହାପରେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇ ଅପ୍ରେଲ 20 ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମୃତ୍ୟୁ ପରେ ବି ଆସିୟା ନିର୍ବାଚନ ଜିତିଛନ୍ତି ।

ନିର୍ବାଚନ ପ୍ରଚାର ସମୟରେ ସରଳ ମନୋଭାବ ରଖି ହସ ହସ ମୁହଁରେ ଲୋକଙ୍କ ନିକଟକୁ ଯାଇ ଭେଟିଥିଲେ । ନିର୍ବାଚନରେ ଜିତିଲେ ତାଙ୍କ ଦ୍ୱାରା ଯଥା ସମ୍ଭବ ସାହାଯ୍ୟ କରିବା ନେଇ ଦେଇଥିଲେ ପ୍ରତିଶ୍ରୁତି । ତାଙ୍କର ସରଳ ପଣିଆ ଲୋକଙ୍କ ମନକୁ ଛୁଇଁଥିଲା । ଏପରିକି ତାଙ୍କ ମୃତ୍ୟୁ ପରେ ବି ଜନତା ତାଙ୍କୁ ଭୋଟ୍ ଦେଇଥିଲେ । ଫଳାଫଳ ଆସିବା ପରେ ଜଣାପଡ଼ିଲା ଆସିୟା ବିବି ଜିତିଛନ୍ତି ।

ଏହି ନିର୍ବାଚନରେ ହସନପୁର ବାସୀ ଆସିୟା ଆଉ ଏ ଦୁନିଆରେ ନାହାଁନ୍ତି ବୋଲି ଜାଣି ମଧ୍ୟ ତାଙ୍କୁ ଭୋଟ ଦେଇଥିଲେ । ଆସିୟା ପୂର୍ବରୁ କେବେ ନିର୍ବାଚନ ଲଢି ନ ଥିଲେ । ପ୍ରଥମ ଥର ପାଇଁ ସେ ନିର୍ବାଚନ ଲଢି ଲୋକଙ୍କ ମନକୁ ଜିତି ପାରିଥିଲେ । ଏହି ଭୋଟ ଆସିୟାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ବୋଲି ସ୍ଥାନୀୟ ବାସିନ୍ଦା କହନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+