ପୋଲିସ୍ କନଷ୍ଟେବଳ ଚାକିରୀ ଖୋଜୁଛନ୍ତି ସନ୍ନି ଲିଓନି ! ଓଡ଼ିଶାରେ ମହାଲ ମାଣ୍ଡା ପରେ ଆଡମିଟ୍ କାର୍ଡରେ ସନ୍ନି...
ଲକ୍ଷ୍ନୌ: ପୋଲିସ୍ କନଷ୍ଟେବଳ ଚାକିରୀ ଖୋଜୁଛନ୍ତି ସନ୍ନି ଲିଓନି ! ଏପରିକି ପରୀକ୍ଷା ଆଡମିଟ୍ କାର୍ଡରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଫଟୋ ମଧ୍ୟ ରହିଛି । ଉତ୍ତରପ୍ରଦେଶ ପୋଲିସ୍ କନେଷ୍ଟବଲ ଭର୍ତ୍ତି ପାଇଁ ଜାରି ହୋଇଥିବା ଆଡମିଟ୍ କାର୍ଡରେ ରହିଛି ଆଇଟମ୍ ଗାର୍ଲ ସନ୍ନି ଲିଓନିଙ୍କ ନାଁ ସହିତ ଫଟୋ । ଏହା ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଉତ୍ତରପ୍ରଦେଶ ପୋଲିସ୍ କନେଷ୍ଟବଲ ଭର୍ତ୍ତି ପାଇଁ 2,385 ପଦବୀର ବିଜ୍ଞପ୍ତି ବାହାରିଥିଲା । ଏନେଇ ବହୁ ସଂଖ୍ୟାରେ ଆଶାୟୀ ଏହି ପୋଷ୍ଟ ପାଇଁ ଆବେଦନ କରିଥିଲେ । ଏଥିରେ ଜଣେ ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡରେ ସନ୍ନି ଲିଓନିଙ୍କ ଫଟୋ ରହିଛି । ଆଡମିଟ୍ ଅନୁଯାୟୀ, ଅଭିନେତ୍ରୀଙ୍କ ସନିଙ୍କ ପରୀକ୍ଷା କେନ୍ଦ୍ର ଶ୍ରୀମତି ସୋନିଶ୍ରୀ ମେମୋରିଆଲ୍ ଗର୍ଲ କଲେଜ ରହିଥିଲା ।
ଭାଇରାଲ ହେଉଥିବା ଆଡମିଟ କାର୍ଡରେ ପ୍ରାର୍ଥିଙ୍କ ନାଁ ସନି ଲିଓନି ଲେଖାଯାଇଥିବା ବେଳେ ଏଥିରେ ଅଭିନେତ୍ରୀଙ୍କର ଦୁଇଟି ଫଟୋ ମଧ୍ୟ ଲଗାଯାଇଛି । ତେବେ ଅଧିକାରୀଙ୍କୁ ଏ ନେଇ ସୂଚନା ମିଳିବା ପରେ ମାମଲା ଖୁବ ସରଗରମ ହୋଇ ଯାଇଛି । ପ୍ରାର୍ଥୀ ତାଲିକାରେ ଏହି ପରୀକ୍ଷାର୍ଥୀଙ୍କ ବିଷୟରେ ଜାଣିବା ପରେ ଡ୍ୟୁଟିରେ ଥିବା ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ସମୟ ମଧ୍ୟରେ ସନ୍ନି ଲିଓନିଙ୍କ ନାମରେ ଜାରି ହୋଇଥିବା ଏହି ଆଡମିଟ୍ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଆଡମିଟ୍ କାର୍ଡ ଭାଇରାଲ୍ ହେବା ପରେ ଉତ୍ତରପ୍ରଦେଶ ପୋଲିସ୍ ନିଯୁକ୍ତି ଏବଂ ପଦୋନ୍ନତି ବୋର୍ଡ ଏହାକୁ ନକଲି ଆଡମିଟ୍ କାର୍ଡ ବୋଲି ସୂଚନା ଦେଇଛନ୍ତି । ଫର୍ମ ପୂରଣ କରିଥିବା କିଛି ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡ ରିଲିଜ୍ ସମୟରେ ଭୁଲ ଫଟୋ ଅପଲୋଡ୍ ହୋଇଥିଲା । ନିଯୁକ୍ତି ବୋର୍ଡ ଅଭିଯୋଗ ପାଇବା ମାତ୍ରେ ଏହିପରି ଆଡମିଟ୍ କାର୍ଡଗୁଡିକରେ ସଂଶୋଧନ ମୂଳକ ଫଟୋ ପାଇଁ ସ୍ଥାନ ଫାଙ୍କା ଦିଆଯାଇଛି । ଏହାପରେ ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଟୋଗ୍ରାଫ ଏବଂ ଆଧାର କାର୍ଡ ସହିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବର୍ତ୍ତମାନ ପୋଲିସ ଭର୍ତ୍ତି ପାଇଁ 'ସନି ଲିଓନି'ଙ୍କ ଏହି ଆଡମିଟ କାର୍ଡ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications