କିଏ ହେବ ଆମେରିକା ରାଷ୍ଟ୍ରପତି ? ଛିଡୁନି ଅଙ୍କ
ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ୍ 264 ଇଲେକ୍ଟୋରାଲ ଭୋଟ୍ ପାଇ ଆଗୁଆ ଅଛନ୍ତି | ଅପରପକ୍ଷରେ ବିପବ୍ଲିକାନ୍ ଦଳ ପକ୍ଷରୁ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ଥିବା ଡୋନାଲ୍ଡ ଟ୍ରମ୍ପ 214 ଇଲେକ୍ଟୋରାଲ ଭୋଟ ପାଇଛନ୍ତି |
ଓ୍ୱାସିଙ୍ଗଟନ୍ : ଆମେରିକାର ରାଷ୍ଟ୍ରପତି କିଏ ହେବ ସାରା ବିଶ୍ୱ ଏହା ଜାଣିବାକୁ ଅପେକ୍ଷା କରିଛି | ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ୍ 264 ଇଲେକ୍ଟୋରାଲ ଭୋଟ୍ ପାଇ ଆଗୁଆ ଅଛନ୍ତି | ଅପରପକ୍ଷରେ ରିପବ୍ଲିକାନ୍ ଦଳ ପକ୍ଷରୁ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ଥିବା ଡୋନାଲ୍ଡ ଟ୍ରମ୍ପ 214 ଇଲେକ୍ଟୋରାଲ୍ ଭୋଟ ପାଇଛନ୍ତି | ଆଉ 4ଟି ରାଜ୍ୟର ଫଳାଫଳ ବାକି ରହିଛି | ସେଥି ମଧ୍ୟରୁ ଜର୍ଜିଆ, ନେବାଦା, ପେନସିଲଭାନିଆରେ ବାଇଡେନ୍ ଆଗୁଆ ଥିବା ବେଳେ ନର୍ଥ କାରୋଲିନାରେ ଟ୍ରମ୍ପ ଆଗୁଆ ଅଛନ୍ତି | ଜର୍ଜିଆରେ ଉଭୟଙ୍କ ଭୋଟ୍ ବ୍ୟବଧାନ ଖୁବ୍ କମ୍ ଥିବାରୁ ସେଠାରେ ଆଉ ଥରେ ଭୋଟ୍ ଗଣନା କରିବାକୁ ଜର୍ଜିଆର ସଚିବ ପର୍ଗର ସୂଚନା ଦେଇଛନ୍ତି |













Click it and Unblock the Notifications