Get Updates
Get notified of breaking news, exclusive insights, and must-see stories!

ଏକମାତ୍ର ସହିଦ ଓଡ଼ିଆ ମହିଳା ସଂଗ୍ରାମୀ ପରୀ ବେୱା, ନାରୀ ଜାଗରଣ ପାଇଁ ଦେଇଥିଲେ ପ୍ରାଣବଳୀ

ତାଙ୍କ ନାଁ, ଗାଁ ଠିକଣା, ଇତିହାସକାରଙ୍କୁ ମଧ୍ୟ ଅଜଣା । ହେଲେ ତାଙ୍କ ବଳିଦାନର କାହାଣୀ ଇତିହାସ ସାଇତି ରଖିଛି । ସ୍ୱାଧୀନତା ଲାଗି ପ୍ରାଣବଳୀ ଦେଇଥିବା ସେ ହେଉଛନ୍ତି ଏକମାତ୍ର ଓଡ଼ିଆ ନାରୀ । ସେ ହେଉଛନ୍ତି ବୀରାଙ୍ଗନା ପରୀ ବେୱା ।

Unsung heroes of India : ତାଙ୍କ ନାଁ, ଗାଁ ଠିକଣା, ଇତିହାସକାରଙ୍କୁ ମଧ୍ୟ ଅଜଣା । ହେଲେ ତାଙ୍କ ବଳିଦାନର କାହାଣୀ ଇତିହାସ ସାଇତି ରଖିଛି । ସ୍ୱାଧୀନତା ଲାଗି ପ୍ରାଣବଳୀ ଦେଇଥିବା ସେ ହେଉଛନ୍ତି ଏକମାତ୍ର ଓଡ଼ିଆ ନାରୀ । ସେ ହେଉଛନ୍ତି ବୀରାଙ୍ଗନା ପରୀ ବେୱା ।

କାହାଣୀ ଭାରତଛାଡ ଆନ୍ଦୋଳନ ସମୟର । ଗୋଲାମଗିରିର ଅତ୍ୟାଚାର ବିରୁଦ୍ଧରେ ଚାଲିଥିବା ସ୍ୱାଧୀନତା ଆନ୍ଦୋଳନରେ ପଛାଇ ନଥିଲା ଓଡ଼ିଶା । ଗାନ୍ଧିଜୀଙ୍କ ଭାରତଛାଡ ଆନ୍ଦୋଳନ ଡାକରାରେ ପ୍ରେରିତ ହୋଇ ଓଡ଼ିଶାର ପୁରପଲ୍ଲୀ ଝାସ ଦେଇଥିଲା ମାଟିର ମହା ସଂଗ୍ରାମରେ ।

pari bewa

ଏହି ଐତିହାସିକ ଆନ୍ଦୋଳନର ଡାକରା ଉଦ୍‌ବୁଦ୍ଧ କରେ ଇରମ୍ ମାଟିର ବୀର ରମଣୀ ବେୱାଙ୍କୁ । ବ୍ୟକ୍ତିଗତ ସୁଃଖକୁ ପଛକୁ ଠେଲି ବେୱା ଶ୍ରେୟ ମଣନ୍ତି ମାଟି ମାଆର ସ୍ୱାଧୀନତା ପାଇଁ କାର୍ଯ୍ୟ କରିବାକୁ । ଆଉ ପଞ୍ଜିକୃତ କରନ୍ତି ଇରମ୍ ମାଟିର ସେହି ରକ୍ତ ରଂଜିତ ଇତିହାସରେ ଯେଉଁଠାରେ ବୀର ଭୋଗ୍ୟା ବସୁନ୍ଧରା ଆଶ୍ରୟ ଦେଇଛି 29 ଜଣ ମାତୃ ସାଧକଙ୍କୁ ।

ଇରମ୍‌ର ରକ୍ତ ରଂଜିତ ମାଟିରେ 29 ଜଣ ଓଡ଼ିଆଙ୍କ ବଳିଦାନର ଗାଥା ସମଗ୍ର ଭାରତକୁ ଚକିତ କରିଥିଲା । ଶହୀଦଙ୍କ ମଧ୍ୟରେ ଏକମାତ୍ର ନାରୀନେତ୍ରୀ ଭାବରେ ସାମିଲ ହୋଇ ଦେଶକୁ ବେୱା ଦେଖାଇ ଥିଲେ ଓଡ଼ିଆ ରମଣୀର ବୀରତ୍ୱର ନିଆରା ନିଦର୍ଶନ ।
ଭାରତର ଦ୍ୱିତୀୟ ଜାଲିୱାନାବାଗ ହତ୍ୟାକାଣ୍ଡ କୁହାଯାଉଥିବା 'ଇରମ ଗୁଳିକାଣ୍ଡ' ରେ ସହିଦ୍ ହୋଇଥିଲେ ପରୀ ବେୱା । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକରୁ 16 କି.ମି. ଦୂରରେ ଅବସ୍ଥିତ ଐତିହାସିକ ତୀର୍ଥସ୍ଥଳ ଇରମ୍ । ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପୁଲିସର ନାରକୀୟ ଅତ୍ୟାଚାର ଏବଂ ର୍ନିବିରୋଧ ଆନ୍ଦୋଳନକାରୀଙ୍କ ଉପରେ ଅମାନୁଷିକ ଗୁଳିଚାଳନା ଇତିହାସକୁ ରକ୍ତରଞ୍ଜିତ କରିଥିଲା । ସେହି ହିଂସାରେ ଟଳି ପଡିଥିଲେ ଓଡିଶାର ମହିଳା ସଂଗ୍ରାମୀ ଶହୀଦ ପରୀ ବେୱା । ସଂଗ୍ରାମୀଙ୍କ ସମ୍ପର୍କରେ ଲିଖିତ ଇତିହାସ ପୃଷ୍ଠାରୁ ପରୀ ବେୱା ହଜି ଯାଇଛନ୍ତି ସତ ରକ୍ତରଞ୍ଜିତ ଇରମ୍ ମାଟିରୁ ସେହି ଦାଗ ଏପର୍ଯ୍ୟନ୍ତ ଲିଭି ନାହିଁ ।

ବେୱା ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓ ଏବେର ଭଦ୍ରକ ସ୍ଥିତ ଇରମଠାରେ ଜନ୍ମଗ୍ରହଣ କରିଥିଲେ । ସେ କୌଣସି ବିଧିବଦ୍ଧ ଶିକ୍ଷାଲାଭ କରିନଥିଲେ । ସେ ନାରାୟଣ ସାହୁଙ୍କୁ ବିବାହ କରିଥିଲେ । ଗାଁର ଗୋଟିଏ ପାଶ୍ୱର୍ରେ ବଙ୍ଗୋପସାଗର ଓ ଅନ୍ୟ ତିନୋଟି ପାଶ୍ୱର୍ରେ ରହିଛି କାଂଶବାଁଶ ଓ ଗମେଇ ନଦୀ । ଚାରିପାଖ ଜଳ ଦ୍ୱାରା ପରିବେଷ୍ଟିତ ହୋଇଥିବାରୁ ପ୍ରାକ୍ ସ୍ୱାଧୀନତା ସମୟରେ ପୁଲିସ କିମ୍ବା ପ୍ରଶାସନର ନାଲିଆଖିରୁ ବର୍ତ୍ତି ରହିଥିଲା ଏହି ଗ୍ରାମ । ତେଣୁ ସେତେବେଳେ ସ୍ୱାଧୀନତା ସଂଗ୍ରାମୀଙ୍କ ନିରାପଦ ଆଶ୍ରୟସ୍ଥଳ ତଥା ଗୋପନ ମସୁଧାର କେନ୍ଦ୍ର ଥିଲା ଇରମ୍ । ସେଠାରେ ଥିବା ଏକ ଖୋଲାପଡିଆକୁ ସ୍ୱାଧୀନତା ସଂଗ୍ରାମୀମାନେ ସଭାସ୍ଥଳ ଭାବେ ବ୍ୟବହାର କରୁଥିଲେ । 1920 ମସିହାରୁ ଉତ୍କଳମଣି ଗୋପବନ୍ଧୁ ଦାଶ ଓ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆନ୍ଦୋଳନର ବାର୍ତ୍ତାବହ ରୂପେ ଏହି ପଡିଆରେ ଜନସଭା ଆୟୋଜନ କରି ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲେ ।

ସେଦିନ ଥାଏ 1942 ମସିହା ସେପ୍ଟେମ୍ବର ମାସ 28 ତାରିଖ । ଇରମରେ ଇଂରେଜ ବିରୁଦ୍ଧରେ ଚାଲିଥାଏ ସଭା । ଗୋରା ସରକାରର ଦୂରାଚାରୀ ଶାସନ ବିରୁଦ୍ଧରେ ଲଢିବା ପାଇଁ ପ୍ରସ୍ତୁତ ହେଉଥାଏ ଯୋଜନା । ଶାନ୍ତିପୂର୍ଣ୍ଣ ଉପାୟରେ ସଭା ଚାଲୁଥିବା ବେଳେ ସଭା ସମ୍ବନ୍ଧରେ ଖବର ପାଇ ସେଠାରେ ପହଞ୍ଚିଲେ ବାସୁଦେବପୁର ଥାନା ଡିଏସପି କୁଞ୍ଜବିହାରୀ ମହାନ୍ତି । ଆଖିବୁଜା ଗୁଳି ଚଳାଇବାକୁ ଦେଲେ ନିର୍ଦ୍ଦେଶ । ଅଳ୍ପ କିଛି ସମୟ ମଧ୍ୟରେ ଅକାଳରେ ଝରିପଡିଲା କେତେ ନିରୀହ ଜୀବନ । ରକ୍ତରେ ଭିଜିଗଲା ଇରମ ମାଟି । ଗୋରା ସରକାର ଗୁଳିରେ ଦେଶର ପାଇଁ ଲଢି ସହିଦ୍ ହୋଇଗଲେ 29 ସଂଗ୍ରାମୀ, ଆହତ ହୋଇଥିଲେ 56 ଝଣ । ମୃତକଙ୍କ ମଧ୍ୟରେ ଥିଲେ ପରୀ ବେୱା ନାମ୍ନୀ ଜଣେ ମହିଳା । ତାଙ୍କୁ ଆମ ରାଜ୍ୟର ସ୍ୱାଧୀନତା ସଂଗ୍ରାମରେ ଶହିଦ ହୋଇଥିବା ଏକମାତ୍ର ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ବିବେଚନା କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+