ପୁଣି ଏକ ରେଳ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ

ଚେନ୍ନାଇ: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରେଳ ଦୁର୍ଘଟଣା । ବାରମ୍ବାର ଟ୍ରେନ୍ ଲାଇନଚ୍ୟୁତ ହେବା ନେଇ ଆସୁଛି ଖବର । ବର୍ତ୍ତମାନ ପୁଣି ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ନେଇ ଖବର ରହିଛି ।
ଚେନ୍ନାଇରେ ଲାଇନ୍ଚ୍ୟୁତ ହୋଇଛି ଜନଶତାବ୍ଦୀ ଏକ୍ସପ୍ରେସ୍ । ଗୁରୁବାର ବିଳମ୍ବିତ ରାତିରେ ଚେନ୍ନାଇର ବାସିନ ବ୍ରିଜ୍ ୱାର୍କସ୍ଅପ୍ ନିକଟରେ ଜନଶତାବ୍ଦୀର ଏକ୍ସପ୍ରେସ୍ର ଦୁଇଟି ଚକ ଲାଇନ୍ଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ଏଥିରେ କୌଣସି ଜୀବନ ହାନୀ ହୋଇନାହିଁ । ଏପରିକି କେହି ଆହତ ମଧ୍ୟ ହୋଇ ନାହାଁନ୍ତି ।
ସୂଚନା ଅନୁସାରେ, ବିଜୟୱାଡ଼ାରୁ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ ପୁରାଚୀ ଥାଲାଇଭରର ଡ. ଏମ୍ଜିଆର୍ ଚେନ୍ନାଇ ସେଣ୍ଟ୍ରାଲ୍ ରେଳ ଷ୍ଟେସନ୍ରେ ଯାତ୍ରୀଙ୍କୁ ଓହ୍ଲାଇଥିଲା । ସେଠାରୁ ବାସିନ ବ୍ରିଜ୍ ୟାର୍ଡ ଆଡକୁ ଗତି କରୁଥିବା ବେଳେ ଟ୍ରେନ୍ର ଗୋଟିଏ ବଗିର ଦୁଇଟି ସାମ୍ନା ଚକ ଲାଇନ୍ଚ୍ୟୁତ ହୋଇଥିଲା ।
ରାତି ପ୍ରାୟ 12 ଟା ବେଳେ ଘଟିଛି ଏହି ଦୁର୍ଘଟଣା । ରେକ୍ ଖାଲି କରାଯିବା ପରେ ରେଳବାଇ ଷ୍ଟାଫ୍ଙ୍କ ସହଯୋଗରେ ପ୍ରାୟ ଦୁଇ ଘଣ୍ଟା ପରେ ଲାଇନ୍ଚ୍ୟୁତ ହୋଇଥିବା ଦୁଇଟି ଚକକୁ ପୁଣି ଟ୍ରାକ୍ରେ ରଖାଯାଇଥିଲା । ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାରେ କୌଣସି ମୁଖ୍ୟ ଲାଇନ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇ ନାହିଁ । ଲୋକୋ ପାଇଲଟ ଓ ଅନ୍ୟ ରେଳବାଇ କର୍ମଚାରୀଙ୍କ ସହଯୋଗରେ ରେଳବାଇ ପୁଲିସ ମାମଲାର ତଦନ୍ତ କରୁଛି ।












Click it and Unblock the Notifications