Get Updates
Get notified of breaking news, exclusive insights, and must-see stories!

ଋଣ ନେଇ ଚାଷ କରିଥିଲେ ମହିଳା, ବିଲରୁ ଚୋରି ହୋଇଗଲା 2.5 ଲକ୍ଷ ଟଙ୍କାର ଟମାଟୋ

ସାରା ଦେଶରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହେଉଛି । ଏହି ସମୟରେ କର୍ଣ୍ଣାଟକର ହସନ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଚାଷୀ ଟମାଟୋ ଚାଷ କରିଛନ୍ତି । ବଜାରରେ ଟମାଟୋ ବିକ୍ରୟ କରିବା ଆଗରୁ ବିଲରୁ ଚୋରି ହୋଇଗଲା ଟମାଟୋ ।

କିଛି ଲୋକ ତାଙ୍କ କ୍ଷେତରୁ ଟମାଟୋ ଚୋରି କରିଥିବା ଅଭିଯୋଗ କରିଛନ୍ତି । ଏହି ଚୋରି ଏକ ସାଧାରଣ ଚୋରି ନୁହେଁ ବରଂ ଅଢେଇ ଲକ୍ଷରୁ ଅଧିକ ଟଙ୍କାର ଟମାଟୋ ଚୋରି କରିନେଇଛନ୍ତି ଲୋକ । ଏବେ ଚାଷୀ ସାହାଯ୍ୟ ପାଇଁ ପୋଲିସ ନିକଟରେ ନିବେଦନ କରୁଛନ୍ତି ।

Tomato

ମହିଳା ଚାଷୀ ଧରାନୀଙ୍କ ଅନୁଯାୟୀ ତାଙ୍କର ଦୁଇ ଏକର ଜମି ଅଛି । ଏଥିରେ ସେ ଟମାଟୋ ଚାଷ କରିଥିଲେ । ବର୍ତ୍ତମାନ ବଜାରରେ ଟମାଟୋର ମୂଲ୍ୟ କିଲୋଗ୍ରାମ ପ୍ରତି 120 ଟଙ୍କା ପରେ ରହିଛି । ତେଣୁ ସେ ତାଙ୍କ ଫସଲ ବିକ୍ରି କରିବାକୁ ଯୋଜନା କରିଥିଲେ । ଯେତେବେଳେ ସେ ବିଲରେ ପହଞ୍ଚିଲେ କ୍ଷେତରେ ଟମାଟୋ ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଚାଷୀଙ୍କ କହିବାନୁସାରେ, ଜୁଲାଇ 4 ରେ ଚୋରମାନେ ତାଙ୍କ ଚାଷ ଜମିରେୁ ଟମାଟୋ ଚୋରି କରିନେଇଛନ୍ତି । ପ୍ରାୟ 50-60 ବସ୍ତା ଟମାଟୋ ଚୋରି ହୋଇଛି । ଏହାର ମୂଲ୍ୟ 2.5 ଲକ୍ଷରୁ ଅଧିକ ହେବ ବୋଲି ସେ କହିଛନ୍ତି । ଏପରିକି ଚୋରମାନେ ତାଙ୍କ କ୍ଷେତରେ ଥିବା ଅବଶିଷ୍ଟ ଫସଲକୁ ମଧ୍ୟ ନଷ୍ଟ କରିଦେଇଛନ୍ତି ।

ମହିଳାଙ୍କ କହିବାନୁସାରେ, ଏଥର ସେ ବିନ୍ ଫସଲରେ କ୍ଷତି ସହିଥିଲେ । ଏଭଳି ପରିସ୍ଥିତିରେ ସେ ଟମାଟୋରୁ ଆଶା ରଖିଥିଲେ । ସେ ଋଣ ନେଇ ବିହନ ବୁଣିଥିଲେ । ଯେତେବେଳେ ଟମାଟୋର ମୂଲ୍ୟ ବଢିଲା, ସେ ଆଶା କରିଥିଲେ ଯେ ତାଙ୍କର ଋଣ ପରିଶୋଧ ହେବ ଏବଂ ସେ ଭଲ ରୋଜଗାର ମଧ୍ୟ କରିବେ, କିନ୍ତୁ ଚୋରମାନେ ତାଙ୍କର ଆଶାରେ ପାଣି ପକାଇ ଦେଇଛନ୍ତି ।

ସେ ହାଲେବିଡୁ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ସେମାନେ ଚୋରମାନଙ୍କୁ ଖୋଜୁଛନ୍ତି । ତାଙ୍କୁ ଶୀଘ୍ର ଗିରଫ କରାଯିବ ।

ସୂଚନାଥାଉକି, ଦେଶର ପ୍ରାୟ ସହରରେ ଟମାଟୋ ମୂଲ୍ୟ 150 ରୁ ଅଧିକ ରହିଛି । ଏପରିକି ଓଡ଼ିଶାରେ ମଧ୍ୟ ଟମାଟୋ କିଲୋଗ୍ରାମ ପ୍ରତି 100 ରୁ 120 ଟଙ୍କା ରହିଛି । ବର୍ଷା ଏବଂ ଯୋଗାଣର ଅଭାବ ଯୋଗୁଁ ମୂଲ୍ୟ ବୃଦ୍ଧି ହେଉଛି ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+