ଲର୍ଣ୍ଣର୍ସ ଲାଇସେନ୍ସ ପାଇଁ ନଭେମ୍ବର 12 ରୁ ସ୍ଲଟ୍ ବୁକିଂ
ଲର୍ଣ୍ଣର୍ସ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ । 16 ତାରିଖରରୁ ଟେଷ୍ଟ ହେବ । 12 ତାରିଖ ଦିନ 11 ଟାରୁ ସ୍ସଟ୍ ବୁିକିଂ ଆରମ୍ଭ ହେବ ।
ଭୁବନେଶ୍ୱର : ନଭେମ୍ବର 12 ତାରିଖରୁ ଆରମ୍ଭ ହେବ ଲର୍ଣ୍ଣର୍ସ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ । 16 ତାରିଖରରୁ ଟେଷ୍ଟ ହେବ । 12 ତାରିଖ ଦିନ 11 ଟାରୁ ସ୍ସଟ୍ ବୁିକିଂ ଆରମ୍ଭ ହେବ । ତାପର ଠାରୁ ପ୍ରତିଦିନ ସକାଳ 7ଟାରୁ ରାତି 10ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ କରିପାରିବେ ।

କୋଭିଡ୍ ଗାଇଡଲାଇନ୍ ମାନି ସମସ୍ତ ପ୍ରକ୍ରିୟା କରାଯିବ ବୋଲି ପରିବହନ କମିଶନଙ୍କ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
କରୋନା ମହାମାରୀ ସମୟରେ ଆପଣ ଘରେ ବସି ମଧ୍ୟ ଲର୍ଣ୍ଣର୍ସ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ।
ଇଣ୍ଟରନେଟ୍ ଥିବା ସ୍ମାର୍ଟ ଫୋନ୍ କିମ୍ବା କମ୍ପ୍ୟୁଟରରେ ପରିବହନ ବିଭାଗର ଓ୍ୱେବସାଇଟ୍ https://parivahan.gov.in/ ଦ୍ୱାରା ଆପଣ ନିଜର ଲର୍ଣ୍ଣର୍ସ ଲାଇସେନ୍ସ ଆବେଦନ କରିବା ସହ ଟେଷ୍ଟିଂ ପାଇଁ ସ୍ଲଟ୍ ମଧ୍ୟ ବୁକ୍ କରିପାରିବେ |
ଉପରୋକ୍ତ ଓ୍ୱେବସାଇଟ୍ ଖୋଲି ପ୍ରଥମେ ନିଜ ରାଜ୍ୟ ଚୟନ କରିବେ | ଏହା ପରେ ବାମ ପାର୍ଶ୍ୱରେ ଥିବା ନିୟୁ ଲର୍ଣ୍ଣର୍ସ ଲାଇସେନ୍ସ ଉପରେ କ୍ଲିକ୍ କରିବେ |
ଫର୍ମରେ ଥିବା ସମସ୍ତ ତଥ୍ୟ ଯେପରିକି- ନାମ, ପରିବାର ମୁଖ୍ୟଙ୍କ ନାମ, ଘରର ଠିକଣା, ଜନ୍ମ ତାରିଖ, ସ୍ଥାନ ଓ ଆର୍ ଟିଓ ଅଫିସ୍ ଆଦି ତଥ୍ୟ ପୂରଣ କରିବେ |
ଏହା ପରେ ଆପଣଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡ଼ିବ | ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଆପଣଙ୍କୁ ଏକ ଆବେଦନ ସଂଖ୍ୟା ମିଳିବ | ଏହା ପରେ ଅପଣଙ୍କୁ ଟେଷ୍ଟିଂ ତାରିଖ ଦିଆଯିବ, ଟେଷ୍ଟିଂରେ ସଫଳ ହେବା ପରେ ଲର୍ଣ୍ଣିଂ ଲାଇସେନ୍ସ ମିଳିବ | ଏହା ପରେ ଆପଣ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିପାରିବେ |












Click it and Unblock the Notifications