ବଦଳିଲା ସିମ୍ କାର୍ଡ ନିୟମ, ନ ମାନିଲେ ଗଣିବେ 10 ଲକ୍ଷ ତଣ୍ଡ
Sim Card Rule: ବଦଳିଲା ନୂଆ ସିମ୍ କାର୍ଡ ନିୟମ । ନୁଆ ସିମ୍ କାର୍ଡ କିଣିବା ସମୟରେ ମାନିବାକୁ ହେବ ଏହି ସବୁ ନିୟମ । ଏ ନେଇ ସ୍ୱତନ୍ତ୍ର ନୀତି ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର । ନୂଆ ସିମ୍ କାର୍ଡ କିଣିବା ସମୟରେ ଅନେକ ଗୁଡିଏ ଦସ୍ତାବିଜ୍ ମଧ୍ୟ ଦେବାକୁ ପଡିଥାଏ । କିନ୍ତୁ ନୂଆ ନିୟମ ଆସିବା ପରେ ବର୍ତ୍ତମାନ ନୂଆ ସିମ୍ କାର୍ଡ କିଣିବା ଏବଂ ଆକ୍ଟିଭ୍ କରିବା ପାଇଁ ଅଧିକ ଅସୁବିଧା ହୋଇପାରେ । ଭାରତ ସରକାର ନୂତନ ସିମ୍ କାର୍ଡ ପାଇଁ ଏକ କଠୋର ନିୟମ ପ୍ରଣୟନ କରିଛନ୍ତି । ଯାହା ନିଶ୍ଚିତ କରିବ ଯେ ସିମ୍ କାର୍ଡ କିଣିବା ପ୍ରକ୍ରିୟା ସୁରକ୍ଷିତ ଏବଂ ନିର୍ଭରଶୀଳ ହୋଇପାରିବ । ଟେଲିକମ୍ ବିଭାଗ (DoT) ସାରା ଦେଶରେ ସିମ୍ କାର୍ଡର ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ଦୁଇଟି ସର୍କୁଲାର ଜାରି କରିଛି । ଏପରିକି ନିୟମ ନ ମାନିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ହେବ ।

ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ନୂଆ ନିୟମ ?
ଏହି ନୂତନ ନିୟମ ଅନୁଯାୟୀ, ସିମ୍ କାର୍ଡ କିଣୁଥିବା ଦୋକାନମାନଙ୍କୁ ବର୍ତ୍ତମାନ ଅଧିକ ସଚେତନ ହେବାକୁ ପଡ଼ିବ । ଦୋକାନରେ କାମ କରୁଥିବା ଲୋକଙ୍କୁ ସିମ୍ କାର୍ଡ କିଣୁଥିବା ଗ୍ରାହକଙ୍କ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ହେବ ଏବଂ ଗ୍ରାହକଙ୍କ ଠାରୁ ସମସ୍ତ ଦସ୍ତାବିଜ୍ ତଥା ପ୍ରମାଣପତ୍ର ରଖିବାକୁ ପଡିବ । ଯଦି ସେମାନେ ଏହା ନକରନ୍ତି, ତେବେ ଦୋକାନୀଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ ।
ଜାଲ୍ ପ୍ରମାଣପତ୍ର ଦେଖାଇ ସିମ୍ କାର୍ଡ କିଣିଲେ କିମ୍ବା ପ୍ରମାଣପତ୍ର ନରଖି କିମ୍ବା ଦସ୍ତାବିଜ୍ ଯାଞ୍ଚ ନକରି ଦୋକାନୀ ସିମ୍ କାର୍ଡ ବିକ୍ରି କରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସିମ୍ କାର୍ଡ କଳାବଜାରୀ ତଥା ବେଆଇନ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅକ୍ଟୋବର ପହିଲାରୁ ଏହି ନୂତନ ନିୟମ କାର୍ଯ୍ୟକାରୀ ହେବ ବୋଲି ଟେଲିକମ୍ ବିଭାଗ ଘୋଷଣା କରିଛି । ସିମ୍ କାର୍ଡ କମ୍ପାନୀଗୁଡିକ ସେପ୍ଟେମ୍ବର 30 ପୂର୍ବରୁ ସେମାନଙ୍କର ସମସ୍ତ ବିକ୍ରୟ କେନ୍ଦ୍ର (POS) ପଞ୍ଜିକରଣ କରିବାକୁ ପଡିବ । ନିୟମ ଅନୁଯାୟୀ, ବଡ ଟେଲିକମ୍ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କର ସିମ୍ କାର୍ଡ ବିକ୍ରି କରୁଥିବା ଦୋକାନଗୁଡିକ ଉପରେ ନଜର ରଖିବାକୁ ପଡିବ । ସେମାନଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ଏହି ଦୋକାନଗୁଡିକ ନିୟମକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଛନ୍ତି । ଯାହା ଦ୍ବାରା ଗ୍ରାହକଙ୍କ ସୁରକ୍ଷା ନିଶ୍ଚିତ ହୋଇପାରିବ ।
ଏଥିସହ ଆସାମ, କାଶ୍ମୀର ଏବଂ ଉତ୍ତର ପୂର୍ବ ଭଳି କେତେକ ରାଜ୍ୟରେ ଟେଲିକମ୍ ଅପରେଟରମାନେ ସିମ୍ କାର୍ଡ ବିକ୍ରି କରୁଥିବା ଦୋକାନଗୁଡିକର ପୋଲିସ୍ ଯାଞ୍ଚ କରିବା ଆବଶ୍ୟକ ବୋଲି ଟେଲିକମ୍ ବିଭାଗ ନିର୍ଦ୍ଦେଶ ଦେଇଛି । ଏହା ପରେ ହିଁ ସେମାନଙ୍କୁ ନୂତନ ସିମ୍ କାର୍ଡ ବିକ୍ରୟ କରିବାକୁ ଅନୁମତି ଦିଆଯିବ ।












Click it and Unblock the Notifications