କର୍ଣ୍ଣାଟକ ସିଏମ୍ ସସପେନ୍ସରେ ପଡ଼ିଲା ଯବନିକା, ସିଦ୍ଧରମୈୟାଙ୍କ ନାଁ ରେ ବାଜିଲା ମୋହର !

କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଅଙ୍କ କଷା ଚାଲିଥିଲା । ମେ 13 ରୁ ନିର୍ବାଚନ ଫଳାଫଳ ଆସିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସିଏମ୍ ଚେହେରା ନେଇ ଦଳ ମଧ୍ୟରେ ମାନସମନ୍ଥନ ଲାଗି ରହିଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ଯବନିକା ପଡ଼ିଛି ।
ସିଦ୍ଧରମୈୟା କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ସୂଚମା ମିଳିଛି । ଯଦିଓ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ, କିନ୍ତୁ କିଛି ସୂତ୍ରରୁ ଖବର ରହିଛି ଯେ ସିଦ୍ଧରମୈୟାଙ୍କ ନାଁ ରେ ବାଜିଛି ମୋହର । ଆସନ୍ତା କାଲି ଅର୍ଥାତ୍ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଭାବରେ ସିଦ୍ଧରମୈୟା ଶପଥ ଗ୍ରହଣ କରିପାରନ୍ତି ।
ସୂତ୍ରରୁ ପ୍ରକାଶ ଯେ ଆସନ୍ତା 2024 ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସିଦ୍ଧରରୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି । ଅଳ୍ପସଂଖ୍ୟକ, ଓବିସି ଓ ଦଳିତଙ୍କ ମଧ୍ୟରେ ସିଦ୍ଦରମୈୟା ଜେଣେ ବଡ଼ ନେତା । ଏହାକୁ ନେଇ କଂଗ୍ରେସ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ ।
ସୂତ୍ରରୁ ପ୍ରକାଶ ଯେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶିବକୁମାରଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ତେବେ ଶିବାକୁମାର ଏହି ଅଫରକୁ ନମ୍ରତା ସହ ପ୍ରତ୍ୟାଖ୍ୟାନ କରିଥିବା କୁହାଯାଉଛି । ଏବେ ଦେଖିବାକୁ ବାକି ରହିଲା କଂଗ୍ରେସ ହାଇକମାଣ୍ଡ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସଙ୍ଗକୁ କିପରି ସମାଧାନ କରିବେ ।
ଏହା ପୂର୍ବରୁ କର୍ଣ୍ଣାଟକ କଂଗ୍ରେସ କାର୍ଯ୍ୟକାରିଣୀ ସଭାପତି ଇଶ୍ୱର ଖାନ୍ଦେରେ କହିଛନ୍ତି, 'ମୁଁ ଦଳର ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଭେଟିଛି । ସିଏମ୍ ସମ୍ବନ୍ଧରେ ଅନ୍ତିମ ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡ ଦ୍ୱାରା ନିଆଯିବ । ଆମେ ଶତପ୍ରତିଶତ ଏକାଠି ଅଛୁ । ସମସ୍ତଙ୍କ ଅପେକ୍ଷା ଆଜି ସନ୍ଧ୍ୟା ସୁଦ୍ଧା ଶେଷ ହୋଇପାରେ ।
ଏଥି ମଧ୍ୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ସିଦ୍ଧରମୈୟାଙ୍କ ବୈଠକ ମଧ୍ୟ ଶେଷ ହୋଇଛି । ଏପରିକି କର୍ଣ୍ଣାଟକ ମୁଖ୍ୟମନତ୍ରୀ ରେସରେ ଥିବା ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାର ମଧ୍ୟ 10 ଜନପଥରେ ପହଞ୍ଚି ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ।












Click it and Unblock the Notifications