ଆଜି ଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ଆରମ୍ଭ, ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ଆଜିଠୁ ଆରମ୍ଭ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ । ଏଏସଆଇ ପକ୍ଷରୁ ଏହାର ମରାମତି କାର୍ଯ୍ୟ କରାଯିବ । ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇ ସନ୍ଧ୍ୟା 7 ଟାରେ ସରିବ ।

ଶ୍ରୀଜିଉଙ୍କ ପୂଜାବିଧିର ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ରାତି 3 ଟା 14 ରେ ଦ୍ୱାରଫିଟା ନୀତି ହୋଇଛି । ରାତି 1.26 ରେ ହୋଇଥିଲା ରାତ୍ର ପହୁଡ । ପରେ ମଙ୍ଗଳଆଳତି, ତଡପଲାଗି, ଅବକାଶ ନୀତି ପରେ ବେଶ ସମ୍ପନ୍ନ । ଅନ୍ୟାନ୍ୟ ନୀତି ପରେ ସକାଳ 6.30 ରୁ 8 ଟା ମଧ୍ୟରେ ସକାଳଧୂପ କରାଯାଇ 9ଟା ମଧ୍ୟରେ ମଇଲମ ବେଶ ନୀତି ସମ୍ପନ୍ନ ହେବ ।

shreemandir

ସେହିପରି 10 ଟା ରୁ 11.30 ମଧ୍ୟରେ ମଧ୍ୟାହ୍ନ ଧୂପ, ଅପରାହ୍ନ ଗୋଟାଏ ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ନୀତି କରିଯିବ । ସନ୍ଧ୍ୟା 6.30 ରେ ସନ୍ଧ୍ୟା ଆଳତି, 7 ଟାରୁ ରାତି 7.30 ମଧ୍ୟରେ ସନ୍ଧ୍ୟା ଧୂପ, ରାତି 10 ଟାରେ ବଡସିଂହାର ବେଶ, 10.30 ରେ ବଡସିଂହାର ଭୋଗ ନୀତି ସମ୍ପନ୍ନ କରାଯିବା ପରେ ରାତି 11 ଟାରେ ରାତ୍ର ପହୁଡ଼ ପଡ଼ି । ମରାମତି କାର୍ଯ୍ୟ ମାର୍ଚ୍ଚ 19 ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମରାମତି କାର୍ଯ୍ୟ ପ୍ରତିଦିନ ମଧ୍ୟାହ୍ନ ଗୋଟାଏରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଚାଲିବ । ମରାମତି ସମୟରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଦର୍ଶନକୁ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।

ନାଟମଣ୍ଡପ ବିମ୍ ରେ ଫାଟ ସୃଷ୍ଟି ହେବା ପରେ ଏହାର ମରାମତି ନେଇ ଏଏସଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ନାଟମଣ୍ଡପ ବିମ୍‌ ତଳେ ଏକ ଷ୍ଟେନଲେସ ବିମ୍‌ର ଭାରା ସପୋର୍ଟ ଭାବେ ଲଗାଯିବ । ଫଳରେ ନାଟମଣ୍ଡପ ବିମ୍ ଉପରେ ଆଉ କୌଣସି ବିପଦ ରହିବ ନାହିଁ । ଏଥିପାଇଁ ଡିଜାଇନ ଚୂଡ଼ାନ୍ତ ହେବା ସହ ଅନୁମତି ମଧ୍ୟ ମିଳିସାରିଛି ।

ନାଟମଣ୍ଡପ ମୁଖ୍ୟ ବିମ୍ ରେ ଫାଟ ଥିବାରୁ ଗରୁଡ଼ ସ୍ତମ୍ଭ ସମ୍ମୁଖ ଭାଗ ବିମ୍ କୁ ଧରି ରଖିବା ଲାଗି ଷ୍ଟେନଲେସ ଷ୍ଟିଲର ସର୍ପୋଟ ଦିଆଯିବ । ତେବେ ନାଟମଣ୍ଡପ ବିମ୍ ମରାମତି କାର୍ଯ୍ୟ କିଭଳି ସୁରୁଖୁରୁରେ ହୋଇପାରିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନାଟମଣ୍ଡପ ମରାମତି କାମ ଏପ୍ରିଲ ଶେଷ ସୁଦ୍ଧା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଯେଭଳି କୌଣସି ଅସୁବିଧା ସୃଷ୍ଟି ନହୁଏ ସେନେଇ ଛତିଶା ନିଯୋଗ ସହିତ ସମନ୍ବୟ ରଖାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ନୀତି ପ୍ରଶାସକ କହିଛନ୍ତି ।

ତେଣୁ ଭକ୍ତଙ୍କ ଦର୍ଶନ ହେଉ ବା ନୀତିକାନ୍ତି ଅଥବା ASIର କାମ, କୌଣସି କାର୍ଯ୍ୟରେ ସମସ୍ୟା ହେବ ନାହିଁ । ତେବେ ଯଦି କୌଣସି ଅଘଟଣ ଘଟେ, ସେତେବେଳର ସ୍ଥିତିକୁ ଦେଖି ସମସ୍ତଙ୍କ ସହଯୋଗରେ କାମ କରାଯିବ । ଠାକୁରଙ୍କ ଆଗୁଆ ନୀତିକାନ୍ତି ସାରିବା ସହ କାମ ଚାଲୁଥିବାବେଳେ କୌଣସି ବଡ଼ ନୀତି ନରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବକ ନିଯୋଗ ସହ ଆଲୋଚନା ହୋଇଛି ।

ଦର୍ଶନ ମଧ୍ୟ କିଭଳି ସୁରୁଖୁରୁରେ ଚାଲିବ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ନାଟମଣ୍ଡପ ମରାମତି ଚାଲୁଥିବାରୁ ଭକ୍ତମାନେ ଆଉ ପୂର୍ବଭଳି ଗୁରୁଡ଼ ସ୍ତମ୍ଭ ପଛପଟେ ଯାଇପାରିବେ ନାହିଁ । ବାହାର କାଠ ପାଖରୁ ଜାଲି ଦ୍ୱାରକୁ ଲାଇନରେ ଯିବେ, ସେଠୁ ଜୟବିଜୟ ଦ୍ୱାର ଦେଇ ଭିତରକାଠ ପର୍ଯ୍ୟନ୍ତ ଦର୍ଶନ ସାରି ବେହରଣ ଦ୍ୱାର ବାଟେ ପ୍ରସ୍ଥାନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+