ଋଣ ନେଇଛନ୍ତି କି... ଚକୋଲେଟ୍ ପଠାଇବ SBI
ବ୍ୟାଙ୍କରୁ ଋଣ ନେଇଛନ୍ତି କି ? କିସ୍ତି ଦେବାରେ ଖିଲାପ କରୁଛନ୍ତି କି ? ତେବେ ଆପଣଙ୍କୁ କିସ୍ତି ବିଷୟରେ ମନେ ପକାଇବାକୁ ଚକୋଲେଟ୍ ପଠାଇବ SBI ।
ଯେଉଁ ଗ୍ରାହକ ଠିକ୍ ସମୟରେ ଋଣ ପରିଶୋଧ ନକରିବେ ସେମାନଙ୍କ ନିକଟକୁ ଚକେଲେଟ୍ ପଠାଇବ ବ୍ୟାଙ୍କ । ତାହାସହ ଏହି ନୂତନ ଉପାୟ ଅବଲମ୍ବନ କରି ଲୋନ୍ ନେଇଥିବା ଡିଫଲ୍ଟ ଗ୍ରାହକଙ୍କୁ ଶୁଭେଚ୍ଛା ଜଣାଇବ ।

ବ୍ୟାଙ୍କ ଭାବୁଛି ଯେ କିସ୍ତି ନଦେବା ଲାଗି ଯେଉଁ ଗ୍ରାହକମାନେ ମନ ସ୍ଥିର କରିଥିବେ ସେମାନେ ବ୍ୟାଙ୍କ ପଠାଉଥିବା ବାର୍ତ୍ତାର ଜବାବ ଦେବେ ନାହିଁ । ସେଭଳି ଗ୍ରାହକଙ୍କ ପାଖରେ ସେମାନଙ୍କୁ ଆଗୁଆ ନଜଣାଇ ବ୍ୟାଙ୍କ ପହଞ୍ଚିବ । ଏକ ଚକୋଲେଟ୍ ପ୍ୟାକେଟ୍ ଦେଇ କିସ୍ତି କଥା ମନେ ପକାଇବ ।
ଏହି କାର୍ଯ୍ୟ ଲାଗି ଦୁଇଟି ଆର୍ଥିକ ସଂସ୍ଥା ସହ ଷ୍ଟେଟ୍ ବ୍ୟାଙ୍କ ସହଯୋଗିତା ସ୍ଥାପନ କରିଛି । ସେମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି । ଗୋଟିଏ ସଂସ୍ଥା ଗ୍ରାହକମାନଙ୍କ ସହିତ ଆପୋଷ ବୁଝାମଣା କରୁଥିବା ବେଳେ ଅନ୍ୟ ସଂସ୍ଥାଟି ବ୍ୟାଙ୍କକୁ ସମ୍ଭାବ୍ୟ ଋଣ ଖିଲାପକାରୀଙ୍କ ବିଷୟରେ ଜଣାଇବ । ସେହି ସଂସ୍ଥାର ଜଣେ ପ୍ରତିନିଧି ଚକୋଲେଟ୍ ପ୍ୟାକେଟ୍ ନେଇ ଗ୍ରାହକଙ୍କ ଘରେ ପହଞ୍ଚିବେ ଓ ତାଙ୍କୁ ଆଗାମୀ ଇଏମ୍ଆଇ ଦେବା କଥା ମନେ ପକାଇବେ । ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଷ୍ଟେଟ୍ ବ୍ୟାଙ୍କ ଆରମ୍ଭ କରିଛି । ପନ୍ଦର ଦିନ ପୂର୍ବେ ଏହି ପରୀକ୍ଷଣ ଆରମ୍ଭ ହୋଇଛି । ତାହା ସଫଳ ହେଲେ ବ୍ୟାଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଏସଂକ୍ରାନ୍ତରେ ଘୋଷଣା କରାଯିବ ।
ଉଲ୍ଲେଖଯୋଗ୍ୟ, ଏସବିଆଇର ଖୁଚୁରା ଋଣ ଜୁନ୍ 2023 ତ୍ରୟମାସରେ 16.46 ପ୍ରତିଶତ ବୃଦ୍ଧି ପାଇ 12 ଲକ୍ଷ 04 ହଜାର 279 କୋଟି ଟଙ୍କାରେ ପହଞ୍ଚିଛି । ଯାହା କି ପୂର୍ବ ବର୍ଷର ଏହି ଅବଧିରେ 10 ଲକ୍ଷ 34 ହଜାର 111 କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ମୋଟ ଋଣ 33 ଲକ୍ଷ 03 ହଜାର 731 କୋଟି ଟଙ୍କାରେ ପହଞ୍ଚିଛି ।
SBIର ଭାରାପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ତେୱାରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରିଟେଲ୍ ଲୋନ୍ଧାରୀମାନଙ୍କୁ ସେମାନଙ୍କ ଋଣ ପରିଶୋଧ କରିବାକୁ ମନେ ପକାଇବା ପାଇଁ ଆମେ ଏପରି ପ୍ରୟାସ କରୁଛୁ । ଡିଫଲ୍ଟ ବିଷୟରେ ସଚେତନ କରିବା ଆମର ଲକ୍ଷ୍ୟ ରହିଛି । ଯେଉଁମାନେ ଡିଫଲ୍ଟ ହେବାର ସମ୍ଭାବନା ରହିଥିବେ ସେମାନଙ୍କୁ ଆମର ପ୍ରତିନିଧିମାନେ ଭେଟି ଚକୋଲେଟ୍ ପ୍ୟାକେଟ୍ ଦେବେ ।
ତାହା ସହିତ ତାଙ୍କର ଆଗାମୀ EMI ଗୁଡ଼ିକ ସମ୍ପର୍କରେ ମନେପକାଇବେ । ସେମାନଙ୍କୁ କୌଣସି ନୋଟିସ ଦିଆଯିବ ନାହିଁ । ଅଜାଣତରେ SBI ସେମାନଙ୍କ ଘରକୁ ଯିବା ସହ ଚକୋଲେଟ୍ ଦେଇ EMI କଥା ମନେପକାଇବ । ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବାନେଇ ବିଚାର କରାଯାଇଛି । ଯଦି ଏହା ସଫଳ ହୁଏ ତେବେ ଆଗାମୀ ଦିନରେ ଏସ୍ବିଆଇ ପକ୍ଷରୁ ଏହା ଘୋଷଣା କରାଯାଇପାରେ ବୋଲି କହିଛନ୍ତି SBIର ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ତେୱାରୀ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications