ଦୀପାବଳୀରେ ବାଣ ବିକ୍ରି, ଫୁଟାଇବା ନିଷେଧ, ଗାଇଡଲାଇନ୍ ଜାରି କଲେ ରାଜଯ ସରକାର

ଚଳିତ ବର୍ଷ ଶୀତ ଦିନରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବାଣ ବିକ୍ରି ଏବଂ ଫୁଟାଇବା ନିଷେଧ କରିଛନ୍ତି । ନଭେମ୍ବର 10 ରୁ 30 ପର୍ଯ୍ୟନ୍ତ ବାଣ ବିକ୍ରି ଏବଂ ଫୁଟାଇବା ନିଷେଧ ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନ୍ ଗାଇଡଲାଇନ୍ ଜାରି କରିଛନ୍ତି ।

ଭୁବନେଶ୍ୱର - ଚଳିତ ବର୍ଷ ଦୀପାବଳୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବାଣ ବିକ୍ରି ଏବଂ ଫୁଟାଇବା ନିଷେଧ | ନଭେମ୍ବର 10 ରୁ 30 ତାରିଖ ପର୍ଯ୍ୟନ୍ତ ଏହି କଟକଣା ରାଜ୍ୟ ସରକାର ଜାରି କରିଛନ୍ତି | କଟକଣା ନ ମାନି କୌଣସି ବ୍ୟକ୍ତି ବାଣ ବିକ୍ରି କଲେ କିମ୍ବା ଫୁଟାଇଲେ ବିପର୍ଯ୍ୟୟ ପରିଚାଳନା ଆଇନ୍, 2005 ତଥା ଅନ୍ୟ ସମ୍ପୃକ୍ତ ଆଇନର ଧାରା ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଗ୍ରହଣ କରିବାକୁ ପ୍ରଶାସନ ଓ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି | କରୋନା ସଂକ୍ରମଣ ଏବଂ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି | ଏ ନେଇ ମଙ୍ଗଲବାର ସ୍ୱତନ୍ତ୍ର ରିଲିଫ୍ କମିଶନ ଏକ ଗାଇଡଲାଇନ୍ ଜାରି କରିଛନ୍ତି |

fire cracker

ସାଧାରଣତଃ ଶୀତଦିନରେ ବୟସ୍କ, ଶିଶୁ ଏବଂ ଅନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କର ଶ୍ୱାସଜନିତ ସମସ୍ୟା ବୃଦ୍ଧି ପାଇଥାଏ| ବାଣ ଫୁଟାଇବା ଦ୍ୱାରା ସେଥିରୁ ବାହାରୁଥିବା ନାଇଟ୍ରସ୍ ଅକ୍ସାଇଡ୍, ସଲଫର୍ ଡାଇଅକ୍ସାଇଡ୍ ଏବଂ କାର୍ବନ୍ ମନୋକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ ଶ୍ୱାସଜନିତ ରୋଗୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ | ଯାହାକି ହୋମ୍ ଆଇସୋଲେସନ୍ ତଥା ଗୃହ ପୃଥକ୍ ବାସରେ ରହୁଥିବା କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି | ତେଣୁ ରାଜ୍ୟ ସରକାରଙ୍କ ବୈଷୟିକ ବିଶେଷଜ୍ଞ କମିଟି ଚଲିତ ବର୍ଷ ବାଣ ଫୁଟାଇବା ନିଷେଧ କରିବାକୁ ସୁପାରିସ୍ କରିଥିଲେ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+