କୁସ୍ତିଯୋଦ୍ଧା ବିରୋଧ ପ୍ରଦର୍ଶନ : ଆନ୍ଦୋଳନରୁ ଓହରିବା ଖବରକୁ ପ୍ରତ୍ୟାଖ୍ୟାନ କଲେ ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ

ରେସଲିଂ ଫେଡେରେସନ୍ ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଅନେକ ଦିନ ଧରି ଆନ୍ଦୋଳନ କରୁଥିବା ଅଲିମ୍ପିଆନ୍ ସାକ୍ଷୀ ମଲିକ୍ ଏବଂ ବଜରଙ୍ଗ ପୁନିଆ ବିରୋଧରୁ ଓହରିଯିବା ଖବର ସୋମବାର ଦିନ ସାମ୍ନାକୁ ଆସିଛି । କିନ୍ତୁ ବର୍ତ୍ତମାନ ସାକ୍ଷୀ ମଲିକ ଏବଂ ପୁନିଆ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି । କୁସ୍ତିଯୋଦ୍ଧାମାନେ କହିଛନ୍ତି ଯେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିବ ।
ଗଣମାଧ୍ୟମର ରିପୋର୍ଟକୁ ଅସ୍ୱୀକାର କରି କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଖବର ସମ୍ପୂର୍ଣ୍ଣ ଭୁଲ୍ । ନ୍ୟାୟ ସଂଗ୍ରାମରେ ଆମ ମଧ୍ୟରୁ କେହି ପଛଘୁଞ୍ଚା ଦେଇ ନାହାଁନ୍ତି କିମ୍ବା ଆମେ ମଧ୍ୟ ସମର୍ଥନ କରିବୁ ନାହିଁ । ସତ୍ୟଗ୍ରାହ ସହିତ ମୁଁ ରେଳବାଇରେ ମୋର ଦାୟିତ୍ୱ ପୂରଣ କରୁଛି । ଆମେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିବ । ଦୟାକରି କୌଣସି ଭୁଲ ଖବର ପ୍ରସାରଣ କରନ୍ତୁ ନାହିଁ ।
ସାକ୍ଷୀ କହିଛନ୍ତି ଯେ, ଆମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲୁ, ଏହା ଏକ ସାଧାରଣ ବାର୍ତ୍ତାଳାପ । ଆମର କେବଳ ଗୋଟିଏ ଦାବି ଅଛି ଏବଂ ତାହା ହେଉଛି ତାଙ୍କୁ ଗିରଫ କରିବା (ବ୍ରିଜ ଭୂଷଣ ସିଂହ) | ମୁଁ ବିରୋଧରୁ ପଛଘୁଞ୍ଚା ଦେଇ ନାହିଁ, ମୁଁ ରେଳବାଇରେ OSD ଭାବରେ କାର୍ଯ୍ୟ ଆରମ୍ଭ କରିଛି । ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମେ ବିରୋଧ ଜାରି ରଖିବୁ । ଆମେ ପଛକୁ ଫେରିବୁ ନାହିଁ । ସେ (ନାବାଳିକା) କୌଣସି FIR ପ୍ରତ୍ୟାହାର କରିନାହାଁନ୍ତି, ଏହା ସବୁ ମିଥ୍ୟା ଖବର ।
ଏଥି ସହ ବଜରଙ୍ଗ ପୁନିଆ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଆନ୍ଦୋଳନ ପ୍ରତ୍ୟାହାର ଖବର କେବଳ ଗୁଜବ । ଆମକୁ କ୍ଷତି ପହଞ୍ଚାଇବା ପାଇଁ ଏହି ଖବର ପ୍ରସାରିତ ହେଉଛି । ଆମେ ପଛକୁ ଫେରିବୁ ନାହୁଁ କିମ୍ବା ଆନ୍ଦୋଳନ ପ୍ରତ୍ୟାହାର କରିନାହୁଁ । ମହିଳା କୁସ୍ତିଯୋଦ୍ଧାଙ୍କ ଏଫଆଇଆର ପ୍ରତ୍ୟାହାର ଖବର ମଧ୍ୟ ମିଥ୍ୟା । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ।
ଆପଣଙ୍କୁ କହି ରଖୁଛି ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣି ସାକ୍ଷୀ, ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କ ସମେତ ଅନେକ କୁସ୍ତିଯୋଦ୍ଧା ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିରୋଧ କରିଆସୁଛନ୍ତି । ନାବାଳିକା ରେସଲର ମାମଲା ଦାୟର କରିବା ପରେ ପୋକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା ।












Click it and Unblock the Notifications