ଆରଜେଡି ଯୁବନେତାଙ୍କ ଭାଇଙ୍କୁ ଗୁଳିକରି ହତ୍ୟା
ଆରଜେଡି ଯୁବନେତା ବିଟୁ ସିଂଙ୍କ ଭାଇ ବେନି ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି | ମତଦାନ କରିବାକୁ ଯାଉଥିବା ସମଯରେ ବିହାରର ପୂର୍ଣ୍ଣିଆ ସର୍ସି ଅଞ୍ଚଳରେ ବନ୍ଧୁକଧାରୀ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ତାଙ୍କ ଉପରକୁ ଗୁଳି ଚଲାଇଛନ୍ତି |
ବିହାର : ଆରଜେଡି ଯୁବନେତା ବିଟୁ ସିଂଙ୍କ ଭାଇ ବେନି ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି | ମତଦାନ କରିବାକୁ ଯାଉଥିବା ସମଯରେ ବିହାରର ପୂର୍ଣ୍ଣିଆ ସର୍ସି ଅଞ୍ଚଳରେ ବନ୍ଧୁକଧାରୀ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ତାଙ୍କ ଉପରକୁ ଗୁଳି ଚଲାଇଛନ୍ତି | ପ୍ରାଥମିକ ସୂଚନା ଅନୁସାରେ ମୃତ ଶରୀରକୁ ବ୍ୟବଛେଦ ପାଇଁ ପୂର୍ଣ୍ଣିଆ ସଦର ଡାକ୍ତରଖାନାକୁ ପଠାଯାଇଛି | ମୃତକଙ୍କ ପରିବାର ବର୍ଗ ପୂର୍ଣ୍ଣିିଆ-ସର୍ସି ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି |

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ସ୍ପେଶାଲ ଟାସ୍କ ଫୋର୍ସ ଆରଜେଜି ନେତା ବିଟୁ ସିଂ ଏବଂ ଅନ୍ୟ ଦୁଇ ଜଣଙ୍କୁ ମାସ୍କ-7 ଡାକ୍ତରଖାନା ସମ୍ମୁଖରୁ ଗିରଫ କରିଥିଲା | ତାଙ୍କ ନିକଟରୁ ଗୋଟିଏ ଏକେ-47, ଗୋଟିଏ କାର୍ବାଇନ୍ ଓ 66 ରାଉଣ୍ଡ ଗୁଳି ଜବତ କରାଯାଇଥିଲା |












Click it and Unblock the Notifications