ବନ୍ଦ ହୋଇଯିବ 500 ଟଙ୍କା ନୋଟ୍, ପୁଣି ଫେରିବ 1000 ଟଙ୍କା ନୋଟ୍ ! ଜାଣନ୍ତୁ କଣ କହିଲେ ଆରବିଆଇ ଗଭର୍ଣ୍ଣର

ଆରବିଆଇ 2000 ଟଙ୍କା ନୋଟ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ପର ଠାରୁ 500 ଟଙ୍କା ବନ୍ଦ ହେବା ଏବଂ ବଜାରକୁ ପୁଣି 1000 ଟଙ୍କିଆ ନୋଟ୍ ଫେରିବା ନେଇ ଅନେକ ଆକଳନ କରାଯାଉଛି । ଏହାକୁ ନେଇ ଆରବିଆଇ ଗଭର୍ଣ୍ଣର ବର୍ତ୍ତମାନ ସ୍ପଷ୍ଟୀକରଣ ଦେଇଛନ୍ତି ।
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ 500 ଟଙ୍କା ନୋଟ ପ୍ରତ୍ୟାହାର କରିବାର କୌଣସି ଯୋଜନା ନାହିଁ । ଏଥିସହିତ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆରବିଆଇ 1000 ଟଙ୍କା ନୋଟ୍ ପୁଣି ଆଣିବା ନେଇ କୌଣସି ଚିନ୍ତା କରୁନାହାଁନ୍ତି ।
ମୁଦ୍ରା ନୀତି ଘୋଷଣା ପରେ ଗଣମାଧ୍ୟମକୁ ସୂଚନା ଦେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ 500 ଟଙ୍କା ନୋଟ ପ୍ରତ୍ୟାହାର କରିବାର ଉଦ୍ଦେଶ୍ୟ ନାହିଁ । ଏହା ସହିତ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ 1000 ଟଙ୍କିଆ ନୋଟକୁ ପୁଣି ଫେରାଇବା ନେଇ କୌଣସି ଆଲୋଚନା ନାହିଁ । ଏହି ଆଲୋଚନାକୁ କେବଳ କଳ୍ପନାଜଳ୍ପନା ବୋଲି କହିଛନ୍ତି ।
ବାସ୍ତବରେ, ଆରବିଆଇ ଗଭର୍ଣ୍ଣରଙ୍କୁ ଏସବୁ କହିବାକୁ ପଡିଛି, କାରଣ ଆରବିଆଇ 2000 ଟଙ୍କିଆ ନୋଟକୁ ବଜାରରୁ ପ୍ରତ୍ୟାହାର କରୁଛି । କିନ୍ତୁ ବର୍ତ୍ତମାନ ଏହା ଆଇନଗତ ଭାବେ ଟେଣ୍ଡର ରହିଛି । ଶକ୍ତିକାନ୍ତ ଦାସ କହିଛନ୍ତି, 'ଆରବିଆଇ 500 ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ କିମ୍ବା 1000 ଟଙ୍କିଆ ନୋଟ୍ ପୁଣି ଆଣିବାକୁ ଚିନ୍ତା କରୁନାହିଁ । ଜନସାଧାରଣ ଏଭଳି ଗୁଜବ ଉପରେ ବିଶ୍ୱାସ ନକରିବାକୁ ଅନୁରୋଧ କରାଯାଇଛି ।
ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର କହିଛନ୍ତି ଯେ 1.80 ଲକ୍ଷ କୋଟି ଟଙ୍କାର 2000 ଟଙ୍କିଆ ନୋଟ ଫେରସ୍ତ କରାଯାଇଛି । ଏହା ମୋଟ 2000 ଟଙ୍କିଆ ନୋଟ ମୂଲ୍ୟର ପ୍ରାୟ ଅଧା ଅଟେ । ସେ କହିଛନ୍ତି ଯେ ବର୍ତ୍ତମାନ 2000 ଟଙ୍କାର ପ୍ରାୟ 85% ବ୍ୟାଙ୍କ ନିକଟରେ ଅଛି ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜୟ ମହାପାତ୍ର












Click it and Unblock the Notifications