ଟିଭି ପରଦାରେ ପୁଣି ଆସିବ ରାମାୟଣ, ଜାଣନ୍ତୁ କେଉଁ ଚ୍ୟାନେଲରେ ଏବଂ କେଉଁ ସମୟରେ ଦେଖି ପାରିବେ 'ରାମଲୀଲା'
ଆଦିପୁରୁଷ ଚଳଚ୍ଚିତ୍ର ଏବଂ ଏହାର ଡାଏଲଗ୍ କୁ ନେଇ ଅନେକ ଉତ୍ତେଜନା ମଧ୍ୟରେ ଭଗବାନ ରାମଙ୍କ ଭକ୍ତ ମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଆଜିଠାରୁ ପୁଣିଥରେ ଟେଲିଭିଜନରେ ପ୍ରସାରିତ ହେବ ରାମାନନ୍ଦ ସାଗରଙ୍କ ରାମାୟଣ ।

ଆଦିପୁରୁଷକୁ ନେଇ ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଲୋକମାନେ ରାମାନନ୍ଦ ସାଗରଙ୍କ ରାମାୟଣର ଚରିତ୍ର ତୁଳନା କରିଥିଲେ । ଏବଂ ଲେଖିଥିଲେ ଯେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ରାମାୟଣର ମୌଳିକ କଥା ମଧ୍ୟ ଜାଣି ନାହାଁନ୍ତି । ଏହା ପରେ, ରାମାୟଣର ଟେଲିକାଷ୍ଟ ପୁନର୍ବାର କରାଯାଉ ବୋଲି ମଧ୍ୟ ଦାବି ହୋଇଥିଲା ।
ଏହା ପରେ ବର୍ତ୍ତମାନ ପୁଣି ଟିଭି ପରଦାରେ ଚାଲିବ ରାମାୟଣ । ଶେମାରୋ ଟିଭି ଚ୍ୟାନେଲରେ 3 ଜୁଲାଇ ଅର୍ଥାତ୍ ଆଜି ସନ୍ଧ୍ୟା 7:30 ରେ ରାମାୟଣ ପ୍ରସାରିତ ଆରମ୍ଭ ହେବ । ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏହି ସୂଚନା ଦେଇ ଶେମାରୋ ଟିଭି ଲେଖିଛି ଯେ ଆମେ ସମସ୍ତ ଦର୍ଶକଙ୍କ ପାଇଁ ପରାଣିକ ଧାରାବାହିକ ରାମାୟଣ ପୁଣି ନେଇ ଆସିଛୁ ।












Click it and Unblock the Notifications