Get Updates
Get notified of breaking news, exclusive insights, and must-see stories!

ଟ୍ରକରେ ବୁଲିଲେ, ଡ୍ରାଇଭରଙ୍କ କଥା ଶୁଣିଲେ ରାହୁଲ

Rahul Gandhi

ନୂଆଦିଲ୍ଲୀ: କେତେବେଳେ ଭାରତ ଯୋଡୋ ଯାତ୍ରା କରି ସାଧାଣ ଲୋକଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାଙ୍କ ସହ ମିଶୁଛନ୍ତି ତ କେତେବେଳେ କଲେଜ କ୍ୟାଣ୍ଟିନରେ ବସି ଛାତ୍ରଙ୍କ ସହ ଆଲୋଚନା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାରତ ଯୋଡୋ ଯାତ୍ରା ପରେ କର୍ଣ୍ଣାଟକ ନିର୍ବାଚନରେ ବିଜୟ ହାସଲ କରି ବର୍ତ୍ତମାନ କମନ୍ ମ୍ୟାନ୍ ଅବତାରରେ ଦେଖିବାକୁ ମିଳୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଗତ କିଛି ଦିନ ହେବ ରାହୁଲ ବିନା ସିକ୍ୟୁରିଟିରେ ସାଧାରଣ ଲୋକଙ୍କ ମେଳରେ ରହୁଛନ୍ତି । ଗତ କିଛି ଦିନ ପୂର୍ବେ ରାହୁଲ ଦିଲ୍ଲୀର କନ୍ନଟ ପ୍ଲେସରେ ହଠାତ୍ ପହଞ୍ଚି ଚାଟ୍ ଗୁପଚୁପ୍ ଖାଇଥିବା ବେଳେ ବର୍ତ୍ତମାନ ରାହୁଲ ହଠାତ୍ ଟ୍ରକରେ ଚଢି ଯାତ୍ରା କରିଛନ୍ତି ।

ଦିଲ୍ଲୀରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ଟ୍ରକ୍ ରେ ଯାତ୍ରା କରିଛନ୍ତି ରାହୁଲ । ଟ୍ରକରେ ଯାଇ ଅମ୍ବାଲରେ ଓହ୍ଲାଇଥିଲେ ରାହୁଲ । ଏହି ସମୟରେ ସେ ଟ୍ରକ ଡ୍ରାଇଭରଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସମସ୍ୟା ବିଷୟରେ ବି ପଚାରି ବୁଝିଥିଲେ । ଏ ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଆପଣହ୍କୁ କହି ରଖୁଛୁ ଗତ କିଛି ଦିନ ହେବ ରାହୁଲଙ୍କ ଏପରି ଅନ୍ଦାଜ ଦେଖିବାକୁ ମିଳୁଛି । କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାହୁଲ ରାଲି ସମୟରେ ଜଣେ ଡେଲିଭରୀ ବୟଙ୍କ ମୋଟରସାଇକେଲରେ ଯିବା ସହ ସେମାନଙ୍କ ସହ ବସି ଜଳଖିଆ ଖାଇଥିଲେ । ଏପରିକି ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେହିପରି ରାହୁଲ ଏକ କଲେଜ କ୍ୟାଣ୍ଟିନରେ ହଠାତ୍ ପହଞ୍ଚି ଛାତ୍ରମାନଙ୍କ ସହ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।

କର୍ଣ୍ଣାଟକ ନିର୍ବାଚନ ବିଜୟକୁ ଭାରତ ଯୋଡ଼ୋ ଯାତ୍ରାର ଏକ ସଫଳତା ବୋଲି ବିବେଚନା କରାଯାଉଥିବା ବେଳେ ରାହୁଲ ଏବେ ଆହୁରି ସକ୍ରିୟ ହୋଇ ଉଠିଛନ୍ତି । ରାହୁଲଙ୍କର ଏହି ଟ୍ରକ ଯାତ୍ରା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ୟୁଜର୍ସ ବେଶ ମତାମତ ବି ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ବିଳମ୍ବିତ ରାତିରେ ରାହୁଲ ଟ୍ରକ ଡ୍ରାଇଭରଙ୍କୁ ଭେଟିଲେ । କଥାବାର୍ତ୍ତା ହେଲେ । ସେମାନଙ୍କ ସମସ୍ୟ ସମ୍ପର୍କରେ ପଚାରିଲେ । ଟ୍ରକ ଡ୍ରାଇଭରଙ୍କ ଦେଶୀ ଗୀତକୁ ଉପଭୋଗ କଲେ । କେତେଜଣ ନେତା ବିନା ମିଡିଆରେ ଏପରି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

କଂଗ୍ରେସ ପକ୍ଷରୁ ରାହୁଲଙ୍କର ଏହି ଭିଡିଓକୁ ମଧ୍ୟ ଟୁଇଟରରେ ସେୟାର କରାଯାଇଛି । ଏଥିରେ କୁହାଯାଇଛି, ଭାରତର ସଡକରେ 90 ଲକ୍ଷ ଡ୍ରାଇଭର ଗାଡି ଚଲାଉଛନ୍ତି । ସେମାନରଙ୍କ ଅନେକ ସମସ୍ୟା ରହିଛି । ସେମାନଙ୍କର ମନ କୀ ବାତ ଶୁଣିବା କାମ ରାହୁଲ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+