ମୋଦୀ ସରକାରଙ୍କ ସମର୍ଥନରେ ବାହାରିଲେ ରାହୁଲ, ଏହି ନୀତି ପକ୍ଷରେ କହିଲେ ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି । ଆଜି ତାଙ୍କର ଦଶ ଦିନିଆ ଯାତ୍ରାର ଦ୍ୱିତୀୟ ଦିନ । ଏହି ସମୟରେ ସେ କାଲିଫର୍ନିଆର ଷ୍ଟେଟ୍ ଷ୍ଟାନଫୋର୍ଡ ୟୁନିଭରସିଟିରେ ଭାରତୀୟ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେ ରୁଷ-ୟୁକ୍ରେନ ପ୍ରସଙ୍ଗରେ ଭାରତ ସରକାରଙ୍କ ନୀତିକୁ ସମର୍ଥନ କରିଥିଲେ ।
ଆଜିକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଡ଼ା ଆକ୍ରମଣ କରୁଛନ୍ତି । ବିରୋଧୀ ଦଳର ହୋଇଥିବାରୁ ସେ ମୋଦୀ ସରକାରଙ୍କ କୌଣସି ନୀତିକୁ ସମର୍ଥନ କରୁଥିବା ନେଇ ବହୁତ କମ୍ ଘଟଣା ରହିଛି । ତେବେ ବର୍ତ୍ତମାନ ଗୋଟିଏ ପ୍ରସଙ୍ଗରେ ରାହୁଲ ମୋଦୀ ସରକାରଙ୍କ ନୀତିକୁ ସମର୍ଥନ କରିଛନ୍ତି ।
କାଲିଫର୍ନିଆର ଷ୍ଟାନଫୋର୍ଡ ୟୁନିଭରସିଟିରେ ଆଲୋଚନା ସମୟରେ ରାହୁଲ ଗାନ୍ଧୀ ପାଶ୍ଚାତ୍ୟ ଦେଶମାନଙ୍କ ଚାପ ସତ୍ତ୍ୱେ ରୁଷ ସହ ସମ୍ପର୍କ ବଜାୟ ରଖିବା ପାଇଁ ଭାରତର ନୀତିକୁ ସମର୍ଥନ କରିଥିଲେ । ରାହୁଲ ଗାନ୍ଧୀଙ୍କୁ ପଚରାଯାଇଥିଲା ଯେ ୟୁକ୍ରେନ ବିରୋଧରେ ଯୁଦ୍ଧ ସତ୍ତ୍ୱେ ରୁଷ ସହିତ ଭାରତର ସମ୍ପର୍କ କାହିଁକି ? ଏହା ଉପରେ ସେ କହିଛନ୍ତି ଯେ ରୁଷ ସହିତ ଆମର ପୁରୁଣା ସମ୍ପର୍କ ଅଛି । ରୁଷ ଉପରେ ମଧ୍ୟ ଆମର କିଛି ନିର୍ଭରଶୀଳତା ଅଛି । ଆମର ସମ୍ପର୍କ ଅଲଗା । ତେଣୁ ଏହି ପ୍ରସଙ୍ଗରେ ସରକାରଙ୍କ ନୀତି ସହ ସହମତ ।
ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ ଭାରତ ଏକ ବିଶାଳ ଦେଶ, ଏହାର ଲାଭ ପାଇଁ ସୁଯୋଗ ଖୋଜିବାକୁ ପଡ଼ିବ । କଂଗ୍ରେସର ପୂର୍ବତନ ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଅଗ୍ରଗତି ପାଇଁ ଅନ୍ୟ ଦେଶ ସହ ସମ୍ପର୍କ ବଜାୟ ରଖିବା ଆବଶ୍ୟକ । ସେଥିପାଇଁ ଆମେ ସବୁବେଳେ ସମସ୍ତଙ୍କ ସହ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରିବୁ ଯାହା ଦ୍ୱାରା ସନ୍ତୁଳନ ବଜାୟ ରହିବ । ଏହି ସମୟରେ ଛାତ୍ରମାନେ ରାହୁଲ ଗାନ୍ଧୀଙ୍କୁ ଭାରତ-ଚୀନ୍ ସମ୍ପର୍କ ବିଷୟରେ ପ୍ରଶ୍ନ ପଚାରିଥିଲେ । ଜଣେ ଛାତ୍ର ରାହୁଲଙ୍କୁ ପଚାରିଥିଲେ ଯେ ଆପଣ ଆଗାମୀ 5-10 ବର୍ଷ ମଧ୍ୟରେ ଭାରତ-ଚୀନ୍ ସମ୍ପର୍କର ବିକାଶକୁ କିପରି ଦେଖୁଛନ୍ତି ?
ଏହାର ଜବାବରେ ରାହୁଲ କହିଛନ୍ତି ଯେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସମ୍ପର୍କ କଷ୍ଟସାଧ୍ୟ । ଏହାକୁ ସଜାଡ଼ିବା ସେତେଟା ସହଜ ନୁହେଁ । ଚୀନ୍ ଆମର କିଛି ଅଞ୍ଚଳ ଦଖଲ କରିଛି । ସେ କହିଛନ୍ତି, 'ଭାରତ ଉପରେ କିଛି ଲଦିଦିଆଯାଇପାରିବ ନାହିଁ । ଏପରି କିଛି ହେବ ନାହିଁ ।












Click it and Unblock the Notifications