ପିଏସ୍ଏଲଭି ସି -49 ର ସଫଳ ଉତକ୍ଷେପଣ
ଶନିବାର ଦିନ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପିଏସ୍ଏଲଭି ସି -49 ରକେଟ୍ ର ସଫଳ ଉତକ୍ଷେପଣ କରିଛି | ଅପରାହ୍ଣ ୩. ୧୨ ମିନିଟ୍ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍ ମହାକାଶ କେନ୍ଦ୍ରରୁ ‘ପିଏସ୍ଏଲ୍ଭି ସି-୪୯' କୁ ୧୦ଟି ସାଟେଲାଇଟ୍ ସହ ମହାକାଶକୁ ଉତକ୍ଷେପଣ କରାଯାଇଛି |
ବେଙ୍ଗାଲୁରୁ : ଶନିବାର ଦିନ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପିଏସ୍ଏଲଭି ସି -49 ରକେଟ୍ ର ସଫଳ ଉତକ୍ଷେପଣ କରିଛି | ଅପରାହ୍ଣ ୩. ୧୨ ମିନିଟ୍ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍ ମହାକାଶ କେନ୍ଦ୍ରରୁ 'ପିଏସ୍ଏଲ୍ଭି ସି-୪୯' କୁ ୧୦ଟି ସାଟେଲାଇଟ୍ ସହ ମହାକାଶକୁ ଉତକ୍ଷେପଣ କରାଯାଇଛି | ଉତକ୍ଷେପଣ ପରେ ସମସ୍ତ 10ଟି ଉପଗ୍ରହ ନିଜ ନିଜ କକ୍ଷପଥରେ ଅବସ୍ଥାପିତ ହୋଇଛନ୍ତି |

ଏହା ପିଏସ୍ଏଲ୍ଭି ସି-୪୯ର 51ତମ ଉତକ୍ଷେପଣ | ମହାକାଶରେ ଅବସ୍ଥାପିତ କରାଯାଇଥିବା 10ଟି ଉପଗ୍ରହ ମଧ୍ୟରୁ ଇଓଏସ୍-01 ଗୁରୁତ୍ୱପୂର୍ଣ୍ଣ | ଏହି ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ କୃଷି, ଜଙ୍ଗଲ ଏବଂ ବିପର୍ଯ୍ୟଯ ପରିଚାଳନା କ୍ଷେତ୍ରରେ ସହାୟକ ହେବ | ଅନ୍ୟ 9ଟି ବିଦେଶୀ ଉପଗ୍ରହ ମଧ୍ୟରୁ ଯୁକ୍ତରାଷ୍ଟ୍ର ଆମେରିକା ଓ ଲକ୍ସମବର୍ଗର 4ଟି ଲେଖାଏଁ ହୋଇଥିବା ବେଳେ ଗୋଟିଏ ଲିଥୁଆନିଆର ରହିଛି |












Click it and Unblock the Notifications