ଚଳିତ ମାସରେ ଖୋଲିବ ସ୍କୁଲ, ନବମ ରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାକୁ ମିଳିବ ଅନୁମତି

ନବମ ରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ତଳିତ ମାସ ଖୋଲିବ ସ୍କୁଲ | ପିଲାମାନଙ୍କ ସ୍କୁଲ ଛାଡିବା ନେଇ ଅଭିଭାବକ ନିଷ୍ପତ୍ତି ନେବେ | ସ୍କୁଲ ଯିବାକୁ ରାଜି ନଥିବା ପିଲାଙ୍କ ପାଇଁ ହେବ ଅନଲାଇନ୍ କ୍ଲାସର ବ୍ୟବସ୍ଥା |

ଭୁବନେଶ୍ୱର : ନଭେମ୍ବର ମାସରେ ଖୋଲିବ ସ୍କୁଲ | କେବଳ ନବମ ରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିବା ନେଇ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି | ଶ୍ରୀ ଦାଶ କହିଛନ୍ତି, ନବମ ରୁ ଦ୍ୱାଦଶ ଯାଏଁ ସମ୍ପୂର୍ଣ କ୍ଲାସ୍ ହେବ | ଏ ନେଇ ଏସ୍ଓପି ପ୍ରସ୍ତୁତ କରାଯାଉଛି | ପିଲାମାନଙ୍କୁ ସ୍କୁଲ ଛାଡିବା ନେଇ ଅଭିଭାବକ ମାନେ ନିଷ୍ପତ୍ତି ନେବେ | ଯଦି ଅଭିଭାବକମାନେ ରାଜି ନ ହେବେ ତେବେ ଅନଲାଇନ୍ କ୍ଲାସ୍ ବ୍ୟବସ୍ଥା କରାଯାଉଛି | ଏନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚଲା କରାଯିବ |

School opening during COVID-19

କରୋନା ପାଇଁ ପୂର୍ବରୁ 30 ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି | ବାକି 70 ପ୍ରତିଶତ ପାଠ୍ୟକ୍ରମ ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଉଛି | ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗ ସହ ଆଲୋଚନା କରାଯାଇ କୋଭିଡ୍ ଗାଇଡଲାଇନ୍ କୁ ମାନି ସ୍କୁଲ ଖୋଲିବା ନେଇ ବିଭାଗୀୟ ବୈଠକ ବସିଛି | ଏଥିସହିତ ଅନ୍ୟ 5 ଟି ଅଂଶୀଦାରଙ୍କ ସହ ଆଲୋଚନା କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି |

ସୂଚନାଯୋଗ୍ୟ ଦୀପାବଳୀ ଛୁଟି ଅର୍ଥାତ୍ ନଭେମ୍ବର 15 ତାରିଖ ପରେ ସ୍କୁଲ ଖୋଲିବା ନେଇ ଗତ 30 ତାରିଖରେ ସ୍ୱତନ୍ତ୍ର ରିଲିଫ୍ କମିଶନ୍ ସୂଚନା ଦେଇଥିଲେ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+