ନୂଆ ବର୍ଷରେ ବଦଳିଲା ଏହି ନିୟମ, ଜାଣି ରଖନ୍ତୁ କେଉଁ ନିୟମରେ ହୋଇଛି ପରିବର୍ତ୍ତନ

2023 ବର୍ଷ ବିଦାୟ ପରେ ଆସିଛି ଇଂରାଜୀ ନବ ବର୍ଷ 2024 । ଏହା ସହ ନୂଆ ବର୍ଷରୁ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଲାଗୁ ହୋଇଛି ଅନେକ ନୂଆ ନିୟମ ।

ସୁକନ୍ୟା ଯୋଜନାର ସୁଧହାର ଠାରୁ ଆରମ୍ଭ କରି ନୂଆ ସିମ୍ କିଣିବା ପାଇଁ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଏପିରିକି ନିଷ୍କ୍ରିୟ ୟୁପିଆଇ ଏବଂ ବ୍ୟାଙ୍କ ଲକରକୁ ନେଇ ହୋଇଛି ନିୟମରେ ପରିବର୍ତ୍ତନ ।

rule change

ତେବେ ଆସନ୍ତୁ ଜାଣିବା ନୂଆ ବର୍ଷରେ ଲାଗୁ ହୋଇଛି କଣ ନୂଆ ନିୟମ

  • ସୁକନ୍ୟା ଯୋଜନାରେ 8 ପ୍ରତିଶତ ବଦଳରେ ମିଳିବ 8.2 ପ୍ରତିଶତ ସୁଧ । ଏହା ଦ୍ୱାରା ସଞ୍ଚୟ ରାଶିରେ ବୃଦ୍ଧି ହେବ । ସେହିପରି ତିନି ବର୍ଷିଆ ମିଆଦି ଜମାରେ 7.1 ପ୍ରତିଶତ ସୁଧ ମିଳିବ । ବ୍ୟାଙ୍କ ଲକର୍ ନୂଆ ନିୟମ ଲାଗୁ କରାଯିବ । 2023 ଡିସେମ୍ବର 31 ସୁଦ୍ଧା ଲକର ନିୟମ ପାଳନ କରିନଥିଲେ ଅସୁବିଧାରେ ପଡିବେ ।
  • ଏହା ବାଦ୍ କାର୍ କମ୍ପାନୀ ମାନେ ଦର ବୃଦ୍ଧି କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ମାରୁତି, ଟାଟାଠାରୁ ଆରମ୍ଭ କରି ଅଡି ଓ ମର୍ସିଡିଜ୍ ବେଞ୍ଜ କାରର ଦର ବଢିବ । ଜାନୁଆରୀରେ କାର ଦାମ ବଢିବା ନେଇ ଘୋଷଣା କରିଛନ୍ତି କାର କମ୍ପାନୀ ।
  • ସେହିପରି ବର୍ଷେରୁ ଅଧିକ ସମୟ ନିଷ୍କ୍ରିୟ ଥିବା ୟୁପିଆଇ ଆଇଡିକୁ ଅଚଳ କରାଯିବ । ଏହା ଦ୍ୱାରା ସେଗୁଡ଼ିକୁ କେହି ଅପବ୍ୟବହାର କରିପାରିବେ ନାହିଁ ।
  • ସ୍ୱାସ୍ଥ୍ୟ ବୀମା ପଲିସି ଲୋକେ ବୁଝିବା ଭଳି ସରଳ ଭାଷାରେ କମ୍ପାନୀ ଉପସ୍ଥାପନ କରିବେ ।
  • ଏପରିକି ମୋବାଇଲ୍ ସିମ୍ କିଣିବା ବେଳେ କାଗଜପତ୍ର ଦେବାକୁ ପଡ଼ିବ ନାହିଁ । କେବଳ ଡିଜିଟାଲ KYC ଜରିଆରେ ହିଁ ସିମ୍ କିଣିହେବ । ଫଳରେ ଫେକ୍ ଡକ୍ୟୁମଣ୍ଟ ଦେଇ ଆଉ ସିମ୍ କାରବାର ହୋଇପାରିବ ନାହିଁ ଏବଂ ଗ୍ରାହକର ଡକ୍ୟୁମେଣ୍ଟ ଚୋରି ହେବ ନାହିଁ ।
  • ଏଥି ସହ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ନୂଆ ନିୟମ । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ପାନ, ଗୁଟଖା ଖାଇ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+