Get Updates
Get notified of breaking news, exclusive insights, and must-see stories!

ନୂନତ ସଂସଦ ଗୃହ ଉଦଘାଟନୀ ଉତ୍ସବ ଲାଇଭ୍ ଅପଡେଟ୍: ଲୋକାର୍ପଣ ହେଲା ଦେଶର ନୂଆ ସଂସଦ ଭବନ

pm modi

New Parliament House Live Updates: ଦେଶ ରାଜନୀତି ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଆଜି (ରବିବାର) ମେ 28 ରେ ଦେଶ ନୂତନ ସଂସଦ ଗୃହର ଉପହାର ପାଇବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂତନ ସଂସଦ ଗୃହ ଉଦଘାଟନ ହେବ । ନୂତନ ସଂସଦ ଗୃହର ଉଦଘାଟନ କାର୍ଯ୍ୟକ୍ରମ ବୈଦିକ ଜପ ଏବଂ ଆଇନ ସହିତ ଆରମ୍ଭ ହେବ । ଏହାପୂର୍ବରୁ ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜଦଣ୍ଡ 'ସେନଗୋଲ' ହସ୍ତାନ୍ତର କରାଯାଇଛି । କିନ୍ତୁ ଏହି ସମାରୋହକୁ କଂଗ୍ରେସ ସମେତ 19 ଟି ଦଳ ବର୍ଜନ କରିଛନ୍ତି । ସେହିପରି ବିଜେପି ସହିତ 25 ଟି ରାଜନୈତିକ ଦଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

pm modi

ଏହି ଉଦଘାଟନୀ ସମାରୋହର ଟିକିନିଖି ଖବର ପାଇଁ ୱାନ୍ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ...

May 28, 2023, 1:40 pm IST

ଏହି 25 ବର୍ଷରେ ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢିବା ପାଇଁ ପଡିବ: ପ୍ରଧାନମନ୍ତ୍ରୀ
May 28, 2023, 1:37 pm IST

ନୂଆ ସଂସଦ ଭବନ ପ୍ରାୟ 60,000 ଶ୍ରମିକଙ୍କୁ ନିଯୁକ୍ତି ଦେଇଛି:ପ୍ରଧାନମନ୍ତ୍ରୀ ମୋଦି
May 28, 2023, 1:34 pm IST

ନୂଆ ସଂସଦ ଗୃହ ପ୍ରାୟ 60,000 କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି:ପ୍ରଧାନମନ୍ତ୍ରୀ ମୋଦି
May 28, 2023, 1:29 pm IST

ଗଣତନ୍ତ୍ରର ଗୌରବ ସଂସଦର ନୂଆ ସୌଧ

ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବାର ମାଧ୍ୟମ ।
May 28, 2023, 1:21 pm IST

ଆଜି ନୂଆ ଭାରତ ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି:ମୋଦି
May 28, 2023, 1:20 pm IST

ପରାଧିନତାର ଚିହ୍ନକୁ ପଛରେ ଛାଡି ଆମେ ଆଗକୁ ବଢୁଛେ :ପ୍ରଧାନମନ୍ତ୍ରୀ
May 28, 2023, 1:16 pm IST

ପ୍ରତ୍ୟେକ ଭାରତୀୟ ଆଜି ଗର୍ବିତ

ପ୍ରତ୍ୟେକ ଭାରତୀୟ ନୂଆ ସଂସଦକୁ ଦେଖି ଗର୍ବିତ :ପ୍ରଧାନମନ୍ତ୍ରୀ
May 28, 2023, 1:15 pm IST

୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ପ୍ରତିବିମ୍ବ:ପ୍ରଧାନମନ୍ତ୍ରୀ
May 28, 2023, 1:09 pm IST

ନୂତନ ସଂସଦରେ ନୂତନ ପରିବେଶ ନୂତନ ଚିନ୍ତାଧାରା ସୃଷ୍ଟି ହେବ: ଲୋକସଭା ବାଚସ୍ପତି

ଓମ ବିର୍ଲା କହିଛନ୍ତି, "ମୁଁ ନିଶ୍ଚିତ ଯେ ନୂତନ ସଂସଦରେ ନୂତନ ପରିବେଶ ନୂତନ ଚିନ୍ତାଧାରା ସୃଷ୍ଟି କରିବ। ଆମେ ସଂସଦୀୟ ବ୍ୟବସ୍ଥାର ଉତ୍ତମ ନୀତି ଆପଣେଇବା ଉଚିତ। । "
May 28, 2023, 1:06 pm IST

ଭାରତ ଆଗକୁ ବଢିଲେ, ବିଶ୍ୱ ଆଗକୁ ବଢିବ: ପ୍ରଧାନମନ୍ତ୍ରୀ
May 28, 2023, 1:05 pm IST

ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି କୃତଜ୍ଞତା ଜଣାଉଛି...

ଲୋକସଭା ବାଚସ୍ପତି ଓମ ବିର୍ଲା ନୂତନ ସଂସଦରେ କହିଛନ୍ତି, 'ସମଗ୍ର ଦେଶ ଆଜି ଏହି ମୁହୂର୍ତ୍ତର ସାକ୍ଷୀ ରହିଛି। ପିଏମ ମୋଦିଙ୍କୁ ମୁଁ କୃତଜ୍ଞତା ଜଣାଉଛି ଯାହାଙ୍କ ନେତୃତ୍ୱରେ ଏହି ନୂତନ ସଂସଦ 2.5 ବର୍ଷ ମଧ୍ୟରେ ନିର୍ମିତ ହୋଇଛି'।
May 28, 2023, 1:03 pm IST

ସଂସଦର ନୂତନ ଭବନର ଉଦଘାଟନ ଉତ୍ସବ ଭାରତୀୟ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବ। ନୂତନ ସଂସଦ ଗୃହର ଉଦଘାଟନ ହେଉଛି ଆମ ଦେଶର ବିବିଧତା ମଧ୍ୟରେ ବାସ କରୁଥିବା ସମସ୍ତ ଦେଶବାସୀଙ୍କ ପାଇଁ ଗର୍ବର ଏବଂ ତୁଳନାତ୍ମକ ଆନନ୍ଦର ଏକ ଉତ୍ସବ:ରାଷ୍ଟ୍ରପତି
May 28, 2023, 1:01 pm IST

ନୂଆ ସଂସଗ ଭବନ ଲୋକତନ୍ତ୍ରର ମନ୍ଦିର:ପ୍ରଧାନମନ୍ତ୍ରୀ
May 28, 2023, 12:59 pm IST

ନୂଆ ସଂସଦ ଭବନରେ ମୋଦିଙ୍କ ସମ୍ବୋଧନ

ଐତିହାସିକ ମୁହୂର୍ତ୍ତରେ ଦେଶବାସୀଙ୍କୁ ସମ୍ବୋଧନ ।
May 28, 2023, 12:58 pm IST

ନୂଆ ସଂସଦ ଭବନରେ ମୋଦିଙ୍କ ସମ୍ବୋଧନ ।

ନୂଆ ସଂସଦ ଭବନରେ ମୋଦିଙ୍କ ସମ୍ବୋଧନ ।
May 28, 2023, 12:44 pm IST

ନୂତନ ସଂସଦରେ ପ୍ରବେଶ କରିବା ମାତ୍ରେ 'ମୋଦି-ମୋଦି' ସ୍ଲୋଗାନରେ କମ୍ପିଲା ଗୃହ ।
May 28, 2023, 12:34 pm IST

ଉଦଘାଟନ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଦର୍ଶିତ ହେଇଛି ସ୍ୱତନ୍ତ୍ର କ୍ଷୁଦ୍ର ଚଳଚ୍ଚିତ୍ର ।
May 28, 2023, 12:14 pm IST

ମୁଁ ଖୁସି ଯେ ମୁଁ ସେଠାକୁ ଯାଇ ନାହିଁ:ଶରଦ ପାୱାର

ନୂତନ ସଂସଦର ଉଦଘାଟନୀ ଉତ୍ସବକୁ ନେଇ ଶରଦ ପାୱାର କହିଛନ୍ତି, 'ମୁଁ ସକାଳେ ଇଭେଣ୍ଟ ଦେଖିଥିଲି । ମୁଁ ଖୁସି ଯେ ମୁଁ ସେଠାକୁ ଯାଇ ନାହିଁ । ସେଠାରେ ଯାହା ଘଟିଥିଲା ତାହା ଦେଖି ମୁ ଚିନ୍ତିତ ହୋଇ ପଡିଥିଲି । ଆମେ ଦେଶକୁ ପଛକୁ ନେଉଛୁ କି? ଏହି ଘଟଣା କେବଳ ସୀମିତ ସଂଖ୍ୟକ ଲୋକଙ୍କ ପାଇଁ ଥିଲା କି? ବୋଲି ସେ ପ୍ରଶ୍ନ କରିଛନ୍ତି ।
May 28, 2023, 11:52 am IST

ସମସ୍ତ 'ଗୁଣ'ର ଅଧିକାରୀ ପ୍ରଧାନମନ୍ତ୍ରୀ

ଦିଲ୍ଲୀରେ ନୂତନ ସଂସଦ ଗୃହର ଉଦଘାଟନୀ ଉତ୍ସବରେ ଅଭିନାଶି ମଠର ସ୍ୱାମୀ କାମଚି ଦାସର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଗୁଣର ଅଧିକାରୀ ।
May 28, 2023, 11:50 am IST

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ, ଯଦି ଆପଣ ବିରୋଧୀ ଦଳ ପାଇଁ କିଛି ଭଲ କରନ୍ତି ତେବେ ଏହା ଖରାପ ସେମାନଙ୍କୁ ଖରାପ ଲାଗେ ।
May 28, 2023, 11:47 am IST

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି

ଆଜି ସମସ୍ତ ଦେଶବାସୀଙ୍କ ପାଇଁ ଏକ ଅବିସ୍ମରଣୀୟ ଦିନ । ନୂତନ ସଂସଦ ଆମ ସମସ୍ତଙ୍କୁ ଗର୍ବ ଏବଂ ଭରସା ଦେଉଛି । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଏହି ମହାନ ଭବନ ଦେଶର ସଶକ୍ତିକରଣ ସହିତ ଜାତିର ସମୃଦ୍ଧତା ଏବଂ ଶକ୍ତିକୁ ନୂତନ ଗତି ଏବଂ ଶକ୍ତି ଦେବ।
May 28, 2023, 11:19 am IST

ସାଂସଦ ଭବନ ଉଦଘାଟନ ପରେ ମନ୍ କି ବାତ୍

ସାଂସଦ ଭବନ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ମନ୍ କି ବାତ୍-କାର୍ଯ୍ୟକ୍ରମରେ
May 28, 2023, 11:19 am IST

ରାଜସ୍ଥାନର ସରାମଥୁରାରୁ ଲାଲ ଏବଂ ଧଳା ବାଲୁକା ପଥର ବ୍ୟବହାର ହୋଇଛି । ଉଦୟପୁରରୁ ସାଫ୍ରନ୍ ସବୁଜ ପଥର, ଅଜମେର ନିକଟ ଲାଖାରୁ ନାଲି ଗ୍ରାନାଇଟ୍ ଏବଂ ଅମ୍ବାଜୀ ରାଜସ୍ଥାନରୁ ଧଳା ମାର୍ବଲ ଅଣାଯାଇ ବ୍ୟବହାର କରାଯାଇଛି । ଏହି ପଥର ଖୋଦେଇ କାରୁକାର୍ଯ୍ୟ ଆବୁ ରୋଡ ଏବଂ ଉଦୟପୁରର ଶିଳ୍ପୀମାନେ କରିଛନ୍ତି ।
May 28, 2023, 11:00 am IST

ଶାହରୁଖ ଓ ଅକ୍ଷୟ ଦେଲେ ଭଏସ ଓଭର

ଶାହାରୁଖ-ଅକ୍ଷୟଙ୍କ ଭୟଏ୍ ଓଭର ଥିବା ଭିଡିଓକୁ ସେୟାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
May 28, 2023, 10:57 am IST

ନୂତମ ସଂସଦ ଭବନରେ ରହିଛି ଅନେକ ଅତ୍ୟାଧୁନିକ ବ୍ୟବସ୍ଥା

ନୂତନ ସଂସଦରେ ମହାରାଷ୍ଟ୍ରର ନାଗପୁରରୁ ଶାଗୁଆନ କାଠ, ଉତ୍ତରପ୍ରଦେଶର ମିର୍ଜାପୁରରୁ କାର୍ପେଟ, ତ୍ରିପୁରାରୁ ବାଉଁଶ ଚଟାଣ ଏବଂ ରାଜସ୍ଥାନର ପଥର ଖୋଦେଇ କାରୁକାର୍ଯ୍ୟ ବ୍ୟବହାର ହୋଇଛି ।
May 28, 2023, 10:45 am IST

ଶାହରୁଖ ଓ ଅକ୍ଷୟ ଦେଲେ ଭଏସ ଓଭର

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ନୂଆ ସଂସଦ ଭବନ ପାଇଁ ଭଏସ ଓଭର ଦେଲେ ଶାହରୁଖ ଓ ଅକ୍ଷୟ ।
May 28, 2023, 10:24 am IST

ନୂତମ ସଂସଦ ଭବନ

ନୂତମ ସଂସଦ ଭବନରେ ରହିଛି ଅନେକ ଅତ୍ୟାଧୁନିକ ବ୍ୟବସ୍ଥା ।
May 28, 2023, 9:55 am IST

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ, ବିରୋଧୀ ଦଳମାନେ ରାଜନୀତି କରିବା ଉଚିତ୍ ନୁହେଁ ଏବଂ ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବା ଉଚିତ୍ ।
May 28, 2023, 9:39 am IST

1280 ସାଂସଦ ଏକ ସମୟରେ ଏହି ସଂସଦ ଗୃହରେ ବସିପାରିବେ
May 28, 2023, 9:27 am IST

64,500 ବର୍ଗ ମିଟର ପରିସରରେ ବିସ୍ତୃତ ଏହି ତ୍ରିକୋଣୀୟ ଆକାରରେ ନିର୍ମିତ ନୂତନ ସଂସଦ ଭବନ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ 1200 କୋଟି ଟଙ୍କା ।
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+