ଛାତ୍ରୀ ବେଶରେ 3 ମାସ କଲେଜ ଗଲେ ପୋଲିସ୍, ରାଗିଂ ମାମଲାର କଲେ ପର୍ଦ୍ଦାଫାସ୍
ଛାତ୍ରୀ ବେଶରେ ଗଲେ କଲେଜ୍ । ତିନି ମାସରୁ ଅଧିକ ସମୟ ଧରି କଲେଜ ଯାଇ କ୍ୟାଣ୍ଟିନରେ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ବନ୍ଧୁତା କଲେ । ଜୁନିଅର ଛାତ୍ରଛାତ୍ରୀଙ୍କୁ ରାଗିଂ କରୁଥିବା ପିଲାଙ୍କୁ ଚିହ୍ନଟ କଲେ ।
ଭୋପାଳ: ଛାତ୍ରୀ ବେଶରେ ମହିଳା ପୋଲିସ୍ । ଛାତ୍ରୀ ବେଶରେ ଗଲେ କଲେଜ୍ । ତିନି ମାସରୁ ଅଧିକ ସମୟ ଧରି କଲେଜ ଯାଇ କ୍ୟାଣ୍ଟିନରେ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ବନ୍ଧୁତା କଲେ । ଜୁନିଅର ଛାତ୍ରଛାତ୍ରୀଙ୍କୁ ରାଗିଂ କରୁଥିବା ପିଲାଙ୍କୁ ଚିହ୍ନଟ କଲେ । ଶେଷରେ ପୁରା ମାମଲାର ହେଲା ପର୍ଦ୍ଦାଫାସ୍ । ଅଭିଯୁକ୍ତଙ୍କ ବିରୋଧରେ ହେଲା କାର୍ଯ୍ୟାନୁଷ୍ଠାନ ।
ଆପଣ ସାଧାରଣତଃ ଏଭଳି କାହାଣୀ ଚଳଚ୍ଚିତ୍ରରେ ଦେଖିଥିବେ । ଅଣ୍ଡରକଭର ଏଜେଣ୍ଟ ହୋଇ ଦୋଷୀଙ୍କୁ ଧରିବା ନେଇ ଅନେକ ଚଳଚ୍ଚିତ୍ରରେ ଦର୍ଶାଯାଇଥାଏ । କିନ୍ତୁ ଏହା କୌଣସି ଚଳଚ୍ଚିତ୍ର କିମ୍ବା ସିରିଏଲ୍ ର କାହାଣୀ ନୁହଁ । ଏହାକୁ ରିଲ୍ ନୁହଁ ବରଂ ରିଏଲ୍ ଲାଇଫ୍ ରେ କରିଛନ୍ତି ଜଣେ ମହିଳା ପୋଲିସ୍ ।

ଆଜ୍ଞା ହଁ ! ତିନି ମାସରୁ ଅଧିକ ସମୟ ଧରି ମେଡିକାଲ କଲେଜରେ ନର୍ସ ଭାବେ ଅଣ୍ଡରକଭର ଏଜେଣ୍ଟ ହୋଇ ଯାଇଥିଲେ ମଧ୍ୟପ୍ରଦେଶ ପୋଲିସ୍ ର ଶାଲିନୀ ଚୌହାନ । 24 ବର୍ଷୀୟ ଶାଲିନୀ ଇନ୍ଦୋରର ଏମଜିଏମ ମେଡିକାଲ କଲେଜର କ୍ୟାଣ୍ଟିନରେ ତିନି ମାସରୁ ଅଧିକ ସମୟ ଧରି ବସି ପିଲାଙ୍କ ସହ ମିଶି ରାଗିଂ ମାମଲାକୁ ବାହାରକୁ ଆଣି ଅଭିଯୁକ୍ତଙ୍କୁ ପାନେ ଦେଇଛନ୍ତି । ଏହା ପରେ ଚାରିଆଡ଼େ ସେ ଚର୍ଚ୍ଚାରେ ରହିଛନ୍ତି ।
କନଷ୍ଟେବଲ୍ ଶାଲିନୀ ଚୌହାନଙ୍କ ଏହି କାହାଣୀ ଲେଡି ସିଙ୍ଗହମ୍ ଠାରୁ କମ୍ ନୁହେଁ । ଏହା ଶାଲିନୀଙ୍କ ପ୍ରଥମ ଗୁପ୍ତ ଅପରେସନ୍ ଥିଲା । ଶାଲିନୀ ଚୌହାନ ଜଣେ ନର୍ସ ଭାବେ ଇନ୍ଦୋରର ଏମଜିଏମ ମେଡିକାଲ କଲେଜକୁ ଯାଇଥିଲେ । 24 ବର୍ଷ ବୟସ୍କା ଅଣ୍ଡରକଭର ପୋଲିସ୍ ଶାଲିନୀ ଚୌହାନ ଏକ ରାଗିଂ ମାମଲାର ସତ୍ୟାସତ୍ୟ ସମ୍ପର୍କରେ ପ୍ରମାଣ ଯୋଗାଡ଼ କରିବା ପାଇଁ ଏହି ମିଶନରେ ଥିଲେ । ପାଞ୍ଚ ମାସରୁ ଅଧିକ ସମୟ ଧରି ଚାଲିଥିବା ଏକ ମାମଲାର ପର୍ଦ୍ଦାଫାସ୍ କରିଥିଲେ । ସେ 11 ଜଣ ଅଭିଯୁକ୍ତଙ୍କୁ ଧରିବାରେ ସାହାଯ୍ୟ କରିଥିଲେ, ଯେଉଁମାନେ ଚଳିତ ବର୍ଷ ଜୁଲାଇରେ MBBS ପ୍ରଥମ ବର୍ଷର ଛାତ୍ରମାନଙ୍କ ଗୋଷ୍ଠୀକୁ ନିର୍ଦ୍ଦୟ ଭାବେ ଗାଳିଗୁଲଜ କରିଥିଲେ ।

ନିକଟରେ ମଧ୍ୟପ୍ରଦେଶ ପୋଲିସରେ ଶାଲିନୀ ଚୌହାନ କନଷ୍ଟେବଳ ଭାବରେ ନିଯୁକ୍ତି ପାଇଛନ୍ତି । ଇନ୍ଦୋରର ସାନୋଗିଟାଗଞ୍ଜ ପୋଲିସ ଷ୍ଟେସନରେ ଶାଲିନୀଙ୍କୁ ନିଯୁକ୍ତି ମିଳିଛି । ମିଶନ୍ MGM ଶାଲିନୀ ଚୌହାନଙ୍କର ପ୍ରଥମ ଅପରେସନ୍ ଥିଲା । ଶାଲିନୀ ଚୌହାନଙ୍କ ପିତା ଜଣେ ପୋଲିସ୍ କର୍ମଚାରୀ ଥିଲେ, 2010 ରେ ତାଙଅକର ଦେହାନ୍ତ ହୋଇଥଇଲା । ଏହାର ଏକ ବର୍ଷ ପରେ ଶାଲିନୀଙ୍କ ମାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ପିତାଙ୍କ ଠାରୁ ଅନୁପ୍ରାଣିତ ହୋଇ ଶାଲିନୀ ପୋସ ଫୋର୍ସରେ ଯୋଗ ଦେଇଥିଲେ ।
ଜିନ୍ସ ଏବଂ ଟପ୍ ପିନ୍ଧି ବହି ଧରି ଶାଲିନୀ ନର୍ସ ଭାବେ ତିନିମାସରୁ ଅଧିକ ସମୟ ଧରି କଲେଜ ଯାଇଥିଲେ । ଇନ୍ଦୋରର ମହାତ୍ମା ଗାନ୍ଧୀ ମେମୋରିଆଲ ମେଡିକାଲ କଲେଜରେ କେହି ଜଣେ ମଧ୍ୟ ପୋଲିସ କର୍ମଚାରୀ ବୋଲି ତାଙ୍କୁ ସନ୍ଦେହ କରିନଥିଲେ । ଶାଲିନୀ କହିଛନ୍ତି, 'ଏହି ସମୟରେ ପୋଲିସ ବିଭାଗ ସହ ତାଙ୍କର କିଛି ସମ୍ପର୍କ ଥିବା କେହି ଜାଣି ନଥିଲେ । ଅଧିକାରୀଙ୍କ ଦାୟିତ୍ୱରେ ଥିବା ତେହଜିବ କାଜୀ ତାଙ୍କ ଦଳର କଠିନ ପରିଶ୍ରମକୁ ଅପରେସନର ସଫଳତାର ଶ୍ରେୟ ଦେଇଛନ୍ତି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications