ଡାକ୍ତରୀ ଛାତ୍ରଙ୍କ ଅଜବ କାରନାମା, ଭଡ଼ା ଘରେ ହାଇ-ଟେକ୍ ଉପାୟରେ ଗଞ୍ଜେଇ ଚାଷ
ବାଙ୍ଗଲୋର : ବାପା ମା' ଛାଡ଼ିଛନ୍ତି ପୁଅ ଡାକ୍ତରୀ ପାଠ ପଡି ରୋଗୀ ସେବା କରିବ । ଏପରିକି ନିଶା କବଳରୁ ଲୋକଙ୍କୁ ବି ଉଦ୍ଧାର କରିବ । ହେଲେ ପୁଅର ଅଜବ ନିଶା । ଡାକ୍ତରୀ ପଢୁଆ ଛାତ୍ର ହାଇ-ଟେକ୍ ଉପାୟରେ କରୁଛନ୍ତି ଗଞ୍ଜେଇ ଚାଷ । ତାହା ପୁଣି କେଉଁ ଜଙ୍ଗଲ କିମ୍ବା ବଣରେ ନୁହଁ, ବରଂ ଏକ ଭଡ଼ା ଘରେ ।

ଆଜ୍ଞା ହଁ ! ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଶିବମୋଗାରେ । ଗୋଟିଏ ଭଡ଼ାଘରେ ଅତି ଉନ୍ନତ ଉପାୟରେ ଗଞ୍ଜେଇ ଚାଷକରୁଛନ୍ତି ଡାକ୍ତରୀ ଛାତ୍ର । କାଲି ଏତିକି ନୁହଁ ଏହି ଗଞ୍ଜେଇ ଅନ୍ୟ ଛାତ୍ରାମାନଙ୍କୁ ବିକ୍ରି କରୁଥିଲେ । ଏହି ଅଭିଯୋଗରେ ଜଣେ ଡାକ୍ତରୀ ଛାତ୍ରଙ୍କ ସମେତ 3 ଜଣଙ୍କୁ ଗିରଫ କରାଯାଇଛି ।
ସମ୍ପୂର୍ଣ୍ଣ କାରନାମାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଏକ ଘରୋଇ ମେଡିକାଲ୍ କଲେଜର 28 ବର୍ଷୀୟ ଛାତ୍ର ବିଘ୍ନରାଜ । ତାମିଲନାଡୁର କୃଷ୍ଣଗିରିନିବାସୀ ବିଘ୍ନରାଜ ଭଡ଼ା ନେଇ ରହୁଥିବା ଘରେ ଗଞ୍ଜେଇ ଚାଷ କରୁଥିଲେ । ଅନ୍ୟ ଦୁଇ ଅଭୁଯୁକ୍ତ ଛାତ୍ର ପାଣ୍ଡିଡୋରାଇ ଏବଂ ବିନୋଦ କୁମାର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଶିବମୋଗା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଜି. କେ. ମିଥୁନ କୁମାର କହିଛନ୍ତି ଯେ, ଗରିଫ ଛାତ୍ରମାନଙ୍କ ପାଖରୁ 227 ଗ୍ରାମ୍ ଶୁଖିଲା ଗଞ୍ଜେଇ, 1.53 କିଲୋଗ୍ରାମ୍ କଞ୍ଚା ଗଞ୍ଜେଇ ଓ 10 ଗ୍ରାମ୍ ଚରସ୍, ଗଞ୍ଜେଇ ମଞ୍ଜି ଥିବା ଛୋଟ ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି । ପ୍ରାୟ ସାଢ଼େ 3 ମାସ ହେବ ସେମାନେ ଗଞ୍ଜେଇ ବେପାର ଚଲାଇଥିଲେ ବୋଲି ପୋଲିସ ସୂଚନା ପାଇଥିଲା ।
ମିଳିଥିବା ସୂଚନା ଅନୁସାରେ, ଭଡ଼ା ନେଇଥିବା ଘରେ ଅତି ସାବଧାନତା ସହକାରେ ମାଟି କୁଣ୍ଡରେ ଗଞ୍ଜେଇ ଚାଷ କରୁଥିଲେ ଡାକ୍ତରୀ ଛାତ୍ର । ଘର ଭିତରେ ଗଞ୍ଜେଇ ଗଛ ବଢାଇବା ପାଇଁ 'ସ୍ପାଇଡର୍ ଫାର୍ମିଙ୍ଗ୍' ବୋଲି କୁହାଯାଉଥିବା କୃତ୍ରିମ ପରିବେଶ ସୃଷ୍ଟି କରିଥିଲେ । କିନ୍ତୁ ଘରମାଲିକ ଏସବୁ ବିଷୟରେ କିଛି ଜାଣି ନଥିଲେ ।












Click it and Unblock the Notifications