ପ୍ରତ୍ୟାହାର ହେଲା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ
ରାଜ୍ୟରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇଛି | ଏନେଇ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି |
ଭୁବନେଶ୍ୱର : ରାଜ୍ୟରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇଛି | ଏନେଇ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି | ଚଳିତ ଶିକ୍ଷାବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ନଭେମ୍ବର 9 ରୁ ଡିସେମ୍ବର 2 ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ହେବ ବୋଲି ନଭେମ୍ବର 5 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା | ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଥିବା ବେଳେ ମାଟ୍ରିକ୍ ପରୀକ୍ଷା ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦରେ ଥିଲେ |

ରାଜ୍ୟର ମୋଟ 60 ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର 20 ଲକ୍ଷ ଛାତ୍ରଛାତ୍ରୀ ଅନଲାଇନ୍ ଶିକ୍ଷା ପାଇପାରୁଛନ୍ତି | ତେଣୁ ଏପରି ପରିସ୍ଥିତିରେ ମାଟ୍ରିକ୍ ପରୀକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲା ଓଷ୍ଟା |












Click it and Unblock the Notifications