ମଣିପୁରରେ ବିଗୁଡ଼ୁଛି ଅବସ୍ଥା, ହିଂସାରେ ପୁଣି ପ୍ରାଣ ହରାଇଲେ 10 ଜଣ... ମୋର୍ଚ୍ଚା ସମ୍ଭାଳିବେ ଅମିତ ଶାହା

manipur violence

ଇମ୍ଫାଲ : ପୁଣି ଅଶାନ୍ତ ହେବାରେ ଲାଗିଛି ମଣିପୁର । ଅସମ୍ଭାଳ ହେବାରେ ଲାଗିଛି ରାଜ୍ୟର ହିଂସା ପରିସ୍ଥିତି । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଦିନ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଏବଂ ରାଜ୍ୟର ଅନ୍ୟ ମନ୍ତ୍ରୀଙ୍କ ସହ ବୈଠକରେ ଅଧ୍ୟକ୍ଷତା କରି ମଣିପୁରର ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।

ମଣିପୁରରେ 3 ମେ ରୁ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହା ପରେ ଏହି ହିଂସାତ୍ମକ ସଂଘର୍ଷରେ 40 ଜଣ ନିହତ ହୋଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ପୋଲିସ ସମେତ 10 ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ରାଜ୍ୟରେ ଅବସ୍ଥା ଖରାପ ହେବା କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇ ଦେଇଛି । ମଣିପୁରରେ ହୋଇଥିବା ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବେ କଠୋର ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି ।

ଇମ୍ଫାଲ ଭ୍ୟାଲି ଭିତ୍ତିକ ନାଗରିକ ସମାଜ ସଂଗଠନ, ମଣିପୁର ଅଖଣ୍ଡତା ସମନ୍ୱୟ କମିଟି (COCOMI) ଅମିତ ଶାହାଙ୍କୁ ସ୍ୱାଗତ କରି କହିଛନ୍ତି ଯେ ଶାନ୍ତି ଏବଂ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ମଣିପୁରର ଲୋକମାନେ ତାଙ୍କ ଆଡକୁ ଚାହିଁ ରହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏକ ସକରାତ୍ମକ ପଦକ୍ଷେପ ଏବଂ ସ୍ଥିତିରେ ଉନ୍ନତି ଆଣିବ ।

ଅମିତ ଶାହା ଆସିବାର କିଛି ଘଣ୍ଟା ପୂର୍ବରୁ ଇମ୍ଫାଲ ପୂର୍ବ ଜିଲ୍ଲା ନିକଟ ୱାକାନଫାଇ ଅଞ୍ଚଳରେ ସୋମବାର ଜଣେ ମୈତେଇ ନାଗରିକଙ୍କ ହତ୍ୟା ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ରବିବାର ଦିନ ଇମ୍ଫାଲ ଇଷ୍ଟ ଏବଂ କାଚଚିଂ ଜିଲ୍ଲାରେ ଦୁଇ ପୋଲିସ ଏବଂ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ସମେତ ଦଶ ଜଣଙ୍କର ମୃତ୍ୟୁ ହୋଇଛି । ସୋମବାର ଇମ୍ଫାଲ ପୂର୍ବ ଜିଲ୍ଲାରେ ହୃଦଘାତରେ ଜଣେ ମୈତେଇ ସ୍ୱେଚ୍ଛାସେବୀଙ୍କର ମୃତ୍ୟୁ ହୋଇଛି ।

କମିଲା କର୍ଫ୍ୟୁ ସମୟ

ନୂତନ ହିଂସା ପରେ ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବର ଜିଲ୍ଲାମାନଙ୍କରେ କର୍ଫ୍ୟୁ ସମୟ ବୃଦ୍ଧି କରାଯାଇଛି । ପୂର୍ବରୁ ସକାଳ 5 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ କୋହଳ କରାଯାଇଥିଲା, କିନ୍ତୁ ଏହାକୁ ସକାଳ 11.30 କୁ ହ୍ରାସ କରାଯାଇଛି । ବିଷ୍ଣୁପୁରରେ କର୍ଫ୍ୟୁ ସକାଳ 5 ଟାରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଥିଲା, ଯାହାକି ମଧ୍ୟାହ୍ନ 12 କୁ ହ୍ରାସ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+