Get Updates
Get notified of breaking news, exclusive insights, and must-see stories!

ଜୀବନରେ ପ୍ରଥମ ଥର ପାଇଁ ବିମାନରେ ବସିଥିଲେ, ଲଗାଇଲେ ବିଡ଼ି...

flight- smoking

ବିମାନରେ ଯାତ୍ରା କଲେ କେତେ ନିୟମ ପ୍ରତି ଧ୍ୟାନ ଦେବାକୁ ହୁଏ । କିନ୍ତୁ ଆପଣ ଯଦି ପ୍ରତଣ ଥର ବିମାନରେ ଯାତ୍ରା କରୁଛନ୍ତି ଏବଂ ଆପଣ ନିୟମ ପ୍ରତି ସତର୍କ ନାହାଁନ୍ତି ତେବେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏପରି ଏକ ଆଶ୍ଚର୍ଯ୍ୟଜନକ ଆକାଶା ଏୟାର ଲାଇନ୍ସରେ ଦେଖିବାକୁ ମିଳିଛି ।

ବିମାନରେ ପ୍ରଥମ ଥର ପଇଁ ଉଡ଼ାଣ ଭରୁଥିଲେ ଜଣେ ବ୍ୟକ୍ତି । ବିମାନରେ ବସି ବିଡ଼ି ଲଗାଇଥିଲେ । ଯାହା ପାଇଁ ତାଙ୍କୁ ଜେଲ ଯିବାକୁ ପଡ଼ିଛି । ଏ ନେଇ ଜଣେ 56 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ବ୍ୟକ୍ତି ଜଣକ ବେଙ୍ଗାଲୁରୁ ଅଭିମୁଖେ ଆକାସା ବିମାନରେ ଥିଲେ । ଏହି ସମୟରେ ସେ ବିମାନରେ ବିଡି ଜଳାଇଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA) ରେ ଗିରଫ କରାଯାଇଥିଲା ।

ବିମାନ ବନ୍ଦରରେ ଅବତରଣ କରିବା ପରେ ଏୟାରଲାଇନ୍ସର ଡ୍ୟୁଟି ମ୍ୟାନେଜର ପୋଲିସ ନିକଟରେ ଅଭିଯୋଗ କରିଥିଲେ । ସେ ସହଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇଥିବା ଅଭିଯୋଗ ହୋଇଥିଲା ।

ଅଭିଯୁକ୍ତଙ୍କ ନାମ ରାଜସ୍ଥାନର ମାରୱାର ଅଞ୍ଚଳର ପ୍ରବୀଣ କୁମାର ବୋଲି ଜଣାପଡିଛି । ସେ ଅହମ୍ମଦାବାଦରୁ ବାଙ୍ଗାଲୋର ଯାଉଥିଲେ । ବ୍ୟକ୍ତି ଜଣକ ବିମାନର ଶୌଚାଳୟରେ ବିଡି ଲଗାଇଥିଲେ । ପ୍ରବୀଣ କୁମାରଙ୍କୁ ବାଙ୍ଗାଲୋର ସେଣ୍ଟ୍ରାଲ ଜେଲକୁ ପଠାଯାଇଥିଲା । ସେ ପୋଲିସକୁ କହିଥିଲେ ଯେ ଏହା ତାଙ୍କ ଜୀବନର ପ୍ରଥମ ବିମାନ ଉଡ଼ାଣ ଏବଂ ସେ ନିୟମ ବିଷୟରେ ଜାଣି ନାହାଁନ୍ତି ।

ଅଭିଯୁକ୍ତ ପୋଲିସକୁ କହିଛନ୍ତି ଯେ ସେ ସାଧାରଣତଃ ଟ୍ରେନରେ ଯାତ୍ରା କରିଥାନ୍ତି, କିନ୍ତୁ ସେ ପ୍ରଥମ ଥର ପାଇଁ ବିମାନ ଯୋଗେ ଯାତ୍ରା କରୁଥିଲେ । ସେ ନିୟମ ବିଷୟରେ ଅବଗତ ନଥିଲେ, ତେଣୁ ସେ ବିମାନରେ ବିଡି ଲଗାଇଥିଲେ । ସେ କହିଛନ୍ତି ଯେ ସେ ଟ୍ରେନରେ ଥିବା ଶୌଚାଳୟରେ ମଧ୍ୟ ଧୂମପାନ କରନ୍ତି, ତେଣୁ ସେ ବିମାନରେ ମଧ୍ୟ ଶୌଚାଳୟରେ ଧୂମପାନ କରିଥିଲେ ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସୁରକ୍ଷା ସର୍ଚ୍ଚ ସମୟରେ ବିଡି ଖୋଜି ନପାଇବା ଏକ ଗୁରୁତର ଘଟଣା । ଅଧିକାରୀ କହିଛନ୍ତି ଯେ ଏ ସବୁ ସହଜରେ ଚିହ୍ନଟ କରାଯାଇଥାଏ । ଏଭଳି ଘଟଣାର ଏକମାତ୍ର କାରଣ ହେଉଛି ଯାଞ୍ଚ ସମୟରେ ବିଫଳତା । ଏହା ପୂର୍ବରୁ ବିମାନରେ ସିଗାରେଟ୍ ପିଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+