ବର୍ଷର ସବୁଠାରୁ ଲମ୍ବା ଦିନ ଜୁନ୍ 21, ଦିନ 12 ଘଣ୍ଟା ନୁହଁ ରହିବ 14 ଘଣ୍ଟା
ସାଧାରଣତଃ ଗୋଟିଏ ବର୍ଷରେ 365 ଦିନ ଏବଂ ପ୍ରତ୍ୟେକ ଦିନ 24 ଘଣ୍ଟା ହୋଇଥାଏ । କିନ୍ତୁ ଗୋଟିଏ ବର୍ଷରେ ଏପରି ଚାରି ଦିନ ଅଛି, ଯାହାର ଭିନ୍ନ ବିଶେଷତା ଅଛି । ଏହି ଚାରି ଦିନ ହେଲା 21 ମାର୍ଚ୍ଚ, 21 ଜୁନ୍, 23 ସେପ୍ଟେମ୍ବର ଏବଂ 22 ଡିସେମ୍ବର ।
21 ଜୁନ୍ ଦିନ ବର୍ଷର ସବୁଠାରୁ ଲମ୍ବା ଦିନ ହୋଇଥାଏ ଏବଂ ରାତି ଛୋଟ ହୋଇଥାଏ । ଏହା ପୃଥିବୀର ସବୁଠାରୁ ଲମ୍ବା ଦିନ । ଏହି ଦିନ, ଉତ୍ତର ଗୋଲାର୍ଦ୍ଧରେ ଉପସ୍ଥିତ ଥିବା ସମସ୍ତ ଦେଶରେ ଦିନ ଲମ୍ବା ଏବଂ ରାତି ଛୋଟ ହୋଇଥାଏ ।

ଦିନ 12 ଘଣ୍ଟା ପରିବର୍ତ୍ତେ 14 ଘଣ୍ଟା ହେବ
ସାଧାରଣ ଦିନରେ, ଦିନ 12 ଘଣ୍ଟା ଏବଂ 12 ଘଣ୍ଟା ରାତି ହୋଇଥାଏ । କିନ୍ତୁ ଡିସେମ୍ବର 21 ପରେ, ରାତି ଛୋଟ ହେବାକୁ ଲାଗେ ଏବଂ ଦିନଗୁଡ଼ିକ ଲମ୍ବା ହୋଇଥାଏ । ଏହି ସମୟରେ ଜୁନ୍ 21 ହେଉଛି ସବୁଠାରୁ ଲମ୍ବା ଦିନ । ଏହି ଦିନ 12 ଘଣ୍ଟା ପରିବର୍ତ୍ତେ 14 ଘଣ୍ଟାର ଦିନ ହୋଇଥାଏ । ଉଲ୍ଲେଖଥାଉ କି, 1975 ରେ ଥରେ, ଜୁନ୍ 22 ବର୍ଷର ସବୁଠାରୁ ବଡ ଦିନ ଥିଲା । ଏହା ପରେ ବର୍ତ୍ତମାନ ଏହା 2203 ରେ ସେହି ସଂଯୋଗ ଆସିବ ।
ଆମେ ଜାଣୁ ଯେ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରୁଛି । ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ଅଂଶକୁ ସିଧା କିରଣର ସାମ୍ନା କରିବାକୁ ପଡିଥାଏ । ଫଳରେ ଏଠାରେ ଦିନ ବଡ ହୋଇଥାଏ । ବାକି ଦିନ ଦକ୍ଷିଣ ଗୋଲାର୍ଦ୍ଧ ଉପରେ ସୂର୍ଯ୍ୟଙ୍କ କିରଣ ସିଧା ପଡିଥାଏ । ପୃଥିବୀର ଏହିପରି ଘୂର୍ଣ୍ଣନ କାରଣରୁ ଆମକୁ କେତେବେଳେ ଗରମ ପୁଣି କେତେବେଳେ ଥଣ୍ଡା ଅନୁଭୂତ ହୋଇଥାଏ ।
ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଅଧିକ ସୂର୍ଯ୍ୟଙ୍କ କିରଣ 20, 21, 22 ଜୁନ୍ ରେ ପଡିଥାଏ । ଅର୍ଥାତ୍ ଏହି ସମୟରେ ଆମେ ସୂର୍ଯ୍ୟଙ୍କର ସବୁଠାରୁ ନିକଟତର ହୋଇଥାଉ । ପଶ୍ଚିମର ବହୁ ସ୍ଥାନରେ ଏହାକୁ ଗ୍ରୀଷ୍ମକାଳୀନ ସଂକ୍ରାନ୍ତି ବି କୁହାଯାଏ । ଅନ୍ୟପକ୍ଷରେ ଦକ୍ଷିଣ ଗୋଲାର୍ଦ୍ଧରେ ଏହିଦିନ 21,22,23 ଡିସେମ୍ବରରେ ଆସିଥାଏ ।












Click it and Unblock the Notifications