ପସନ୍ଦ ଆସୁନି ଆଧାର କାର୍ଡରେ ଆପଣଙ୍କ ଫଟୋ, 5 ମିନିଟରେ୍ ବଦଳାନ୍ତୁ...

Aadhaar Card: ଆଜିକାଲି ଆମ ଦେଶରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଏକ ଅତ୍ୟାବଶ୍ୟକ ଡକ୍ୟୁମେଣ୍ଟ ହୋଇଯାଇଛି । ସ୍କୁଲ ଆଡମିସନ୍ ଠାରୁ ଆରମ୍ଭ କରି ସିମ୍ କିଣିବା, ଏପରିକି ଚାକିରି ଆବେଦନ ପାଇଁ ମଧ୍ୟ ଆଧାର କାର୍ଡ ଏକ ଜରୁରୀ ଦସ୍ତାବିଜ ଭାବେ ଗ୍ରହଣ କରାଯାଉଛି । ଏହା ବାଦ୍ ବ୍ୟାଙ୍କ ସମ୍ପର୍କିତ ସମସ୍ତ କାମ ପାଇଁ ଆଧାର କାର୍ଡ ନିତାନ୍ତ ଜରୁରୀ । ଏହା ବିନା ଆଜିକାଲିର ଡିଜିଟାଲ ଦୁନିଆରେ ଅଧିକାଂଶ କାମ ହୋଇପାରିବ ନାହିଁ ।

କିନ୍ତୁ ଆଧାର ଏତେ ଜରୁରୀ ଦସ୍ତାବିଜ ହୋଇଥିଲେ ମଧ୍ୟ ଏଥିରେ ଆପଣଙ୍କ ଫଟୋ ପ୍ରାୟତଃ ଭଲ ନଥାଏ । ପ୍ରାୟ ଆଧାର କାର୍ଡରେ ଥିବା ଫଟୋ ଓ ସେହି ବ୍ୟକ୍ତିଙ୍କ ଚେହେରା ମେଳ ଖାଉ ନଥାଏ । ତେବେ ସବୁ ସ୍ଥଳରେ ଆଧାର ଏକ ଆବଶ୍ୟକୀୟ ଡକ୍ୟୁମେଣ୍ଟ ହେଲେ ମଧ୍ୟ ସେଥିରେ ହିଁ ଆମର ସବୁଠାରୁ ଖରାପ ଫଟୋ ଲାଗିଥାଏ ।

ତେଣୁ ଆଧାରରେ ଲାଗିଥିବା ଫଟୋକୁ ନେଇ କିଛି ଲୋକ ଟିକେ ଅଧିକ ବିଚଳିତ ଥାଆନ୍ତି । ଏହାକୁ ବଦଳାଯାଇପାରିବ କି ନାହିଁ ସେ ନେଇ ସେମାନଙ୍କ ମନରେ ରହିଛି ଅନେକ ଦ୍ୱନ୍ଦ । ଚିନ୍ତା କରିବାର ଆଦୌ ଆବଶ୍ୟକତା ନାହିଁ, ଆମେ ଆପଣଙ୍କ ସବୁ ସମସ୍ୟାର ସମାଧାନ କରିଦେବୁ ।

Aadhaar Card

ଯଦି ଆପଣ ଭାବୁଛନ୍ତି ଆଧାରରେ ଫଟୋ ବଦଳାଇବା ଏକ କଷ୍ଟକର କାମ ତେବେ ଆପଣ ଭୁଲ୍ ଭାବୁଛନ୍ତି । ଆଜି ଏହି ଆର୍ଟିକିଲ୍ ମାଧ୍ୟରେ ଆମେ ଆପଣଙ୍କୁ କହିବୁ ଯେ, ଆପଣ କିପରି ଆଧାର କାର୍ଡରେ ଥିବା ନିଜର ଫଟୋକୁ ବଦଳାଇ ଭଲ ଫଟୋ ଲଗାଇପାରିବେ । ଆଉ ଏଥିରେ ବିନା କୌଣସି ଡକ୍ୟୁମେଣ୍ଟରେ ଫଟୋ ପରିବର୍ତ୍ତନ ହୋଇପାରିବ ।

ପ୍ରଥମେ ଆପଣଙ୍କୁ UIDAIର ଅଫିସିଆଲ ୱେବସାଇଟ୍ ଖୋଲିବାକୁ ହେବ ।
ଆଧାର ସେକ୍ସନ୍ କୁ ଯାଇ 'Aadhaar Enrollment Form' ଅଥବା 'Correction/ Update Form'କୁ ଡାଉନଲୋଡ୍ କରିବାକୁ ପଡ଼ିବ ।
ଫର୍ମକୁ ନିର୍ଭୁଲ ଭାବେ ପୂରଣ କରନ୍ତୁ ।
ଏହାକୁ ଆଧାର ପରମାନେଣ୍ଟ ଏନରୋଲମେଣ୍ଟ ସେଣ୍ଟରରେ ଥିବା ଏକ୍ଜିକ୍ୟୁଟିଭ୍ ଙ୍କୁ ଦିଅନ୍ତୁ ।
ଏହାପରେ ନିଜର ବାୟୋମେଟ୍ରିକ୍ ଡିଟେଲ୍ ଦେବାକୁ ପଡ଼ିବ ।
ଯଦି ଆପଣ ଫର୍ମ ଡାଉନଲୋଡ୍ କରିବାକୁ ଚାହୁଁନାହାନ୍ତି ତେବେ ଆପଣଙ୍କୁ ଉକ୍ତ ସେଣ୍ଟରରେ ଫର୍ମ ମିଳିଯିବ ।
ଏହାପରେ ଆଧାରରେ ଏନରୋଲମେଣ୍ଟରେ ଥିବା କର୍ମଚାରୀ ଆପଣଙ୍କର ଲାଇଭ୍ ଫଟୋ କ୍ଲିକ୍ କରିବେ ।
ଫଟୋ ବଦଳାଇବା ପାଇଁ 50 ଟଙ୍କା ଦେବାକୁ ପଡ଼ିବ ।
ଆଧାରରେ ଫଟୋ ଅପଡେଟ୍ ହେବା ପରେ ଆଧାରକୁ ଆପଣ ଅନଲାଇନ୍ ରୁ ଆଧାର କାର୍ଡର ଡିଜିଟାଲ କପି uidia.gov.inକୁ ଯାଇ ହିଁ Download କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+