Get Updates
Get notified of breaking news, exclusive insights, and must-see stories!

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣକୁ ଏମାନଙ୍କୁ ମିଳିନି ନିମନ୍ତ୍ରଣ, ଦୂରଇ ରହୁଛନ୍ତି ମମତା

karnataka swear in ceremony

ବାଙ୍ଗାଲୋର : କର୍ଣ୍ଣାଟକରେ କଂଗ୍ରେସର ନୂଆ ସରକାର ଗଠନ ଏବଂ ଶପଥ ଗ୍ରହଣ ପାଇଁ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି । ସିଦ୍ଧରମୈୟା ନୂତନ ମୁଖ୍ୟମନ୍ତ୍ରୀ ଏବଂ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ମେ 20 ରେ ବେଙ୍ଗାଲୁରୁରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହି ଶପଥ ଗ୍ରହଣ ସମାରୋହରେ ବହୁ ବିରୋଧୀ ଦଳର ନେତା ଅଂଶଗ୍ରହଣ କରିପାରନ୍ତି ।

ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଇବା ସହିତ ଅନେକ ଦଳର ନେତାଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଛନ୍ତି ।

ମଲ୍ଲିକାର୍ଜୁନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଏନସିପି ନେତା ଶରଦ ଯାଦବ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିମନ୍ତ୍ରଣ ପଠାଇଛନ୍ତି । ଫାରୁକ୍ ଅବଦୁଲ୍ଲାଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି ।

ଏହି ଶପଥ ପାଠ ସମାରୋହରେ କଂଗ୍ରେସ ସମାନ ବିଚାରଧାରା ରଖୁଥିବା ସମସ୍ତ ବିରୋଧୀଙ୍କୁ ଏକାଠି କରିବାକୁ କରିଛି ଯୋଜନା । 2024 ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କୁ ଏକାଠି କରି ମୋଦୀ ବିରୋଧୀ ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହୋଇଛି ଦଳ ।

କିନ୍ତୁ ସୂତ୍ରରୁ ପ୍ରକାଶ ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ନେତା କେ ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ବିଏସପି ସୁପ୍ରିମୋ ମାୟାବତୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ ।

ଶପଥ ଗ୍ରହଣ ସମାରୋହରେ ମଲ୍ଲିକାର୍ଜୁନ ଖାଡ଼ଗଦେ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଅଂଶଗ୍ରହଣ କରିପାରନ୍ତି । ସୂତ୍ରରୁ ପ୍ରକାଶ ଯେ ସୋରେନ ଶନିବାର ରାଞ୍ଚିରୁ ବେଙ୍ଗାଲୁରୁ ଅଭିମୁଖେ ଯିବେ ଏବଂ ଶପଥ ନେବା ପରେ ଆସନ୍ତାକାଲି ଫେରିବେ ।

ଦୂରେଇ ରହୁଛନ୍ତି ମମତା

ସୂତ୍ରରୁ ପ୍ରକାଶ ଯେ ମମତା ବାନାର୍ଜୀ ଶପଥ ଗ୍ରହଣ ନିମନ୍ତ୍ରଣ ପାଇଛନ୍ତି କିନ୍ତୁ ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ । ସିଦ୍ଧରମୈୟା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଗୁରୁବାର ଦିନ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ।

ଏହା ସହିତ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଅଂଶଗ୍ରହଣ କରିବେ । ଏହି ଛତିଶଗଡରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ଏବଂ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ।
ଯଦି ଏହି ସମସ୍ତ ନେତା ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ସାମିଲ ହୁଅନ୍ତି, ତେବେ ମିଳିତ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ହୋଇପାରିବ । ଏପରିକି 2024 ଲୋକସଭା ନିର୍ବାଚନରେ ମୋଦୀ ଲହରକୁ ମାତ୍ ଦେବା ପାଇଁ ଦେଶରେ କିଛି ମାହୋଲ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+