Get Updates
Get notified of breaking news, exclusive insights, and must-see stories!

4 ଶହ ଫୁଟ୍ ତଳେ ଫସିଥିଲେ, ଜୀବନ ବଞ୍ଚାଇଦେଲା iphone

iphone : ଜୀବନ ବଞ୍ଚାଇ ଦେଲା ଆପଲ୍ ଆଇଫୋନ୍ । ଆଜ୍ଞା ହଁ ! ଏମିତି ଏକ ଚମତ୍କାର ଘଟଣା ଘଟିଛି । 4 ଶହ ଫୁଟ୍ ତଳେ ଫସିରହିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ଦେଇଛି iPhone ।

iphone

ଦୁର୍ଘଟଣାର ଶିକାର ହୋଇଥିଲେ ଜଣେ ବ୍ୟକ୍ତି । ଫଳରେ କାର୍ ଟି 4 ଶହ ଫୁଟ୍ ତଳକୁ ଖସି ପଡ଼ିଥିଲା । କାର୍ ଭାଙ୍ଗି ପୁରା ଚୁରରମାର୍ ହୋଇଯାଇଥିଲା । ଏତେ ଗଭୀର ଖାଲରେ ପଡ଼ିବା ପରେ କାରରେ ଥିବା ବ୍ୟକ୍ତି ଜଣକବଞ୍ଚିଥିବେ ବୋଲି କେହି କେବେ କଳ୍ପନା କରିନଥିଲେ । କିନ୍ତୁ ଏହା ସମ୍ଭବ ହୋଇଛି । କେବଳ ମୋବାଇ ପାଇଁ ବଞ୍ଚିଯାଇଛି ତାଙ୍କ ଜୀବନ ।

ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଆଇଫୋନ୍-14 ବ୍ୟବହାର କରୁଥିଲେ । ଏଥିରେ ରହିଛି ଲାଇଫ୍ ସେଭିଂ ଫିଚର୍ସ ଏବଂ ସାଟେଲାଇଟ୍ ଏମରଜେନ୍ସି ଏସଓଏସ୍ । ଏହି ଫିଚର୍ସ ଏମରଜେନ୍ସିରେ କାମ କରିଥାଏ । ମୋବାଇଲରେ ନେଟୱର୍କ ଥାଉ କି ନଥାଉ, ଇଣ୍ଟରନେଟ୍ କନେକସନ୍ ଥାଉ କି ନଥାଉ କିନ୍ତୁ ଏହି ଫିଚର୍ସ ଅଟୋମେଟିକ୍ କାମ କରିଥାଏ । ଆଇଫୋନ୍ ଥିବା ଏହି ଫିଚର୍ସକୁ କ୍ରାସ୍ ଡିଟେକସନ୍ ମଧ୍ୟ କୁହାଯାଇଥାଏ ।

ଯଦି କୌଣସି ସ୍ଥାନରେ ଗାଡି ଦୁର୍ଘଟଣାଗ୍ରସ୍ତ ହୁଏ ବା କୌଣଲି ବ୍ୟକ୍ତିଙ୍କର ଏମରଜେନ୍ସି ପରିସ୍ଥିତି ଉପୁଜେ ତାହେଲେ ଏହି ଫିଚର୍ସ ଅଟୋମେଟିକ୍ ଆକ୍ଟିଭ୍ ହୋଇଯାଇଥାଏ । ଏସଓଏସ୍ ଫିଚର୍ସ ଏମରଜେନ୍ସି ସମୟରେ ଲାଇଭ୍ ଲୋକେସନ୍ ସେଣ୍ଡ କରିବା ସହ ପୋଲିସ ନିକଟକୁ ଏମରଜେନ୍ସି ମେସେଜ୍ ସେଣ୍ଟ୍ କରିଥାଏ । ଆଉ ଏହି ବ୍ୟକ୍ତିଙ୍କ ସହିତ ବି ଠିକ୍ ଏହା ହିଁ ଘଟିଥିଲା । ଦୁର୍ଘଟଣାରେ ଶିକାର ହେବା ମାତ୍ରେ ଫୋନକୁ ଏମରଜେନ୍ସି ମେସେଜ୍ ଏବଂ ଲୋକେସନ୍ ସେଣ୍ଡ ହୋଇଥିଲା । ଯାହାଫଳରେ ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+