ଇଂରେଜ ସରକାରରେ ‘ଜୋଆନ୍ ଅଫ୍ ଆର୍କ' ଭାବେ ଥିଲେ ଜଣାଶୁଣା, ଗାନ୍ଧୀଜୀ ଡାକୁଥିଲେ ‘ତୁଫାନୀ'
ପ୍ରଜାମଣ୍ଡଳ ଆନ୍ଦୋଳନରେ ତାଙ୍କର ଅବଦାନ ଓ ତାଙ୍କ ସାହସକୁ ଦେଖି ଇଂରେଜ ସରକାର କହୁଥିଲେ ‘ଜୋଆନ୍ ଅଫ୍ ଆର୍କ' । ଇତିହାସ ତାଙ୍କୁ ମାଳତୀ ଦେବୀ ବୋଲି ଜାଣେ ।
Unsung heroes of india : ସ୍ୱାଧୀନା ସଂଗ୍ରାମୀ ମାନଙ୍କ ମଧ୍ୟରେ ଓଡ଼ିଶାରେ 'ନୂମା' ଭାବେ ଥିଲେ ପରିଚିତ । ଭାରତର ପ୍ରଥମ କିଶୋରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ସେ । ପ୍ରଜାମଣ୍ଡଳ ଆନ୍ଦୋଳନରେ ତାଙ୍କର ଅବଦାନ ଓ ତାଙ୍କ ସାହସକୁ ଦେଖି ଇଂରେଜ ସରକାର କହୁଥିଲେ 'ଜୋଆନ୍ ଅଫ୍ ଆର୍କ' । ଇତିହାସ ତାଙ୍କୁ ମାଳତୀ ଦେବୀ ବୋଲି ଜାଣେ ।
କିଶୋରୀ ବୟସରୁ ଗାନ୍ଧୀଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମୁକ୍ତି ଆନ୍ଦୋଳନରୁ ସ୍ୱାଧୀନତା ସଂଗ୍ରାମରେ ଦେଇଥିଲେ ଝାସ । ମହିଳାଙ୍କୁ ନିଜର ଅଧିକାର ବିଷୟରେ ସଚେତନ କରାଇବା ସହ ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ପ୍ରବର୍ତ୍ତାଇଥିଲେ ।

'ନୂମା'ଙ୍କ ଜନ୍ମ ଓ ପିଲାଦିନ
1904 ମସିହା ଜୁଲାଇ 26 ରେ ହୁଏ ତାଙ୍କର ଜନ୍ମ । ମାତ୍ର ତିନି ବର୍ଷ ବୟସରେ ସେ ପିତା କୁମୁଦ ନାଥ ସେନଙ୍କୁ ହରାଇ ବସନ୍ତି । ଏହା ପରେ ମାଆ ସ୍ନେହଲତା ସେନ ତାଙ୍କୁ ନେଇ କୋଲକାତା ଚାଲିଆସିଥିଲେ । ବାଲ୍ୟକାଳରୁ ଅତ୍ୟନ୍ତ ସ୍ବାଧୀନଚେତା ଥିବା ମାଳତୀ ଭିକ୍ଟୋରିଆଙ୍କ ନାମରେ ନାମିତ ସ୍କୁଲରେ ସ୍କୁଲ୍ରେ ପଢ଼ି ମାଟ୍ରିକ୍ ପରୀକ୍ଷା ଦେବାକୁ ମନା କରିଦେଇଥିଲେ । ବେଥୁନ ସ୍କୁଲ୍ରୁ ମାଟ୍ରିକ୍ ଉତ୍ତୀର୍ଣ୍ଣ ହେବା ପରେ ଷୋହଳ ବର୍ଷ ବୟସରେ ଶାନ୍ତିନିକେତନର 'ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ'ରେ ପ୍ରଥମ ଛାତ୍ରୀ ଭାବେ ଯୋଗ ଦେଇଥିଲେ ।
16 ବର୍ଷ ବୟସରେ ରବୀନ୍ଦ୍ରନାଥଙ୍କ ପ୍ରତିଷ୍ଠିତ ବିଶ୍ୱଭାରତୀରେ ଯୋଗଦେବା ପରେ ମାଳତୀଙ୍କ ଜୀବନଶୈଳୀ ବଦଳି ଯାଇଥିଲା । ତାଙ୍କ ସହ ଥିଲେ ଆଉ 9 ଜଣ ସହପାଠିନୀ । ଏହି ସମୟରେ ଗାନ୍ଧିଜୀ ଓ ରବୀନ୍ଦ୍ରନାଥଙ୍କ ଆଦର୍ଶର ଗଭୀର ପ୍ରଭାବ ପଡ଼ିଥିଲା ତାଙ୍କ ଉପରେ ଏବଂ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ପାଇଁ ଆଗଭର ହୋଇଥିଲେ ।
ଶାନ୍ତିନିକେତନରେ ନବକୃଷ୍ଣ ଚୌଧୁରୀଙ୍କ ସହିତ ତାଙ୍କର ଘନିଷ୍ଠତା ବଢ଼ିଥିଲା ଏବଂ 1927 ରେ ସେମାନଙ୍କର ବିବାହ ହୋଇଥିଲା । ବିବାହ ପରେ ମାଳତୀ ଓ ନବକୃଷ୍ଣ ଓଡ଼ିଶା ଚାଲିଆସିଥିଲେ । ମାଳତୀ ଓଡ଼ିଶାକୁ ନିଜର ଘର ଓ କର୍ମଭୂମି ଭାବେ ଗ୍ରହଣ କରିନେଇଥିଲେ । ନବକୃଷ୍ଣଙ୍କ ସହିତ ଗୋରା ସରକାର ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସେ ଗାଁରୁ ଗାଁ ବୁଲି ଖଦି ଓ ସଂଗ୍ରାମ ବାର୍ତ୍ତା ପ୍ରସାର କରୁଥିଲେ ।
ବିଶ୍ୱକବି ରବିନ୍ଦ୍ରନାଥ ତାଙ୍କୁ ସ୍ନେହରେ ମିନୁ ଓ ଗାନ୍ଧୀଜୀ ତାଙ୍କୁ ତୁଫାନୀ ନାମରେ ଡାକୁଥିଲା ବେଳେ ସେ ଓଡ଼ିଶାବାସୀଙ୍କ ଆଦରଣୀୟ ନୂମା (ନୂଆ ମା) ଭାବେ ପରିଚିତ ଥିଲେ । ସ୍ୱାଧୀନତା ସଂଗ୍ରାମର ପ୍ରଜାମଣ୍ଡଳ ଆନ୍ଦୋଳନରେ ସେ ଏତେ ମାତ୍ରାରେ ଜଡ଼ିତ ଥିଲେ ଇଂରେଜ ସରକାର ତାଙ୍କୁ "ଜୋଆନ୍ ଅଫ୍ ଆର୍କ" ନାମେର ସମ୍ବୋଧନ କରୁଥିଲେ ।
ନାରୀ ଜାଗରଣରେ ସକ୍ରିୟ ଭୂମିକା
ଗ୍ରାମରେ ରହିବା ସମୟରେ ସେ ଘର ଘର ବୁଲି ମହିଳାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଇବା ସହ ତାଙ୍କୁ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପାଇଁ ଅନୁରୋଧ କରୁଥିଲେ । ନାରୀମାନଙ୍କ ନିରକ୍ଷରତା ହିଁ ତାଙ୍କୁ ଦୁର୍ବିସହ ଜୀବନ ବିତାଇବାକୁ ବାଧ୍ୟ କରୁଥିବା କଥା ସେ ଅନୁଭବ କରିଥିଲେ । ତେଣୁ ସେ ନିଜ ଗ୍ରାମରେ ଥିବାବେଳେ ରାତ୍ରି ପାଠଶାଳା ଆରମ୍ଭ କରିଥିଲେ । ଏପରିକି 1942 ରେ ଭାରତଛାଡ ଆନ୍ଦୋଳନ ପ୍ରସ୍ତାବ ଗ୍ରହଣ କରାଯାଇଥିବା କଂଗ୍ରେସର ବମ୍ବେ ଅଧିବେଶନରେ ସେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ । ଏହା ଛଡ଼ା ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନର ସେ ଜଣେ ସକ୍ରିୟ କର୍ମୀ ଥିଲେ । ନିଜ ପ୍ରୟାସରେ ସେ ଇଞ୍ଚୁଡ଼ି ଓ କୁଜଙ୍ଗରୁ ପ୍ରଥମେ ଶହେରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଆଣି 1930 ମସିହା ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ସେ 1930,1932 ଓ 192 ରେ ଜେଲ ଯାଇଥିଲେ । ତାଙ୍କର ସେବା ଧର୍ମକୁ ସମ୍ମାନ ଜଣାଇ ତାଙ୍କୁ "ଜମୁନାଲାଲ ବଜାଜ୍ ପୁରସ୍କାର" ପ୍ରଦାନ କରାଯାଇଥିଲା ।
ସବୁବେଳେ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମାଳତୀ ଅନୁଗୋଳର ବାଜିରାଉତ ଛାତ୍ରାବାସ, ଉତ୍କଳ ନବଜୀବନ ମଣ୍ଡଳ ଓ ଚମ୍ପତିମୁଣ୍ଡାର ଜୀବନ ବିଦ୍ୟାଳୟ ଆଦି ପ୍ରତିଷ୍ଠା କରିଥିଲେ ।
ଗାନ୍ଧୀଜୀଙ୍କ ସହ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ
1934 ରେ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରା ବେଳେ ତାଙ୍କ ସହ ମାଳତୀ ଦେବୀ ସାମିଲ ହୋଇଥିଲେ । ସେ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ 1943 ରୁ 1945 ପର୍ଯ୍ୟନ୍ତ ଜେଲ୍ରେ ରହିଥିଲେ । ଜେଲଦଣ୍ଡ ଭୋଗୁଥିବା ପ୍ରଜାମଣ୍ଡଳ ସଂଗ୍ରାମୀଙ୍କ ପିଲାମାନଙ୍କ ଶିକ୍ଷା ପାଇଁ ସେ 1946 ରେ ଅନୁଗୁଳଠାରେ ବାଜିରାଉତ ଛାତ୍ରବାସ ପ୍ରତିଷ୍ଠା କରିଥିଲେ । ଏହା ପରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇଥିଲେ ।
ପ୍ରଜାମଣ୍ଡଳ ଆନ୍ଦୋଳନ
ରାଜାମାନଙ୍କର ଅତ୍ୟାଚାରରେ ନିର୍ଯ୍ୟାତିତ ହେଉଥିବା ପ୍ରଜାମାନଙ୍କର ଦୁଃଖ ଦେଖି ମାଳତୀ ଦେବୀ ବ୍ୟଥିତ ହୋଇଥିଲେ । ପ୍ରଜାମାନଙ୍କୁ ନେଇ ପ୍ରଜାମଣ୍ଡଳମାନ ଗଢ଼ିଲେ ଓ ରାଜାମାନଙ୍କୁ ନ୍ୟାୟ ମାଗିଥିଲେ । ମାତ୍ର ଇଂରାଜୀ ଶାସନ ପ୍ରତି ଅନୁଗ୍ରହ ରଖୁଥିବା ରାଜାମାନେ ନିଷ୍ଠୁର ଭାବରେ ଦମନ କଲେ । ଗୋରା ଫୌଜ ଆଣି ଜଗାଇଲେ । ମାତ୍ର ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ରତର ହୋଇଥିଲା । ଏହି ପ୍ରଜାମଣ୍ଡଳ ଆନ୍ଦୋଳନରେ ପ୍ରଜାମାନଙ୍କୁ ଉତ୍ସାହିତ କରୁଥିଲେ ମାଳତୀ ଦେବୀ । ଫଳରେ ପ୍ରଜାଙ୍କ ପାଖରେ ରାଜଶକ୍ତି ଶେଷରେ ମୁଣ୍ଡ ନୁଆଁଇଥିଲା ।
ସ୍ୱାଧୀନତା ପରେ ସେ ଦଳିତ, ଆଦିବାସୀ ଓ ମହିଳାଙ୍କ ଅଧିକାର ପାଇଁ କାର୍ଯ୍ୟ କରିବା ଜାରି ରଖିଥିଲେ । ସ୍ୱାମୀ ନବକୃଷ୍ଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ସରକାରୀ ବାସଭବନରେ ନ ରହି ଜନସେବା ପାଇଁ ଓଡ଼ିଶାର ଦୂର ଦୂରାନ୍ତ ଅଞ୍ଚଳରେ ଘୂରି ବୁଲୁଥିଲେ । 1975 ରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ପରିସ୍ଥିତିକୁ ବିରୋଧ କରି ଜେଲ୍ ଯାଇଥିଲେ । 1998 ମାର୍ଚ୍ଚ 15 ତାରିଖରେ ମାଳତୀ ଚୌଧୁରୀଙ୍କ ଦେହାନ୍ତ ହୋଇଥିଲା ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications