ସ୍ୱାଧାନତା ସଂଗ୍ରାମର ଚିରସ୍ମରଣୀୟ ନାରୀ ନେତ୍ରୀ
ଭାରତ ଆଜି ସ୍ୱାଧୀନତାର 75 ଗୌରବମୟ ବର୍ଷ ପାଳନ କରୁଛି । ଏହି ଅବସରରେ ଆସନ୍ତୁ ମନେପକାଇବା ସେହି ନାରୀ ନେତ୍ରୀ, ଯେଉଁମାନଙ୍କର ରହିଛି ସ୍ୱାଧୀନ ଭାରତ ଗଠନରେ ମହତ୍ୱପୂର୍ଣ୍ଣ ଅବଦାନ ।
ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତାର 75 ବର୍ଷ ପାଳନ କରିବାକୁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛି । ଆଜିର ଏହି ଦିନ ଭାରତ ପାଇଁ ଏକ ବଡ଼ ସଫଳତାର ଦିନ । ଏହି ଦିନ ଦେଖିବାକୁ ବ୍ରିଟିଶମାନଙ୍କ ସହିତ ଲଢିବା ସହ କେତେ ବଳିଦାନର ରହିଛି ଅବଦାନ । ଏହି ସ୍ୱାଧୀନତା ହାସଲ କରିବାରେ କେବଳ ଭାରତୀୟ ପୁରୁଷ ନୁହଁ ଅନେକ ମହାନ ନାରୀ ନେତ୍ରୀଙ୍କ ମଧ୍ୟ ଅବଦାନ ରହିଛି ।
ମହିଳାମାନେ ମଧ୍ୟ ଗୋରା ସରକାର ବିରୋଧରେ ଲଢଇର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲେ । ମାତୃଭୂମି ପ୍ରତି ତାଙ୍କର ପ୍ରେମ ବ୍ରିଟିଶ ସରକାର ବିରୋଧରେ ଲଢେଇ ସମୟରେ ଆଖି ସାମ୍ନାରେ ମୃତ୍ୟୁକୁ ମଧ୍ୟ ପରାସ୍ତ କରିଥିଲା । ନିଷ୍ଠା ସହିତ ନିଜରକ ହକ୍ ପାଇଁ ଲଢିବା ସହ ମୁକ୍ତ ତଥା ସମୃଦ୍ଧ ଭାରତ ପାଇଁ ଉଦ୍ୟମ କରିବାର ସ୍ୱପ୍ନ ବ୍ରିଟିଶ ରାଜ ବିରୋଧରେ ବିଦ୍ରୋହରେ ନିଆଁ ଲଗାଇଥିଲା । ସେମାନଙ୍କ ଏହି ବଳିଦାନ ଦେବା ଶକ୍ତି ଶେଷରେ ଦେଶକୁ ବ୍ରିଟିଶ କବଳରୁ ମୁକ୍ତ କଲା ।
ଭାରତ ଆଜି ସ୍ୱାଧୀନତାର 75 ଗୌରବମୟ ବର୍ଷ ପାଳନ କରୁଛି । ଏହି ଅବସରରେ ଆସନ୍ତୁ ମନେପକାଇବା ସେହି ନାରୀ ନେତ୍ରୀ, ଯେଉଁମାନଙ୍କର ରହିଛି ସ୍ୱାଧୀନ ଭାରତ ଗଠନରେ ମହତ୍ୱପୂର୍ଣ୍ଣ ଅବଦାନ ।

ଅରୁଣା ଆସଫ ଅଲି
ସ୍ୱାଧୀନତା ଆନ୍ଦୋଳନର ଗ୍ରାଣ୍ଡ ଓଲ୍ଡ ଲେଡି ଭାବରେ ଜଣାଶୁଣା ଅରୁଣା ଆସଫ ଅଲି । ଭାରତ ଛାଡିବା ଆନ୍ଦୋଳନ ସମୟରେ ବମ୍ବେର ଗୋଆଲିଆ ଟ୍ୟାଙ୍କ ମଇଦାନରେ ଭାରତୀୟ ଜାତୀୟ କଂଗ୍ରେସ ପତାକା ଉତ୍ତୋଳନ କରି ଚିରସ୍ମରଣୀୟ ରହିଛନ୍ତି ।
ଦିଲ୍ଲୀର ପ୍ରଥମ ମେୟର ଥିବା ଅଲି ଲବଣ ସତ୍ୟଗ୍ରାହର ଏକ ଅଂଶ ଥିଲେ ଏବଂ ଅନ୍ୟାନ୍ୟ ବିରୋଧ ପ୍ରଦର୍ଶନ କରି ବ୍ରିଟିଶ କାରାଗାର ଭୋଗିଥିଲେ । ଆସଫ ଅଲିଙ୍କୁ ବିବାହ କରିବା ପରେ INC ରେ ଯୋଗ ଦେଇଥିବା ଅରୁଣା ରାଜନୈତିକ ବନ୍ଦୀମାନଙ୍କୁ ସଂଗଠିତ କରି ଜେଲରେ ଦିଆଯାଇଥିବା ଅସଦାଚରଣକୁ ବିରୋଧ କରିଥିଲେ। ଏବଂ ଅନାହାର ଆନ୍ଦୋଳନ କରିଥିଲେ । ଖବର ଅନୁଯାୟୀ, ସେ 1940 ଦଶକ ପୂର୍ବରୁ ଜେଲରୁ ମୁକୁଳିବା ପରେ ଅନେକ ଆନ୍ଦୋଳନରେ ସକ୍ରିୟ ଥିଲେ ।
ମ୍ୟାଡାମ୍ ଭିକାଜୀ କାମା
ଭିକାଜୀ ରୁସ୍ତୋମ କାମା ବମ୍ବେ (ବର୍ତ୍ତମାନ ମୁମ୍ବାଇ) ରେ ଏକ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମ୍ୟାଡାମ୍ କାମାର ପିତା ସୋରାବଜୀ ଫ୍ରାମଜୀ ପଟେଲ ପାର୍ସୀ ସମ୍ପ୍ରଦାୟର ଜଣେ ଶକ୍ତିଶାଳୀ ସଦସ୍ୟ ଥିଲେ । ମ୍ୟାଡାମ୍ କାମା ଲିଙ୍ଗଗତ ସମାନତା ପାଇଁ ଲଢିଥିଲେ ଏବଂ ଯୁବତୀମାନଙ୍କ ପାଇଁ ଏକ ଅନାଥ ଆଶ୍ରମରେ ସାହାଯ୍ୟ କରିବାକୁ ତାଙ୍କ ସମ୍ପତ୍ତି ଦେଇଥିଲେ ।
ସେ 1900 ଦଶକ ପୂର୍ବରୁ ବିଦେଶୀ ଦେଶରୁ ଜାତୀୟତାବାଦୀ ସାହିତ୍ୟ ଲେଖିଥିଲେ । 1902 ମସିହାରେ ସେ ଚିକିତ୍ସା ପାଇଁ ବ୍ରିଟେନ ଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଭାଗ ନେବେ ବୋଲି ସେମାନଙ୍କ ସର୍ତ୍ତ ପାଳନ କରିବାକୁ ମନା କରିଦେଇଥିଲେ । ଜଣେ ଭାରତୀୟ ରାଷ୍ଟ୍ରଦୂତ ଭାବରେ ସେ 1907 ମସିହାରେ ଜର୍ମାନୀ ଗସ୍ତରେ ଯାଇ ଜାତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ତାରା ରାନୀ ଶ୍ରୀବାସ୍ତବ
ବିହାରର ଏକ ସରଳ ପରିବାରରେ ଜନ୍ମ ହୋଇଥିବା ତାରା ରାନୀ 1942 ମସିହାରେ ତାଙ୍କ ସ୍ୱାମୀ ଫୁଲେନ୍ଦୁ ବାବୁଙ୍କ ସହ ବାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ । ତାରା ରାନୀ ଆନ୍ଦୋଳନକୁ ସମ୍ବାଳିବା ସହ ସିୱାନ୍ ପୋଲିସ୍ ଷ୍ଟେସନରେ ଭାରତୀୟ ପତାକା ଉତ୍ତୋଳନ କରିବାକୁ ଯୋଜନା କରିଥିଲେ ।
ତାରା ରାନୀ ଅନେକ ମହିଳାଙ୍କୁ ବ୍ରିଟିଶ ରାଜଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାକୁ ଉତ୍ସାହିତ କରିଥିଲେ ଏବଂ ଏହି ବିରୋଧର ନେତୃତ୍ୱ ନେଇଥିଲେ । ସେମାନେ 'ଇନକିଲାବ' ନାରା ଦେଇ ପୋଲିସ ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ କିନ୍ତୁ ପୋଲିସ ଗୁଳି ଚଳାଇଥିଲା । ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱାମୀ ଏଥିରେ ଆହତ ହୋଇଥିଲେ । ତାରା ରାନୀ ତାଙ୍କ ସ୍ୱାମୀଙ୍କୁ ଧରି ବିରୋଧ ଜାରି ରଖିଥିଲେ । ତାରା ନିରନ୍ତର ସ୍ୱାଧୀନତା ସଂଗ୍ରାମକୁ ସମର୍ଥନ କରିଥିଲେ ।
କମଳାଦେବୀ ଚଟ୍ଟୋପାଧ୍ୟାୟ
କମଲାଦେବୀ ଚଟ୍ଟୋପାଧ୍ୟାୟ ଜଣେ ବିଶିଷ୍ଟ ଥିଏଟର ଅଭିନେତ୍ରୀ ଥିଲେ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲେ । ଅପ୍ରେଲ 1903 ରେ କର୍ଣ୍ଣାଟକର ମାଙ୍ଗାଲୋର (ତତ୍କାଳୀନ ମାଡ୍ରାସ) ରେ ଜନ୍ମଗ୍ରହଣ କରିଥିଲେ । ସେ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ପାଇଁ ବ୍ରିଟିଶ ସରକାର ଦ୍ୱାରା ଗିରଫ ହୋଇଥିବା ପ୍ରଥମ ମହିଳା ଥିଲେ ।
ଭାରତୀୟ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ପ୍ରେକ୍ଷାଳୟର ନବୀକରଣ ପାଇଁ କମଲାଦେବୀ ସଂଗ୍ରାମ କରୁଥିଲେ । ସେ ଭାରତୀୟ ମହିଳାଙ୍କ ସାମାଜିକ-ଅର୍ଥନୈତିକ ମାନଦଣ୍ଡରେ ମଧ୍ୟ ଉନ୍ନତି କରିଥିଲେ । 1930 ମସିହାରେ ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟଗ୍ରାହରେ ସେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ।
ଚଟ୍ଟୋପାଧ୍ୟାୟ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ମାଡ୍ରାସ ନିର୍ବାଚନମଣ୍ଡଳୀରୁ ପ୍ରଥମ ଭାରତୀୟ ମହିଳା ହୋଇଥିଲେ ଏବଂ ଅଲ ଇଣ୍ଡିଆ ମହିଳା ସମ୍ମିଳନୀ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଆନି ବେସାନ୍ତ
ଅକ୍ଟୋବର, 1847 ରେ ଜନ୍ମ ହୋଇଥିବା ଆନି ବେସାନ୍ତ ଜଣେ ବିଦେଶୀ ମହିଳା ଯିଏକି INC ରେ ଯୋଗ ଦେଇଥିଲେ ଏବଂ ଭାରତରେ ରାଜନୈତିକ ତଥା ଶିକ୍ଷାଗତ କାର୍ଯ୍ୟରେ ଜଡିତ ଥିଲେ । କଂଗ୍ରେସର ପ୍ରଥମ ମହିଳା ସଭାପତି ବେସାନ୍ତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ଥିଲେ ।
ବ୍ରିଟେନରେ ନାସ୍ତିକତା ଏବଂ ବୈଜ୍ଞାନିକ ବିଶ୍ୱାସର ସମର୍ଥକ ଥିବା ବେସାନ୍ତ ଗରିବ ଲୋକଙ୍କୁ ଉନ୍ନତ ଜୀବନଯାପନ ଯୋଗାଇବା ଉପରେ ଧ୍ୟାନ ଦେଇଥିଲେ । ସେ ଭାରତରେ ଗଣତନ୍ତ୍ର ପାଇଁ ପ୍ରଚାର କରିବା ପାଇଁ ହୋମ୍ ରୁଲ୍ ଲିଗ୍ ଆରମ୍ଭ କରିବାରେ ସାହାଯ୍ୟ କରିଥିଲେ ।
ପ୍ରଥମ ବିଶ୍ୱଯୁଦ୍ଧ ପରେ ମଧ୍ୟ ସେ 1933 ମସିହାରେ ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ଭାରତର ସ୍ୱାଧୀନତା ଅଭିଯାନ ଜାରି ରଖିଥିଲେ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications