Get Updates
Get notified of breaking news, exclusive insights, and must-see stories!

‘ମନ ମୋର ଇତିହାସ, ଦେହ ମୋ ଭୂଗୋଳ...' ଅଜବ ଢଙ୍ଗରେ 500 ଟଙ୍କିଆ ନୋଟରେ ମନର କଥା ଲେଖିଲା ପ୍ରେମୀ

‘ମନ ମୋର ଇତିହାସ, ଦେହ ମୋର ଭୂଗୋଳ... କେମିତିକା ପୁଅ ତମେ, କରିଦେଲ ପାଗଳ...' ଏମିତି ସାଏରୀ ଲେଖି ପ୍ରେମ ନିବେଦନ କରିଛି ପ୍ରେମୀ ।

Valentine Day

ସାରା ବିଶ୍ୱ ଫେବୃଆରୀ ମାସର ଏହି ସପ୍ତାହକୁ ପ୍ରେମ ସପ୍ତାହ ଭାବେ ପାଳନ କରୁଛି । ପ୍ରେମୀ ଭାଲେଣ୍ଟାଇନ୍ ସପ୍ତାହର ବିଭିନ୍ନ ଦିନକୁ ଭିନ୍ନ ଭିନ୍ନ ଦିବସ ଭାବେ ପାଳନ କରି ପ୍ରେମ ପ୍ରକାଶ କରୁଛନ୍ତି । ଏହି ସମୟରେ ଏକ ପ୍ରେମୀ ନିଜ ଭାବନାକୁ ଏକ ଅଜବ ଢଙ୍ଗରେ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

'ମନ ମୋର ଇତିହାସ, ଦେହ ମୋର ଭୂଗୋଳ... କେମିତିକା ପୁଅ ତମେ, କରିଦେଲ ପାଗଳ...' ଏମିତି ସାଏରୀ ଲେଖି ପ୍ରେମ ନିବେଦନ କରିଛି ପ୍ରେମୀ । ସେ ପୁଣି କୌଣସି ଗ୍ରିଟିଙ୍ଗସ୍ କାର୍ଡ଼ କିମ୍ବା ମୋବାଇଲ ମେସେଜରେ ନୁହଁ । ଏଭଲି ଏକ ସାଏରୀ ଲେଖା ହୋଇଛି 500 ଟଙ୍କିଆ ଭାରତୀୟ ନୋଟ୍ ରେ । ଯାହାକି ବର୍ତ୍ତମାନ ସୋଶାଲ ମିଡ଼ିଆରେ ଘୁରି ବୁଲୁଛି ।

ଆଜ୍ଞା ହଁ ! ପ୍ରେମ ସପ୍ତାହ ଚାଲିଥିବା ବେଳେ ଏପରି ଏକ ସାଏରୀ ଲେଖାଥିବା 500 ଟଙ୍କିଆ ନୋଟ୍ ବର୍ତ୍ତମାନ ସୋଶାଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କେତେକ ଲୋକ ଏହାକୁ ଅଜବ ପ୍ରେମୀର ଗଜବ ପାଗଳାମି କହୁଥିବା ବେଳେ ଆଉ କିଛି ଏହାକୁ ମୁର୍ଖାମୀ ବୋଲି କହିଛନ୍ତି । ଏପରିକି ଏହି ନୋଟ୍ ବଜାରରେ ଚଳିବ କି ନାହିଁ ସେ ନେଇ ମଧ୍ୟ କେତେକ ପ୍ରଶ୍ନ ଉଠାଇଛନ୍ତି ।

ଆପଣଙ୍କୁ କହି ରଖୁଛୁ, ରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍ ଅନୁସାରେ କୌଣସି ନୋଟ୍ ରେ କଲମ ବା କାଳିରେ ଲେଖିବା ଉଚିତ୍ ନୁହଁ । ଯଦି ଏପରି କରାଯାଏ, ତେବେ ନୋଟ୍ ବୈଧ ନୁହଁ ବୋଲି ଧରାଯିବ । କିନ୍ତୁ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ନୋଟ୍ ବଜାରରେ ଚଳିବ କି ନାହିଁ ସେ ନେଇ ପ୍ରଶ୍ନ ଉଠୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+