For Quick Alerts
Turn On Notification  
For Daily Alerts
Oneindia App Download

‘ମନ ମୋର ଇତିହାସ, ଦେହ ମୋ ଭୂଗୋଳ...' ଅଜବ ଢଙ୍ଗରେ 500 ଟଙ୍କିଆ ନୋଟରେ ମନର କଥା ଲେଖିଲା ପ୍ରେମୀ

‘ମନ ମୋର ଇତିହାସ, ଦେହ ମୋର ଭୂଗୋଳ... କେମିତିକା ପୁଅ ତମେ, କରିଦେଲ ପାଗଳ...' ଏମିତି ସାଏରୀ ଲେଖି ପ୍ରେମ ନିବେଦନ କରିଛି ପ୍ରେମୀ ।

|
Valentine Day

ସାରା ବିଶ୍ୱ ଫେବୃଆରୀ ମାସର ଏହି ସପ୍ତାହକୁ ପ୍ରେମ ସପ୍ତାହ ଭାବେ ପାଳନ କରୁଛି । ପ୍ରେମୀ ଭାଲେଣ୍ଟାଇନ୍ ସପ୍ତାହର ବିଭିନ୍ନ ଦିନକୁ ଭିନ୍ନ ଭିନ୍ନ ଦିବସ ଭାବେ ପାଳନ କରି ପ୍ରେମ ପ୍ରକାଶ କରୁଛନ୍ତି । ଏହି ସମୟରେ ଏକ ପ୍ରେମୀ ନିଜ ଭାବନାକୁ ଏକ ଅଜବ ଢଙ୍ଗରେ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

'ମନ ମୋର ଇତିହାସ, ଦେହ ମୋର ଭୂଗୋଳ... କେମିତିକା ପୁଅ ତମେ, କରିଦେଲ ପାଗଳ...' ଏମିତି ସାଏରୀ ଲେଖି ପ୍ରେମ ନିବେଦନ କରିଛି ପ୍ରେମୀ । ସେ ପୁଣି କୌଣସି ଗ୍ରିଟିଙ୍ଗସ୍ କାର୍ଡ଼ କିମ୍ବା ମୋବାଇଲ ମେସେଜରେ ନୁହଁ । ଏଭଲି ଏକ ସାଏରୀ ଲେଖା ହୋଇଛି 500 ଟଙ୍କିଆ ଭାରତୀୟ ନୋଟ୍ ରେ । ଯାହାକି ବର୍ତ୍ତମାନ ସୋଶାଲ ମିଡ଼ିଆରେ ଘୁରି ବୁଲୁଛି ।

ଆଜ୍ଞା ହଁ ! ପ୍ରେମ ସପ୍ତାହ ଚାଲିଥିବା ବେଳେ ଏପରି ଏକ ସାଏରୀ ଲେଖାଥିବା 500 ଟଙ୍କିଆ ନୋଟ୍ ବର୍ତ୍ତମାନ ସୋଶାଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କେତେକ ଲୋକ ଏହାକୁ ଅଜବ ପ୍ରେମୀର ଗଜବ ପାଗଳାମି କହୁଥିବା ବେଳେ ଆଉ କିଛି ଏହାକୁ ମୁର୍ଖାମୀ ବୋଲି କହିଛନ୍ତି । ଏପରିକି ଏହି ନୋଟ୍ ବଜାରରେ ଚଳିବ କି ନାହିଁ ସେ ନେଇ ମଧ୍ୟ କେତେକ ପ୍ରଶ୍ନ ଉଠାଇଛନ୍ତି ।

ଆପଣଙ୍କୁ କହି ରଖୁଛୁ, ରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍ ଅନୁସାରେ କୌଣସି ନୋଟ୍ ରେ କଲମ ବା କାଳିରେ ଲେଖିବା ଉଚିତ୍ ନୁହଁ । ଯଦି ଏପରି କରାଯାଏ, ତେବେ ନୋଟ୍ ବୈଧ ନୁହଁ ବୋଲି ଧରାଯିବ । କିନ୍ତୁ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ନୋଟ୍ ବଜାରରେ ଚଳିବ କି ନାହିଁ ସେ ନେଇ ପ୍ରଶ୍ନ ଉଠୁଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
In the month of Valentine Days One Love Aspirant Expresses His Thoughts In 500 Rupees Note
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X