ସୋଶାଲ ମିଡ଼ିଆରେ ସେୟାର କରୁଛନ୍ତି କି ଟିକା ପ୍ରମାଣପତ୍ର ? ତେବେ ଜାଣି ରଖନ୍ତୁ କଣ ହୋଇପାରେ ସମସ୍ୟା
କିଛି ଲୋକ ଏହି ସାର୍ଟିଫିକେଟକୁ ସୋଶାଲ ମିଡ଼ିଆରେ ମଧ୍ୟ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଯଦି ଆପଣ ମଧ୍ୟ ସୋଶାଲ ମିଡିଆରେ ସାର୍ଟିଫିକେଟ୍ ଅପଲୋଡ୍ କରିବାକୁ ଚିନ୍ତା କରୁଛନ୍ତି, ତେବେ ସାବଧାନ ରୁହନ୍ତୁ କାରଣ ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ ।
ନୂଆଦିଲ୍ଲୀ : ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀ ବିରୋଧରେ ଟୀକାକରଣ ଅଭିଯାନ ଜାରି ରହିଛି । କରୋନାକୁ ମାତ୍ ଦେବାକୁ ହେଲେ ଟୀକାକରଣ ଏକମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ ମତ ଦେବା ପରେ ଭାରତରେ କେନ୍ଦ୍ର ସରକାର ଟୀକାକରଣ ଉପରେ ଜୋର୍ ଦେଉଛନ୍ତି । ନିକଟ ଅତୀତରେ 18 ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ଦିଆଯିବା ନେଇ ସରକାର ଘୋଷଣା କରିବା ପରେ ଟୀକାକରଣ ଡ୍ରାଇଭରେ ମଧ୍ୟ କିଛି ସମସ୍ୟା ଦେଖାଦେଉଛି । ଟିକା ନେବା ପାଇଁ ସ୍ଲଟ୍ ପାଇଯାଉଥିବା ବ୍ୟକ୍ତି ଖୁସିରେ ଟିକା ଲଗାଇବା ବେଳେ ସ୍ଲଟ୍ ପାଉନଥିବା ଲୋକଙ୍କ ମଧ୍ୟରେ କିଛିଟା ଅସନ୍ତୋଷ ମଧ୍ୟ ରହୁଛି ।

ଟିକା ନେବା ପରେ ଏହାର ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ହିତାଧିକାରୀଙ୍କୁ ଏକ ପ୍ରମାଣପତ୍ର ମଧ୍ୟ ଦେଉଛନ୍ତି । କିଛି ଲୋକ ଏହି ସାର୍ଟିଫିକେଟକୁ ସୋଶାଲ ମିଡ଼ିଆରେ ମଧ୍ୟ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଯଦି ଆପଣ ମଧ୍ୟ ସୋଶାଲ ମିଡିଆରେ ସାର୍ଟିଫିକେଟ୍ ଅପଲୋଡ୍ କରିବାକୁ ଚିନ୍ତା କରୁଛନ୍ତି, ତେବେ ସାବଧାନ ରୁହନ୍ତୁ କାରଣ ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ ।
ସରକାରଙ୍କ ଚେତାବନୀ
ଗୃହ ମନ୍ତ୍ରଣାଳୟ 'ସାଇବର ଦୋସ୍ତ' ଆକାଉଣ୍ଟରୁ ଟ୍ୱିଟରରେ ଏକ ପୋଷ୍ଟ କରିଛି । ଏଥିରେ ସରକାର କହିଛନ୍ତି ଯେ କରୋନା ଟୀକାକରଣ ପ୍ରମାଣପତ୍ର ଅନଲାଇନରେ ସେୟାର କରନ୍ତୁ ନାହିଁ । ଏହି ସାର୍ଟିଫିକେଟରେ ଆପଣଙ୍କ ନାମ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ରହିଛି, ଯାହାର ଫାଇଦା ସାଇବର ଠକମାନେ ଉଠାଇବା ସହ ଆପଣ ସମସ୍ୟାର ସମ୍ମୁକୀନ ହୋଇପାରନ୍ତି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏଭଳି ପରିସ୍ଥିତିରେ ଏହାକୁ ଏଡାଇବା ଉଚିତ ଏବଂ ସତର୍କତା ଅବଲମ୍ବନ କରାଯିବା ଉଚିତ ।
Beware of sharing #vaccination certificate on social media: pic.twitter.com/Tt9vJZj2YK
— Cyber Dost (@Cyberdost) May 25, 2021
ଭବିଷ୍ୟତରେ କେଉଁ କାମରେ ଆସିବ ଟିକା ପ୍ରମାଣପତ୍ର ?
ଭବିଷ୍ୟତରେ ଏହି ଟିକା ପ୍ରମାଣପତ୍ର ଅନ୍ତର୍ଜାତୀୟ ଭ୍ରମଣ ସମେତ ଅନେକ କାମ ପାଇଁ ଆବଶ୍ୟକ ହୋଇପାରେ । କିଛି ବିଶେଷଜ୍ଞଙ୍କ ଅନୁସାରେ LIC ରୁ ଟର୍ମ ବୀମା ନେବାବେଳେ ମଧ୍ୟ ଆପଣଙ୍କୁ କରୋନା ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର ଦେଖାଇବାକୁ ପଡିପାରେ ।
ଆପଣ ଯଦି ଟିକା ନେଇସାରିଛନ୍ତି ତେବେ ଆରୋଗ୍ୟ ସେତୁ ଆପ୍ କିମ୍ବା କୋୱିନ ୱେବସାଇଟରୁ COVID-19 ଟୀକା ପ୍ରମାଣପତ୍ର ମଧ୍ୟ ଡାଉନଲୋଡ୍ କରିପାରିବେ ।
ସାଇବର ଦୋସ୍ତ କଣ ?
ସାଇବର ଦୋସ୍ତ ହେଉଛି ଏକ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ୍ । ଏହାକୁ ଭାରତ ସରକାର ପ୍ରସ୍ତୁତ କରିଛନ୍ତି । ଗୃହ ମନ୍ତ୍ରଣାଳୟ ଏହି ଆକାଉଣ୍ଟ ମାଧ୍ୟମରେ ସାଇବର ସୁରକ୍ଷା ନେଇ ସଚେତନତା ପ୍ରଦାନ କରିଥାଏ ।












Click it and Unblock the Notifications