ଦୁଇ ଦିନ ଆଶ୍ୱସ୍ତି ପରେ ପୁଣି ସିଝିଲା ଉପକୂଳ ଓଡ଼ିଶା
ଭୁବନେଶ୍ୱର: ପୁଣି ଫେରିଲା ତାତି । ଦୁଇ ଦିନର ସାମାନ୍ୟ ଆଶ୍ୱସ୍ତି ପରେ ପୁଣି ଜଳୁଛି ରାଜଧାନୀ ସମେତ ଉପକୂଳ ଓଡ଼ିଶା । ଉପକୂଳ ଓଡ଼ିଶାରେ ଆଜି ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି ।
ସେପଟେ ପଶ୍ଚିମ ଓଡ଼ିଶାରେ ବି କମୁନି ତାତିର ପ୍ରକୋପ । ପ୍ରଚଣ୍ଡ ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।

ଦିନ 2.30 ସୁଦ୍ଧା ରାଜଧାନୀରେ 38.8 ଡିଗ୍ରୀ ପରେ ରହିଛି ପାରଦ । ସେହିପରି ଝାରସଗୁଡ଼ା ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ଜିଲ୍ଲା । 44.2 ଡିଗ୍ରୀ ତାତିରେ କଲବଲ ହେଉଛନ୍ତି ଜିଲ୍ଲାବାସୀ । ଏହା ବ୍ୟତୀତ ହୀରାକୁଦରେ 43.8 ଡ଼ିଗ୍ରୀ, ସମ୍ବଲପୁରରେ 43.6 ଡ଼ିଗ୍ରୀ, ଚାନ୍ଦବାଲିରେ 40 ଡ଼ିଗ୍ରୀ ତାପମାତ୍ରୀ ରହିଛି । ବାଲେଶ୍ୱରରେ 39.2 ଡ଼ିଗ୍ରୀ, କେନ୍ଦୁଝରରେ 39 ଡ଼ିଗ୍ରୀ, ପୁରୀରେ 35 ଡ଼ିଗ୍ରୀ, ଗୋପାଳପୁରରେ 34 ଡ଼ିଗ୍ରୀ ଏବଂ ପାରାଦୀପରେ 32.6 ଡ଼ିଗ୍ରୀ ତାପମାତ୍ରା ।
ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବାହ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ତାପମାତ୍ରା ପୁଣି ଥରେ ଉପରମୁହାଁ ହୋଇଛି । ଆଦ୍ରତା 45 ପ୍ରତିଶତ ଥିବାରୁ ଗୁଳୁଗୁଳି ଜୋର ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର । ସେପଟେ ପଶ୍ଚିମ ଓଡ଼ିଶାରେ ବି ଅସହ୍ୟ ତାତି । ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ ।












Click it and Unblock the Notifications