ବନ୍ଦ ହୋଇଯିବ Fastag, ଟୋଲ୍ ଟ୍ୟାକ୍ସ କାଟିବ GPS
Fastag: ରାଜରାସ୍ତାରେ ଯିବାବେଳେ ଟୋଲଟ୍ୟାକ୍ସ ଦେବାକୁ ଆଉ ଅଟକିବାକୁ ପଡ଼ିବନି । ଟୋଲଗେଟ୍ ରେ ସମୟ ନଷ୍ଟ ହେବନି କିମ୍ବା ଲମ୍ବା ଟ୍ରାଫିକ୍ ରେ ଛିଡ଼ା ହେବାକୁ ପଡ଼ିବନି । କାରଣ ଜାତୀୟ ରାଜପଥରେ ଆଉ Fastag ରେ କଟିବନି ଟୋଲ୍ ଟ୍ୟାକ୍ସ । ଟୋଲ୍ ଟାକ୍ସ ଆଦାୟ ପାଇଁ ସରକାର ଏକ ନୂଆ ପ୍ରଣାଳୀ ଆରମ୍ଭ କରିବାକୁ ଯାଉଛନ୍ତି । ଏହାପରେ ଟୋଲ୍ କଲେକ୍ସନ ଆହୁରି ସୁବିଧାଜନକ ହେବ ।

ଖୁବଶୀଘ୍ର GPS ପ୍ରଣାଳୀରେ ଟୋଲ୍ ଟାକ୍ସ ଆଦାୟ କରିବାକୁ ପ୍ରସ୍ତୁତି କରୁଛନ୍ତି ସରକାର । ଫଳରେ ରାଜମାର୍ଗରେ ଯାତ୍ରା ଆହୁରି ଦ୍ରୁତ ଓ ସୁଗମ ହୋଇପାରିବ ।
FASTAG ଇଲୋକ୍ଟ୍ରୋନିକ୍ ଟ୍ୟାଗ୍ ଦ୍ୱାରା ଗାଡ଼ିଚାଳକ ଟୋଲ୍ ଗେଟ୍ ନ ଅଟକି ବି ଟୋଲ୍ ପେମେଣ୍ଟ୍ କରି ପାରୁଛନ୍ତି । ସୁଗମ ଦୁରଯାତ୍ରା ଓ ଅପେକ୍ଷା ସମୟ କମ୍ କରିବାରେ ଏହା ସହାୟକ ହୋଇପାରିଛି । 2016 ମସିହାରେ ପରବହନ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଲାଗୁ କରାଯାଇଥିଲା । ତେବେ FASTAGରେ ମଧ୍ୟ କେତେକ ଗଡ଼ବଡ଼ ଓ ଉଲବ୍ଧତା କମ୍ ରହୁଥିବା ଅଭିଯୋଗ ହୋଇ ଆସୁଛି । ଏହି ସମସ୍ୟାର ସମାଧାନ ପାଇଁ ଭାରତ ସରକାର ଏବେ ଜିପିଏସ୍ ଆଧାରିତ ଟୋଲ୍ ଟାକ୍ସ ପ୍ରଣାଳୀ ଉପରେ ଧ୍ୟାନ ଦେବାରେ ଲାଗିଛି ।
GPS ଆଧାରିତ ଟୋଲ୍ ପ୍ରଣାଳୀ ଏକ ନୂଆ ପ୍ରଣାଳୀ । ବର୍ତ୍ତମାନ ପରୀକ୍ଷାମୂଳକ ଭାବରେ ମୁମ୍ବାଇର ଅଟଳ ସେତୁ ଭଳି କେତେକ ରାସ୍ତାରେ ଏହାକୁ ଲାଗୁ କରାଯାଇଛି । ଏହା ଗାଡ଼ିର ନମ୍ବର ପ୍ଲେଟ୍କୁ ବିଶେଷ ଭାବରେ ଯାଞ୍ଚ୍କରି ଟୋଲ୍ ଟାକ୍ସ ଆଦାୟ କରିପାରିବ ।
କ୍ୟାମେରାରେ ଅଟୋମେଟିକ ନମ୍ବର ପ୍ଲେଟ୍ ରେକଗ୍ନିସନ (ANR) ଟେକ୍ନିକ୍ରେ କାମ କରୁଛି । ଏହି ପ୍ରଣାଳୀରେ ଟୋଲ୍ କଲେକ୍ସନ୍ ଗାଡ଼ିର ପଞ୍ଜିକୃତ ତଥ୍ୟ ଯୋଡ଼ି ହୋଇଥିବା ବ୍ୟାଙ୍କ୍ରୁ କରାଯିବ । GPS ଆଧାରିତ ଟୋଲ୍ କଲେକ୍ସନ ପ୍ରଣାଳୀ FASTAG ତୁଳନାରେ ଅନେକ ଫାଇଦା ପ୍ରଦାନ କରିଥାଏ ।
GPS ଟୋଲ୍ ଟାକ୍ସ ପ୍ରଣାଳୀରେ ଗାଡ଼ିଗୁଡ଼ିକୁ ଟୋଲ୍ ଗେଟ୍ ନିକଟରେ ଧିମା କରିବାର ଆବଶ୍ୟକତା ପଡ଼ିବ ନାହିଁ । ଏହାଦ୍ୱାରା ଯାତ୍ରାର ସମୟ ବଞ୍ଚିବ । ଖାଲି ସେତିକି ନୁହେଁ, FASTAG ରିଚାର୍ଜ କରାଇବା ଟେନ୍ସନ୍ ମଧ୍ୟ ନଥିବ ।
ଏହାଦ୍ୱାରା ଗାଡ଼ିକୁ କୌଣସି ଜାଗାରେ ବି ଅଟକାଇବା ଆବଶ୍ୟକ ନାହିଁ । ଏହାଦ୍ୱାରା ଟ୍ରାଫିକ ସମସ୍ୟାରୁ ମୁକ୍ତି ମିଳିବ । ପ୍ରାଥମିକ ସ୍ତରରେ କେବଳ ପ୍ରମୁଖ ରାସ୍ତାଗୁଡ଼ିକରେ ଏହାକୁ ଲାଗୁ କରାଇବାକୁ ଯୋଜନା କରାଯାଉଛି ।
ସେପଟେ FASTAGକୁ ଭବିଷ୍ୟତରେ ଛୋଟ ଛୋଟ ରାଜପଥରେ କେବଳ ଲାଗୁ କରିବାକୁ ବିକଳ୍ପ ଭାବରେ ରଖାଯିବ । 2024 ପ୍ରାରମ୍ଭରୁ ଏହା ଆରମ୍ଭ ହୋଇଯାଇଛି । ପାଇଲଟ ପରିଯୋଜନାର ସଫଳତା ପରେ GPS ଟୋଲ୍ କଲେକ୍ସନ ଉପରେ ଧ୍ୟାନ ଦିଆଯାଉଛି ।












Click it and Unblock the Notifications