ସପ୍ତାହ ଶେଷରେ ଶସ୍ତା ହେଲା ସୁନା
Gold Rate: ଭାରତରେ ସୁନା ଆଜି ଅର୍ଥାତ୍ ଶନିବାର 26 ଏପ୍ରିଲ ସୁନା ମୂଲ୍ୟ ସ୍ଥିର ରହିଛି। 1 ଲକ୍ଷ ଟଙ୍କାରେ ପହଞ୍ଚିବା ପରେ, ଗତ ତିନି ଦିନ ଧରି ସୁନା ମୂଲ୍ୟ ହ୍ରାସ ପାଉଥିଲା। ଆଜି ମଧ୍ୟ ଦେଶରେ ସୁନା ସର୍ବକାଳୀନ ସର୍ବୋଚ୍ଚ ରେକର୍ଡରେ ଅଛି।
ଏପ୍ରିଲ ମାସରେ ସୁନା ମୂଲ୍ୟରେ ବହୁତ ପରିବର୍ତ୍ତନ ହେଉଛି। ସୁନା ମୂଲ୍ୟ କେତେବେଳେ ଆକାଶଛୁଆଁ ହେଉଛି ତ କେତେବେଳେ ଦ୍ରୁତ ଗତିରେ ହ୍ରାସ ପାଉଛି, ଯାହା ନିବେଶକ ଏବଂ ସମ୍ଭାବ୍ୟ କ୍ରେତାଙ୍କୁ ଚିନ୍ତିତ କରୁଛି। ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ ଏବଂ ବିଶ୍ୱ ଅସ୍ଥିରତା, ଭାରତୀୟ ଟଙ୍କାର ଦୁର୍ବଳତା ଏବଂ ପର୍ବପର୍ବାଣୀ ଏବଂ ବିବାହ ଋତୁ ଭଳି କାରଣ ଯୋଗୁଁ ସୁନାର ମୂଲ୍ୟ ବୃଦ୍ଧି ପାଉଛି।

ବର୍ତ୍ତମାନ ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 98 ହଜାର ଟଙ୍କା ଅତିକ୍ରମ କରିଛି। ସେହିପରି 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 90 ହଜାର ଟଙ୍କାରୁ ଅଧିକ। ଦିଲ୍ଲୀରେ 24 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ 98,340 ଟଙ୍କାରେ ବିକ୍ରି ହେଉଛି।
ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 98,340 ଟଙ୍କା 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପ୍ରାୟ 90,200 ଟଙ୍କା।
ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 98,240 ଟଙ୍କା 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 90,050 ଟଙ୍କା।












Click it and Unblock the Notifications