For Quick Alerts
Turn On Notification  
For Daily Alerts
Oneindia App Download

Flash Back 2022: ଲତା ମଙ୍ଗେସଶର, ମୁଲାୟମ ସିଂହ ଙ୍କ ଭଳି ବ୍ୟକ୍ତିଙ୍କୁ ହରାଇଛି ଦେଶ

ଭାରତୀୟ ସଂସ୍କୃତି, ସାହିତ୍ୟ, ଅର୍ଥନୀତି ଏବଂ ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ବହୁ ବିଶିଷ୍ଟ ତଥା ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ 2022 ମସିହାରେ ଦେହାନ୍ତ ହୋଇଛି । ଏଥିମଧ୍ୟରେ ଲତା ମଙ୍ଗେଶକର, ମୁଲାୟମ ସିଂହ ଯାଦବ ସମେତ ଅନେକ ଜଣାଶୁଣା ବ୍ୟକ୍ତି ଅଛନ୍ତି

|

Flash Back 2022: ଆଉ କିଛି ଦିନ ପରେ ଶେଷ ହେବ ବର୍ଷ 2022 । ଏହି ବର୍ଷ ଅନେକ ଭଲ ସ୍ମୃତି ଛାଡିଛି । ଏହା ବାଦ୍ ଏପରି କିଛି ଘଟଣା ଘଟିଛି ଯାହା ଦେଶ ପାଇଁ ଅପୂରଣୀୟ କ୍ଷତି । ଭାରତୀୟ ସଂସ୍କୃତି, ସାହିତ୍ୟ, ଅର୍ଥନୀତି ଏବଂ ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ବହୁ ବିଶିଷ୍ଟ ତଥା ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ 2022 ମସିହାରେ ଦେହାନ୍ତ ହୋଇଛି । ଏଥିମଧ୍ୟରେ ଲତା ମଙ୍ଗେଶକର, ମୁଲାୟମ ସିଂହ ଯାଦବ, ରାଜୁ ଶ୍ରୀବାସ୍ତବ, ସିଦ୍ଧୁ ମୁସେୱାଲାଙ୍କ ସମେତ ଅନେକ ଜଣାଶୁଣା ବ୍ୟକ୍ତି ଅଛନ୍ତି । ତେବେ ଆସନ୍ତୁ ଏଭଳି କିଛି ସେଲିବ୍ରିଟିଙ୍କ ବିଷୟରେ ଆମେ ଜାଣିବା ଯେଉଁମାନେ ଚଳିତ ବର୍ଷ ଆମକୁ ଛାଡ଼ି ଚାଲିଯାଇଛନ୍ତି ।

Flash Back 2022

ଲତା ମଙ୍ଗେଶକର

lata mangeshkar

ଭାରତର ସର୍ବଶ୍ରେଷ୍ଠ ତଥା ପ୍ରଭାବଶାଳୀ ଗାୟିକା ଲତା ମଙ୍ଗେଶକରଙ୍କର ଚଳିତ ବର୍ଷ ଦେହାନ୍ତ ହୋଇଛି । ଭାରତର ନାଇଟଏଙ୍ଗଲ ନାମରେ ଜଣାଶୁଣା ଭାରତ ରତ୍ନ ଲତା ମଙ୍ଗେଶକର ନିମୋନିଆ ଏବଂ କୋଭିଡ -19 ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଲତା ମଙ୍ଗେଶକର 6 ଫେବୃଆରୀରେ 92 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

mulayam singh yadav

ମୁଲାୟମ ସିଂହ ଯାଦବ

ବିହାର ତଥା ଭାରତର ରାଜନୀତିରେ ପ୍ରଭାବଶାଳୀ ନେତା ଭାବେ ଜଣାଶୁଣା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଏହି ବର୍ଷ ଆମକୁ ଛାଡ଼ି ଚାଲିଯାଇଛନ୍ତି । ସେ ଉତ୍ତରପ୍ରଦେଶର ତିନିଥର ମୁଖ୍ୟମନ୍ତ୍ରୀ ରହିବା ସହ ଦଶନ୍ଧି ଧରି ରାଜନୀତିରେ ତାଙ୍କର ପ୍ରଭାବ ଥିଲା । ଯାଦବଙ୍କୁ ସ୍ନେହରେ 'ନେତାଜୀ' ବୋଲି ଡକାଯାଏ । ସେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ହୋଇଥିଲେ । ଦୀର୍ଘ ଦିନର ଅସୁସ୍ଥତା ପରେ ଅକ୍ଟୋବର 10 ରେ ମୁଲାୟମ ସିଂହ ଯାଦବ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ 82 ବର୍ଷ ବୟସରେ ପ୍ରାଣ ହରାଇଥିଲେ ।

ବାପି ଲେହରୀ

bapi da

ବାପି ଦା ନାମରେ ଜଣାଶୁଣା ଗାୟକ ତଥା ସଂଙ୍ଗୀତକାର ମନୋରଞ୍ଜନ ଜଗତର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ଭାରତରେ ଡିସ୍କୋ ସଙ୍ଗୀତକୁ ଲୋକପ୍ରିୟ କରିବାର ଶ୍ରେୟ ତାଙ୍କୁ ଦିଆଯାଏ । ଡିସ୍କୋ କିଙ୍ଗ ଭାବରେ ଜଣାଶୁଣା ବାପି ଦା ସଙ୍ଗୀତପ୍ରେମୀଙ୍କୁ ଗୋଟିଏ ପରେ ଗୋଟିଏ ଗୀତ ଭେଟି ଦେଇଛନ୍ତି । ସେ ଗୋଟିଏ ବର୍ଷରେ 180 ରୁ ଅଧିକ ଗୀତ ରେକର୍ଡିଂ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ରେ ନାଁ କରିଛନ୍ତି । ଫେବୃଆରୀ 15 ରେ 69 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

Birju maharaj

ପଣ୍ଡିତ ବିରଜୁ ମହାରାଜ

ପଦ୍ମଭୂଷଣ ସମ୍ମାନ ପାଇଥିବା ମହାନ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିରଜୁ ମହାରାଜ ନୃତ୍ୟ ବ୍ୟତୀତ ଜଣେ ଗାୟକ ଏବଂ ସଙ୍ଗୀତକାର ଭାବରେ ମଧ୍ୟ ଜଣାଶୁଣା । ବିରଜୁ ମହାରାଜ କଥକ ନୃତ୍ୟ ପାଇଁ ବହୁ ସମ୍ମାନ ଅର୍ଜନ କରିଥିଲେ । ସେ ଲକ୍ଷ୍ନୌର କାଲକା ବିନ୍ଦାଦିନ ଘାରାନେର ସଦସ୍ୟ ଥିଲେ । ବିରଜୁ ମହାରାଜଙ୍କ ସମ୍ପୂର୍ଣ୍ଣ ନାମ ଥିଲା ବ୍ରଜ ମୋହନ ନାଥ ମିଶ୍ର । ଲକ୍ଷ୍ନୌ ଘାରାନେ ସହିତ ବିରଜୁ ମହାରାଜ ଜଣେ କଥକ ନୃତ୍ୟଶିଳ୍ପୀ ତଥା ଶାସ୍ତ୍ରୀୟ ଗାୟକ ଥିଲେ । ବିରଜୁ ମହାରାଜଙ୍କ ପିତା ତଥା ଗୁରୁ ଅଚ୍ଛନ ମହାରାଜ, ଦାଦା ଶମ୍ଭୁ ମହାରାଜ ଏବଂ ଲଚ୍ଛୁ ମହାରାଜ ମଧ୍ୟ ବିଖ୍ୟାତ କଥକ ନୃତ୍ୟଶିଳ୍ପୀ ଥିଲେ । 16 ଜାନୁଆରୀରେ ଦିଲ୍ଲୀରେ ତାଙ୍କ ଘରେ ହୃଦଘାତ ହେତୁ ସେ 83 ବର୍ଷ ବୟସରେ ବିରଜୁ ମହାରାଜଙ୍କ ଦେହାନ୍ତ ହୋଇଥିଲା ।

arun bali

ଅରୁଣ ବାଲି

ନିଜର ଚମତ୍କାର ଅଭିନୟ ପାଇଁ ଜଣାଶୁଣା ଅଭିନେତା ଅରୁଣ ବାଲିଙ୍କର ଚଳିତ ବର୍ଷ ଅକ୍ଟୋବର 7 ରେ ଦେହାନ୍ତ ହୋଇଛି । ଅରୁଣ ବାଲି ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ଅରୁଣ ବାଲି ଏକ ବିରଳ ରୋଗ ମାଇଷ୍ଟେନିଆ ଗ୍ରାଭିସ୍ ସହିତ ଲଢୁଥିଲେ । ଏହା ଏକ ଅଟୋମ୍ୟୁମ୍ୟୁନ ରୋଗ, ଯାହା ସ୍ନାୟୁ ଏବଂ ମାଂସପେଶୀ ମଧ୍ୟରେ ଯୋଗାଯୋଗ ବିଫଳତା ହେତୁ ଘଟେ । ଅରୁଣ ବାଲି ରାଜୁ ବନ୍ ଗୟା ଜେଣ୍ଟଲମ୍ୟାନ୍, ଫୁଲ ଅର ଅଙ୍ଗାରେ, କେଦାରନାଥ ଖଲନାୟକ, 3 ଇଡିଅଟ୍ସ ଏବଂ ପାନିପତ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

Raju

ରାଜୁ ଶ୍ରୀବାସ୍ତବ

ହିନ୍ଦୀ ଚଳଚ୍ଚିତ୍ର ଜଗତରେ କମେଡ଼ି କିଙ୍ଗ ଥିଲେ ରାଜୁ ଶ୍ରୀବାସ୍ତବ । ସେ ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା ଥିଲେ । ରାଜୁ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ, କମେଡି ସର୍କସ ଏବଂ ଦି କପିଲ ଶର୍ମା ଶୋ ଭଳି ଶୋ'ର ଅଂଶ ଥିଲେ । ଦିଲ୍ଲୀର ଏକ ଜିମରେ ବ୍ୟାୟାମ କରୁଥିବା ସମୟରେ ହୃଦଘାତର ଶିକାର ହେବାର ପ୍ରାୟ 40 ଦିନ ପରେ ସେ 21 ସେପ୍ଟେମ୍ବରରେ AIIMS ହସ୍ପିଟାଲରେ 58 ବର୍ଷ ବୟସରେ ପ୍ରାଣ ହରାଇଥିଲେ ।

ସିଦ୍ଧୁ ମୁସେୱାଲା

sidhu

ପଞ୍ଜାବୀ ଗାୟକ-ଗୀତିକାର ଶୁଭଦୀପ ସିଂହ ସିଦ୍ଧୁ ମୁସେୱାଲା ପଞ୍ଜାବର ଜଣେ ଜଣାଶୁଣା ଗାୟକ ଥିଲେ । ସେ ତାଙ୍କ ଗୀତ 'ସୋ ହାଇ' ପରେ 2017 ରେ ବହୁ ଖ୍ୟାତି ଅର୍ଜନ କରିଥିଲେ । ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟର ଯୁବକମାନଙ୍କ ମଧ୍ୟରେ ସିଦ୍ଧୁ ମୁସେୱାଲା ବହୁତ ପ୍ରସିଦ୍ଧ ଥିଲେ । ପଞ୍ଜାବର ମାନସା ଜିଲ୍ଲାର ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗର ସଦସ୍ୟ ମାନେ ମେ 29 ରେ 28 ବର୍ଷିୟା ଗାୟକଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ରାକେଶ ଝୁନଝୁନୱାଲା

rakesh Jhunjhunwala

'ଇଣ୍ଡିଆର ୱାରେନ୍ ବଫେଟ୍' ରାକେଶ ଝୁନଝୁନୱାଲା ଜଣେ କୋଟିପତି ଷ୍ଟକ୍ ନିବେଶକ ଏବଂ ଆକାସା ଏୟାରର ପ୍ରତିଷ୍ଠାତା ଥିଲେ । ଫୋର୍ବସ୍ 2021 ତାଲିକା ଅନୁଯାୟୀ ସେ ଭାରତର 36 ତମ ଧନୀ ବ୍ୟକ୍ତି ଥିଲେ । ରିପୋର୍ଟ ଅନୁଯାୟୀ, ମୃତ୍ୟୁ ବେଳକୁ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ 5.8 ବିଲିୟନ ଡ଼ଲାର୍ ଥିଲା । 14 ଅଗଷ୍ଟରେ 62 ବର୍ଷ ବୟସରେ ହଠାତ୍ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସାଇରସ୍ ମିସ୍ତ୍ରୀ

cyrus

ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ତଥା ବ୍ୟବସାୟୀ ସାଇରସ୍ ମିସ୍ତ୍ରୀ ତାଙ୍କ କମ୍ପାନୀ ସାଇରସ୍ ଇନଭେଷ୍ଟମେଣ୍ଟସ୍ ପ୍ରାଇଭେଟ ଲିମିଟେଡ୍ ଟାଟା ସନ୍ସରେ 18.4 ପ୍ରତିଶତ ଅଂଶଧନ ପାଇଥିଲେ । ସାଇରସଙ୍କ ନିକଟରେ ଇଂରେଜ ନାଗରିକତା ଥିଲା ଏବଂ ସେ ଭାରତର ସ୍ଥାୟୀ ବାସିନ୍ଦା ଥିଲେ । ମହାରାଷ୍ଟ୍ରରେ ଏକ ଭୟଙ୍କର କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଲିୟନେୟାର ସାଇରସ୍ ଙ୍କ 54 ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

ରାହୁଲ ବଜାଜ

Rahul bajaj

ପଦ୍ମ ଭୂଷଣ ସମ୍ମାନର ଅଧିକାରୀ ରାହୁଲ ବଜାଜ, ଭାରତର ବିଶିଷ୍ଟ ଶିଳ୍ପପତି ତଥା ବଜାଜ ଅଟୋ ଲିମିଟେଡର ଚେୟାରମ୍ୟାନ୍ । ସେ ତାଙ୍କ ସାମାଜିକ କାର୍ଯ୍ୟ ପାଇଁ ଜଣାଶୁଣା ଥିଲେ । ତାଙ୍କ କମ୍ପାନୀ ଚେତକ ଏବଂ ପ୍ରିୟା ପରି ଲୋକପ୍ରିୟ ସ୍କୁଟର ମଡେଲ ମାଧ୍ୟମରେ ବଜାଜଙ୍କୁ ଏକ ନୂତନ ପରିଚୟ ମିଳିଥିଲା । ସେ 2006 ରୁ 2010 ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ମଧ୍ୟ ଥିଲେ । ହୃଦୟ ଏବଂ ଫୁସଫୁସ ଜନିତ ସମସ୍ୟା ହେତୁ ସେ 12 ଫେବୃଆରୀରେ 83 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Flash Back 2022: Veteran Personalities Who Died In 2022
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X