For Quick Alerts
Turn On Notification  
For Daily Alerts
Oneindia App Download

Flash Back 2022 : ଚଳିତ ବର୍ଷର ଖବର ଶିରୋନାମାରେ ରହିଥିବା ଚେହେରା

ଆସନ୍ତୁ ଜାଣିବା 2022ରେ ଆଲୋଚନାର ବିଷୟ ପାଲଟିଥିବା ଏହି 5 ଚର୍ଚ୍ଚିତ ଚେହେରା ବିଷୟରେ ।

|

ଆଉ କିଛି ଦିନ ପରେ 2022 ବର୍ଷ ବିଦାୟ ନେବ । ଚଳିତ ବର୍ଷ ଭାରତ ସମେତ ବିଶ୍ୱ ରାଜନୀତିରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା । ଲୋକମାନେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉପରେ ଆସୁଥିବା ଖବର ଉପରେ ନଜର ରଖୁଥିବା ବେଳେ ସାରା ବିଶ୍ୱରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ଏହା ବାଦ୍ ଭାରତରେ ମଧ୍ୟ ଦୁଇ ମହିଳା ଦ୍ରୌପଦୀ ମୁର୍ମୁ ଏବଂ ନୁପୁର ଶର୍ମା ଖବର ଶିରୋନାମାରେ ରହିଥିଲେ । ଏପରିକି ରାଜନୀତି କ୍ଷେତ୍ରରେ ସବୁଠାରୁ ଆଲୋଚନାର ବିଷୟ ପାଲଟିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

ତେବେ ଆସନ୍ତୁ ଜାଣିବା 2022ରେ ଆଲୋଚନାର ବିଷୟ ପାଲଟିଥିବା ଏହି 5 ଚର୍ଚ୍ଚିତ ଚେହେରା ବିଷୟରେ ।

flash back 2022

ନୁପୁର ଶର୍ମା : ଏହି ବର୍ଷ ଭାରତର ସବୁଠାରୁ ବିବାଦୀୟ ମହିଳା !

ଚଳିତ ବର୍ଷ ଭାରତର ଅନେକ ବିବାଦୀୟ ମହିଳାଙ୍କ ମଧ୍ୟରୁ ନୁପୁର ଶର୍ମା ଅନ୍ୟତମ । 2022 ବର୍ଷର ଗୁଗୁଲ୍ ସର୍ଚ୍ଚ ଇଣ୍ଡିଆରେ ନୁପୁର ଶର୍ମା ଏକ ନମ୍ବରରେ ଅଛନ୍ତି । ଭବିଷ୍ୟ‌ଦ୍‌ବକ୍ତା ମହମ୍ମଦଙ୍କ ମନ୍ତବ୍ୟ ପାଇଁ ସେ ଚର୍ଚ୍ଚାରେ ରହିଥିଲେ । ଏପରିକି ତାଙ୍କର ବିବାଦୀୟ ବୟାନ ପାଇଁ ତାଙ୍କୁ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । କେବଳ ଏତିକି ନୁହଁ ତାଙ୍କୁ ମୃତ୍ୟୁ ଧମକର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତାଙ୍କ ମନ୍ତବ୍ୟକୁ ଗଲ୍ଫ ଦେଶମାନେ ମଧ୍ୟ ସମାଲୋଚନା କରିଥିଲେ । ସମାଲୋଚନାକୁ ଦୃଷ୍ଟିରେ ରଖି ବିଜେପି ତାଙ୍କୁ ନିଲମ୍ବନ କରିଥିଲା । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ତାଙ୍କୁ ସମାଲୋଚନା କରିଥିଲେ ।

ଦ୍ରୌପଦୀ ମୁର୍ମୁ : ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି

2022 ରେ ଭାରତରେ ଗୁଗୁଲରେ ସବୁଠାରୁ ଖୋଜା ଯାଇଥିବା ସେଲିବ୍ରିଟିମାନଙ୍କ ମଧ୍ୟରୁ ଦ୍ରୌପଦୀ ମୁର୍ମୁ ଅନ୍ୟତମ । ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ପ୍ରଥମ ବ୍ୟକ୍ତି ଯିଏକି ଦେଶର ପ୍ରଥମ ନାଗରିକ ହେବାର ସୌଭାଗ୍ୟ ପାଇଥିଲେ । ଏହା ସହ ସେ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ମଧ୍ୟ ହୋଇପାରିଛନ୍ତି । ଓଡିଶାର ଆଦିବାସୀ ସମ୍ପ୍ରଦାୟର ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତିଙ୍କ ପାଇଁ ବିଜେପି ପ୍ରସ୍ତାବ ଦେଇଥିଲା ।
ରାଜନୈତିକ ଜୀବନରେ ନିମ୍ନ ସ୍ତରରୁ ଯାଇ ଦେଶର ରାଷ୍ଟ୍ରପତି ପଦାସୀନ ହୋଇଥିବା ଦ୍ରୌପଦୀ ମୁର୍ମୁ 2022 ରେ ବହୁ ଚର୍ଚ୍ଚାରେ ଥିଲେ । କେବଳ ଭାରତ ନୁହଁ ଦେଶବିଦେଶର ଗଣମାଧ୍ୟମରେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ଖବର ସ୍ଥାନ ପାଇଥିଲା ।

ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ

ସାରା ବିଶ୍ୱରେ ଗୁଗୁଲ୍ ସର୍ଚ୍ଚର ଟ୍ରେଣ୍ଡରେ ଥିବା ବ୍ୟକ୍ତି ମଧ୍ୟରେ ବହୁ ଆଗରେ ଥିଲେ ଋଷି ସୁନକ । ଲିଜ୍ ଟ୍ରସ୍ ନେତା ପଦରୁ ଇସ୍ତଫା ଦେବା ପରେ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହା ପରେ ଋଷି ସୁନକ ସାରା ବିଶ୍ୱର ନଜରରେ ଆସିଥିଲେ । ଋଷି ସୁନକ ଆର୍ଥିକ ନୀତି ପାଇଁ ଜଣାଶୁଣା । ଇନଫୋସିସ୍ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୁର୍ତ୍ତୀ ଋଷି ସୁନକଙ୍କ ପତ୍ନୀ ।

ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାରେ ଥିଲେ ଏକନାଥ ସିନ୍ଦେ

ଏକନାଥ ସିନ୍ଦେ ହେଉଛନ୍ତି ଭାରତର ଜଣେ ରାଜନେତା, ଯାହା ବିଷୟରେ ଚଳିତ ବର୍ଷ ଗୁଗୁଲରେ ଲକ୍ଷ ଲକ୍ଷ ଲୋକ ସର୍ଚ୍ଚ କରିଥିଲେ । ଯେତେବେଳେ ସେ ମହାରାଷ୍ଟ୍ର ସରକାରଙ୍କୁ ଅସୁବିଧାରେ ପକାଇଲେ ସେତେବେଳେ ଏକନାଥ ସିନ୍ଦେ ଲୋକଲୋଚନକୁ ଆସିଥିଲେ । ସିନ୍ଦେ ଦଳର ଦୁଇ ତୃତୀୟାଂଶରୁ ଅଧିକ ସଦସ୍ୟଙ୍କୁ ଏକାଠି କରି ଶିବସେନା, କଂଗ୍ରେସ ଏବଂ ଏନସିପିର ମହା ବିକାଶ ଅଘାଡ଼ି (MVA) ସରକାରର ପତନର କାରଣ ପାଲଟିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ ଏବଂ ଏକନାଥ ସିନ୍ଦେ ମହାରାଷ୍ଟ୍ରରେ ବିଜେପି ସହ ମିଳିତ ସରକାର ଗଠନ କରିଥିଲେ ।

ଏହି କରାଣରୁ ଆଲୋଚନାକୁ ଆସିଥିଲେ ଭ୍ଲାଦିମିର ପୁଟିନ

ଏହି ସମସ୍ତ ନେତାଙ୍କ ବ୍ୟତୀତ 2022 ରେ ସବୁଠାରୁ ଚର୍ଚ୍ଚିତ ନେତା ହେଉଛନ୍ତି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବର୍ଷ ବର୍ଷ ଧରି ଉତ୍ତେଜନା ପରେ ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିଥିଲେ। ୟୁକ୍ରେନ ଏବଂ ରୁଷ ମଧ୍ୟରେ ମାସ ମାସ ଧରି ଚାଲିଆସୁଛି । ଯୁଦ୍ଧରେ ରୁଷ ପ୍ରଥମେ ସଫଳତା ପାଇଥିଲା, କିନ୍ତୁ ୟୁକ୍ରେନ, ଆମେରିକା ଏବଂ ୟୁଏଇ ଦେଶଗୁଡିକର ପରୋକ୍ଷ ସମର୍ଥନ ସହିତ, ଅଧିକ ଶକ୍ତିଶାଳୀ ରୁଷ ସୈନ୍ୟ ବିରୁଦ୍ଧରେ ନିଜକୁ ରକ୍ଷା କରିବାରେ ସକ୍ଷମ ହୋଇଥିଲା । କିନ୍ତୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଛକୁ ଫେରିବା ମନୋଭାବରେ ନାହାଁନ୍ତି । ଏହା ବ୍ୟତୀତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁଜବ ଯୋଗୁଁ ପୁଟିନ ମଧ୍ୟ ଏହି ଖବରରେ ରହିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Flash Back 2022: Top Most Searched 5 Leaders In Google This year
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X