Get Updates
Get notified of breaking news, exclusive insights, and must-see stories!

Flash Back 2022: ହିଜାବ ଠାରୁ ଅଗ୍ନିବୀର ପର୍ଯ୍ୟନ୍ତ 5 ବିବାଦୀୟ ଘଟଣା

ବିବାଦୀୟ ଘଟଣା ଖବରର ଶିରୋନାମାରେ ରହିବା ସହ ଏହାର ଅପଡେଟ୍ ପାଇଁ ଚାହିଁ ରହୁଥିଲେ ଦର୍ଶକ ଓ ପାଠକ । ଏପରିକି କେତେକ ଘଟଣାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଲାଗି ରହିଥିଲା ।

Flash Back 2022: 2022 ଶେଷ ହେବାକୁ ଆଉ ମାତ୍ର କିଛି ସମୟ ରହିଛି । ଚଳିତ ବର୍ଷ ଏପରି ଅନେକ ଘଟଣା ଆସିଥିଲା ଯାହାକି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣା ମଧ୍ୟରୁ କିଛି ଥିଲା ବିବାଦୀୟ । ଏହି ସବୁ ବିବାଦୀୟ ଘଟଣା ଖବରର ଶିରୋନାମାରେ ରହିବା ସହ ଏହାର ଅପଡେଟ୍ ପାଇଁ ଚାହିଁ ରହୁଥିଲେ ଦର୍ଶକ ଓ ପାଠକ । ଏପରିକି କେତେକ ଘଟଣାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଲାଗି ରହିଥିଲା । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କେତେକ ଘଟଣାକୁ ନେଇ ମତଭେଦ ହେବା ସହ କେତେକ ସ୍ଥାନରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା ।
2022 ରେ ବିବାଦୀୟ ଘଟଣା ମଧ୍ୟରେ ହିଜାବ ପ୍ରସଙ୍ଗ ଠାରୁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଆଦି ସ୍ଥାନ ପାଇଥିଲା ।

flashback 2022

ହିଜାବ ପ୍ରସଙ୍ଗ

2022 ବର୍ଷ ଆରମ୍ଭରୁ ଜାନୁଆରୀ ମାସରେ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା । କର୍ଣ୍ଣାଟକର 6 ଜଣ ମୁସଲମାନ ଛାତ୍ରୀ ହିଜାବ ପିନ୍ଧିଥିବାରୁ ତାଙ୍କୁ ସ୍କୁଲ ଯିବାକୁ ବାରଣ କରାଯାଇଥିଲା । କର୍ଣ୍ଣାଟକର ଉଦୁପିରେ ଥିବା ଏକ ବିଦ୍ୟାଳୟରେ ଏପରି ଘଟଣା ପରେ ଏହି ମାମଲା ବିବାଦୀୟ ହୋଇପଡ଼ିଥିଲା । ବିବାଦ ଧୀରେ ଧୀରେ ଲୋକଲୋଚନକୁ ଆସିଲା ।

ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ହିଜାବ୍ ପିନ୍ଧି ସ୍କୁଲକୁ ଆସିବାକୁ ବାରଣ କରିଥିଲେ । ଯାହାକୁ ନେଇ ଛାତ୍ରୀମାନେ ବିରୋଧ କରିଥିଲେ । ଛାତ୍ରୀମାନ ହିଜାବ ପିନ୍ଧି ସ୍କୁଲ୍ ଆସିବାକୁ ଜିଦ୍ ଧରିଥିଲେ । ଏପରିକି ହିଜାବକୁ ବିରୋଧ କରୁଥିବା ଅନ୍ୟ ଏକ ଗୋଷ୍ଠୀ ବିଦ୍ୟାଳୟରୁ ଗେରୁଆ ରଙ୍ଗର ଗାମୁଛା ପକାଇ ଆସିବା ସହ ହିଜାବକୁ ବିରୋଧ କରିଥିଲେ ।

ବିବାଦ ଏତେ ଆଗରକୁ ବଢିଯାଇଥିଲା ଯେ, ମାମଲା କୋର୍ଟକୁ ଯାଇଥିଲା । ଏହା ପରେ କର୍ଣ୍ଣାଟକ ହାଇକୋର୍ଟରେ ମାମଲା ପହଞ୍ଚିବା ପରେ କୋର୍ଟ କହିଥିଲେ ଯେ ହିଜାବ ଇସଲାମ ଧର୍ମର ଏକ ଅଂଶ ନୁହେଁ । ସ୍କୁଲରେ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକକୁ କୋର୍ଟ ସମର୍ଥନ କରିଥିଲେ। କୋର୍ଟଙ୍କ ନିଷ୍ପତ୍ତି ପରେ ଏହି ବିବାଦ ବହୁ ବୃଦ୍ଧି ପାଇଲା, ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ମହମ୍ମଦ ପ୍ରୋଫେଟ୍ ଉପରେ ବିବାଦୀୟ ମନ୍ତବ୍ୟ

ବର୍ଷର ମଧ୍ୟ ଭାଗରେ ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା ମହମ୍ମଦଙ୍କ ଉପରେ ଦେଇଥିବା ବିବୃତ୍ତି ସାରା ଦେଶରେ ବିବାଦ ସୃଷ୍ଟି କରିଥିଲା । ଏକ ଟିଭି ବିତର୍କ ସମୟରେ ମହମ୍ମଦ ସାହେବଙ୍କ ବିଷୟରେ ବିବାଦୀୟ ବିବୃତ୍ତି ଦେଇଥିବାରୁ ତାଙ୍କୁ ସମାଲୋଚନା କରାଯାଇଥିଲା । ତାଙ୍କ ବିବୃତ୍ତିକୁ କେବଳ ଦେଶରେ ନୁହଁ ବରଂ ବିଦେଶରେ ମଧ୍ୟ ସମାଲୋଚନା କରାଯାଇଥିଲା । ଏପରିକି ଭାରତ ସରକାରଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରିବାକୁ ପଡିଥିଲା ଯେ ଆମେ ଏହି ବିବୃତ୍ତିରେ ସହମତ ନୁହଁ ।

ପ୍ରକୃତରେ ନୁପୁର ଶର୍ମା କହିଥିଲେ ଯେ ଶିବଲିଙ୍ଗରେ ମୁସଲମାନମାନେ ହିନ୍ଦୁମାନଙ୍କ ବିଶ୍ୱାସକୁ ପରିହାସ କରୁଛନ୍ତି । ଯେଉଁଥିରେ ନୁପୁର ମହମ୍ମଦ ସାହେବଙ୍କ ବିଷୟରେ ମନ୍ତବ୍ୟ ଦେଇଥିଲେ । ନୁପୁର ଶର୍ମାଙ୍କ ବିବୃତ୍ତି ବିରୋଧରେ 14 ଟି ଦେଶ ବିବୃତ୍ତି ଦେଇ ବିରୋଧ କରିଥିଲେ ।

ଅଗ୍ନିବୀର ଯୋଜନା

ଜୁନ୍ 14 ରେ, କେନ୍ଦ୍ର ସରକାର ଅଗ୍ନିବୀର ଭାବରେ ସେନାରେ ଏକ ସ୍ୱଳ୍ପକାଳୀନ ସେବା ଆରମ୍ଭ କରିଥିଲେ । ସେନାରେ ନିଯୁକ୍ତିର ଏହି ଯୋଜନା ବିରୋଧରେ ଦେଶର ଯୁବକମାନେ ବିରୋଧ କରିଥିଲେ । ଏହି ଯୋଜନା ଅଧୀନରେ 17.5 ରୁ 21 ବର୍ଷ ବୟସର ଯୁବକମାନେ 4 ବର୍ଷ ପାଇଁ ନିଯୁକ୍ତି ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଚାରି ବର୍ଷ ପରେ, 25% ଯବାନଙ୍କୁ ସେନାରେ ପୂର୍ଣ୍ଣକାଳୀନ ସେବାରେ ଯୋଗଦେବା ନୀତି ଆରମ୍ଭ ହୋଇଥିଲା । କିନ୍ତୁ ଏହାକୁ ବହୁ ବିରୋଧ କରାଯାଇଥିଲା । ବିରୋଧୀ ଏହି ଯୋଜନାକୁ ଖୋଲାଖୋଲି ବିରୋଧ କରିଥିଲେ ।

ଏହା ବ୍ୟତୀତ କେତେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଏହାର ବିରୋଧ କରାଯାଇଥିଲା । ବିହାର ଏବଂ ଅନ୍ୟ ରାଜ୍ୟରେ ଏହା ବିରୋଦରେ ହୋଇଥିବା ପ୍ରଦର୍ଶନରେ ହିଂସାତ୍ମକ କାଣ୍ଡ ହୋଇଥିବା ମଧ୍ୟ ନଜରକୁ ଆସଥିଲା ।

ଜ୍ଞାନବାପୀ ମସଜିଦ ମାମଲା

ବାରଣାସୀରେ ଥିବା ଜ୍ଞାନବାପୀ ମସଜିଦ ପରିସରରେ ଶିବଲିଙ୍ଗ ଥିବା ଦର୍ଶାଇ ସେଠାରେ ପୂଜା ପାଇଁ ଅନୁମତି ଲୋଡ଼ିବା ପରେ ଆରମ୍ଭ ହୋଇଥିଲା ବିବାଦ । ଭାରତ ପ୍ରତ୍ନତାତ୍ତ୍ୱିକ ସର୍ଭେ ବାରଣାସୀର ଜ୍ଞାନବାପୀ ମସଜିଦର ଯାଞ୍ଚ ପାଇଁ ଅନୁମତି ଦେବା ପରେ ମସଜିଦ ଭିତରେ ଶିବଲିଙ୍ଗକୁ ନେଇ ଅନେକ ବିବାଦ ଉପୁଜିଥିଲା । ହିନ୍ଦୁ ଦଳ ଦାବି କରିଥିଲା ଯେ ମସଜିଦ ଭିତରେ ଶିବଲିଙ୍ଗ ଅଛି । ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି । 1991 ର ଏକ ସ୍ଥାନ ପୂଜା ଅଧିନିୟମକୁ ଦର୍ଶାଇଥିବା ବେଳେ ଅନ୍ୟ ପାର୍ଶ୍ୱ ଇତିହାସର ଭୁଲକୁ ସଂଶୋଧନ କରିବାକୁ ଓକିଲାତି କରିଥିଲା । ଏହି ପ୍ରସଙ୍ଗରେ ବିଜେପି ନେତା ମନୋଜ ତିୱାରୀ ଏବଂ ଆସାଦୁଦ୍ଦିନ ଓୱାଇସି ମୁହାଁମୁହିଁ ହୋଇଥିଲେ । ଏହି ବିବାଦ ପରେ ଦେଶର ଧାର୍ମିକ ସ୍ଥାନ ସମ୍ପର୍କରେ ଏକ ନୂଆ ବିବାଦ ଉପୁଜିଥିଲା ।

ଶିବସେନାର ରାଜନୈତିକ ବିବାଦ

20 ଜୁନ୍ 2022 ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ବିଧାୟକଙ୍କ ଏକ ବୈଠକ ଡାକିଥିଲେ ଯେଉଁଥିରେ କ୍ରସ-ଭୋଟିଂ ଉପରେ ଆଲୋଚନା ହୋଇଥିଲା। କିନ୍ତୁ ଏହା ସତ୍ତ୍ୱେ 10 ଜଣ ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ଏହା ପରେ ଶିବସେନା ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ଉପୁଜିଥିଲା ବିବାଦ । ତାଙ୍କ ସମର୍ଥକ ବିଧାୟକ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ବିଜେପି ସହିତ ମିଶି ରାଜ୍ୟରେ ସରକାର ଗଠନ କରିଥିଲେ ।

କଂଗ୍ରେସ, ଏନସିପି ଓ ଶିବସେନା ମିଶି ଚଳାଇଥିବା ମହାବିକାଶ ଅଘାଡ଼ି ସରକାରର ପତନ ହୋଇଥିଲା । ଶିବସେନାର ବିଦ୍ରୋଦୀ ଗୋଷ୍ଠୀ ଦଳରୁ ଅଲଗା ହୋଇଥିଲେ । ବିଜେପି ସମର୍ଥନରେ ଏକନାଥ ସିନ୍ଦେ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ଶିବସେନା ସରକାରର ପତନ ଓ ବିଦ୍ରୋହୀ ଗୋଷ୍ଠୀ ସରକାରରେ ବସିବା ପରେ ମଧ୍ୟ ଥମିନଥିଲା ବିବାଦ । ଏହା ପରେ ଶିବସେନାର ନାମ ଓ ଦଳୀୟ ଚିହ୍ନକୁ ନେଇ ପୁଣି ଉଠିଥିଲା ବିବାଦ । ଏହାକୁ ନେଇ ଉଭୟ ପକ୍ଷ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ନିର୍ମାଚନ କମିଶନ ଉଭୟ ଗୋଷ୍ଠୀକୁ ଅଲଗା ଅଲଗା ଚିହ୍ନ ଓ ନାମ ଦେଇଥିଲେ ।

ଚୀନ ସୀମା ଅନୁପ୍ରବେଶ ବିବାଦ

ଭାରତରେ ଚୀନ୍ ସୈନିକଙ୍କ ଅନୁପ୍ରବେଶକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଗୋଟିଏ ପଟେ ଯେଉଁଠାରେ କେନ୍ଦ୍ର ସରକାର କହିଥଲେ ଯେ ଆମର ସୈନିକମାନେ ସୀମାରେ ଠିଆ ହୋଇଛନ୍ତି ଏବଂ ଚୀନ୍ କୁ ଏକ ଇଞ୍ଚ ଜମି ମଧ୍ୟ ଦଖଲ କରିବାକୁ ଅନୁମତି ଦେଇ ନାହାଁନ୍ତି, ଅନ୍ୟ ପଟେ କଂଗ୍ରେସ ଏବଂ ବିରୋଧୀ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଥିଲେ । ଚୀନ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ଜାଣିଶୁଣି ଚୁପ୍ ରହୁଛନ୍ତି ଏବଂ ଡ୍ରାଗନ ସରକାରକୁ ଭାରତ ସରକାର ଡରୁଛନ୍ତି ବୋଲି ଅଭିଯୋଗ କରିଥିଲେ ବିରୋଧୀ ।

ଗୋଟିଏ ପଟେ ଯେତେବେଳେ ବିରୋଧୀ କହୁଥିଲେ ଚୀନ୍ ଭାରତ ସୀମାରେ ଅନୁପ୍ରବେଶ କରି ନିଜ ଗାଁ ବସତି କରୁଛି, ସେତେବେଳେ ସରକରା କହୁଥିଲେ ଚୀନ୍ କୁ ଏକ ଇଞ୍ଚ ଜମି ମଧ୍ୟ ଦିଆଯିବ ନାହିଁ କିମ୍ବା ଡ୍ରାଗନ ସେନା କୌଣସି ଜନବସତି ସ୍ଥାପନ କରିନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+